ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଅଘଟଣ। ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଅଚାନକ ତାଙ୍କ କାର ଆଗକୁ ଆସି ନାରାବାଜି କରିଥିଲେ ଖଲିସ୍ତାନ ଚରମପନ୍ଥି ଗୋଷ୍ଠି। ବୁଧବାର ହୋଇଥିବା ଏହି ଘଟଣାରେ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି ଅପ୍ରତ୍ୟାଶିତ ଘଟଣାକୁ ଭାରତ ଦୃଢ ନିନ୍ଦା କରିବା ସହ ଏବେ ବ୍ରିଟେନ ପକ୍ଷରୁ ଆସିଛି ପ୍ରତିକ୍ରିୟା। ଏହି ଘଟଣାକୁ ନିନ୍ଦା କରିଛନ୍ତି ବ୍ରିଟେନ ସରକାର।

ସୂଚନା ମୁତାବକ, ଗତ ବୁଧବାର ଏକ ବୈଠକରେ ଯୋଗଦେବାପାଇଁ ଏସ୍ ଜୟଶଙ୍କର ଲଣ୍ଡନର ଚାତ୍ଥମ ହାଉସ ଯାଇଥିଲେ। ସେଠାରେ ବିଭିନ୍ନ କତାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ହବା ପରେ ସେ ଫେରିବା ପାଇଁ ନିଜ କାରକ୍ୟଡ ନିକଟକୁ ଫେରିଥିଲେ। ଏହି ସମୟରେ ଜମେ ଖଲିସ୍ତାନି ସମର୍ଥକ ଭାରତ ପତାକା ଧରି ତାଙ୍କ କାର କ୍ୟାଡ ମଧ୍ୟକୁ ଧାଇଁ ଆସିବା ସହ ପୋଲିସ ଅଫିସରଙ୍କ ସାମ୍ନାରେ ଭାରତୀୟ ପତାକାକୁ ଫାଡି ଦେଇଥିଲେ। 

ଏନେଇ ଇଂଲଣ୍ଡର ବୈଦେଶିକ, କମନୱେଲଥ୍ ଓ ଡେଭଲଭ ମେଣ୍ଟ ଅଫିସ(ଏଫସିଡିଓ)ଏନେଇ ଦୁଃଖ ପ୍ରକାଶ କରିବା ସହ ଏହାକୁ ଗ୍ରହଣୀୟ ନୁହେଁ ବୋଲି ମନ୍ତବ୍ୟ ଦେଇଛି। “ଭାରତ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ସମୟରେ ଚାତ୍ଥମ ହାଉସ ବାହାରେ ଯାହା ହେଲା ତାହା ଆଦୈ ଗ୍ରହଣୀୟ ନୁହେଁ। ଇଂଲଣ୍ଡ ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରେ। କୌଣସି ହିଂସାତ୍ମକ, ଭୟଭୀତ ଓ ସାର୍ବଜନିନ କାର୍ଯ୍ୟକ୍ରମରେ ବ୍ୟାଘାତ ହେଲେ ଏହା ଆଦୈ ଗ୍ରହଣୀୟ ନୁହେଁ” ବୋଲି ଏଫସିଡିଓ ଘୋଷଣା କରିଛି। 

ଅନ୍ୟପଟେ ମେଟ୍ରୋପଲିଟିଆନ ପୋଲିସ ମଧ୍ୟ ଏହି ଘଟଣାକୁ ନିନ୍ଦା କରି କହିଛି ଯେ “ଆମର କୂଟନୈତିକ ପରିଦର୍ଶକମାନଙ୍କୁ ସୁରକ୍ଷା ଯୋଗାଇଦେବା ଆମର ପ୍ରାଥମିକ କର୍ତ୍ତବ୍ୟ। ଯାହା ଆମ ଦେଶର ଆମ୍ତର୍ଜାତିକ ସମ୍ୱଦ୍ଧକୁ ମଜବୁତ କରିଥାଏ” ବୋଲି କହିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣାକୁ କଡା ନିନ୍ଦା କରିବା ସହ ସାମ୍ୱିଧାନିକ ସ୍ୱାଧିନତାକୁ କେତେକ ବିଚ୍ଛିନ୍ନତାବାଦି ଓ ଉଗ୍ରପନ୍ଥୀ ଗୋଷ୍ଟି କୁବ୍ୟବହାର କରୁଛନ୍ତି। ଏନେଇ ଏବେଠୁ ବ୍ରିଟେନକୁ ସଜାଗ ରହିବାକୁ ପଡିବ ବୋସି ମତ୍ତବ୍ୟକ୍ତ କରିଛି। 



ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ଦୁର୍ଘଟମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିଯୁକ୍ତ ଯୁବକ ଜଣଙ୍କ ଜୟଶଙ୍କରଙ୍କ କାରକେଡ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଏଥିରେ ବାଧାଦେବାରୁ ସେ ହାତରେ ଧରିଥିବା ତ୍ରିରଙ୍ଗା ପତାକାକୁ ଚିରି ଫିଙ୍ଗି ଦେଇଥିଲେ। ତାଙ୍କ ସହ ଥିବା ଅନ୍ୟ ଉଗ୍ରପନ୍ଥିମାନେ ଏନେଇ ଜୋରରେ ଭାରତ ବିରୋଧି ନାରା କହିବା ଆରମ୍ଭ କରିଦେଇଥିଲେ। ଏହାର କିଛି ସମୟ ପରେ ପୋଲିସ ସମସ୍ତ ଉଗ୍ରପନ୍ଥିଙ୍କୁ ସେଠାରୁ ଘଉଡାଇବାରେ ସକ୍ଷମ ହୋଇଥିଲା।