ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

S Jaishankar: ଲଣ୍ଡନରେ ଏସ୍ ଜୟଶଙ୍କରଙ୍କ ସହ ଅଘଟଣ, କାରକେଡ ଭିତରକୁ ଧସେଇ ପଶି ତ୍ରିରଙ୍ଗା ଚିରିଲେ ଯୁବକ

Published By : Bijay Swain | March 6, 2025 7:14 PM

Image courtesy: internet

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଅଘଟଣ। ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଅଚାନକ ତାଙ୍କ କାର ଆଗକୁ ଆସି ନାରାବାଜି କରିଥିଲେ ଖଲିସ୍ତାନ ଚରମପନ୍ଥି ଗୋଷ୍ଠି। ବୁଧବାର ହୋଇଥିବା ଏହି ଘଟଣାରେ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି ଅପ୍ରତ୍ୟାଶିତ ଘଟଣାକୁ ଭାରତ ଦୃଢ ନିନ୍ଦା କରିବା ସହ ଏବେ ବ୍ରିଟେନ ପକ୍ଷରୁ ଆସିଛି ପ୍ରତିକ୍ରିୟା। ଏହି ଘଟଣାକୁ ନିନ୍ଦା କରିଛନ୍ତି ବ୍ରିଟେନ ସରକାର।

ସୂଚନା ମୁତାବକ, ଗତ ବୁଧବାର ଏକ ବୈଠକରେ ଯୋଗଦେବାପାଇଁ ଏସ୍ ଜୟଶଙ୍କର ଲଣ୍ଡନର ଚାତ୍ଥମ ହାଉସ ଯାଇଥିଲେ। ସେଠାରେ ବିଭିନ୍ନ କତାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ହବା ପରେ ସେ ଫେରିବା ପାଇଁ ନିଜ କାରକ୍ୟଡ ନିକଟକୁ ଫେରିଥିଲେ। ଏହି ସମୟରେ ଜମେ ଖଲିସ୍ତାନି ସମର୍ଥକ ଭାରତ ପତାକା ଧରି ତାଙ୍କ କାର କ୍ୟାଡ ମଧ୍ୟକୁ ଧାଇଁ ଆସିବା ସହ ପୋଲିସ ଅଫିସରଙ୍କ ସାମ୍ନାରେ ଭାରତୀୟ ପତାକାକୁ ଫାଡି ଦେଇଥିଲେ। 

ଏନେଇ ଇଂଲଣ୍ଡର ବୈଦେଶିକ, କମନୱେଲଥ୍ ଓ ଡେଭଲଭ ମେଣ୍ଟ ଅଫିସ(ଏଫସିଡିଓ)ଏନେଇ ଦୁଃଖ ପ୍ରକାଶ କରିବା ସହ ଏହାକୁ ଗ୍ରହଣୀୟ ନୁହେଁ ବୋଲି ମନ୍ତବ୍ୟ ଦେଇଛି। “ଭାରତ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ସମୟରେ ଚାତ୍ଥମ ହାଉସ ବାହାରେ ଯାହା ହେଲା ତାହା ଆଦୈ ଗ୍ରହଣୀୟ ନୁହେଁ। ଇଂଲଣ୍ଡ ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରେ। କୌଣସି ହିଂସାତ୍ମକ, ଭୟଭୀତ ଓ ସାର୍ବଜନିନ କାର୍ଯ୍ୟକ୍ରମରେ ବ୍ୟାଘାତ ହେଲେ ଏହା ଆଦୈ ଗ୍ରହଣୀୟ ନୁହେଁ” ବୋଲି ଏଫସିଡିଓ ଘୋଷଣା କରିଛି। 

ଅନ୍ୟପଟେ ମେଟ୍ରୋପଲିଟିଆନ ପୋଲିସ ମଧ୍ୟ ଏହି ଘଟଣାକୁ ନିନ୍ଦା କରି କହିଛି ଯେ “ଆମର କୂଟନୈତିକ ପରିଦର୍ଶକମାନଙ୍କୁ ସୁରକ୍ଷା ଯୋଗାଇଦେବା ଆମର ପ୍ରାଥମିକ କର୍ତ୍ତବ୍ୟ। ଯାହା ଆମ ଦେଶର ଆମ୍ତର୍ଜାତିକ ସମ୍ୱଦ୍ଧକୁ ମଜବୁତ କରିଥାଏ” ବୋଲି କହିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣାକୁ କଡା ନିନ୍ଦା କରିବା ସହ ସାମ୍ୱିଧାନିକ ସ୍ୱାଧିନତାକୁ କେତେକ ବିଚ୍ଛିନ୍ନତାବାଦି ଓ ଉଗ୍ରପନ୍ଥୀ ଗୋଷ୍ଟି କୁବ୍ୟବହାର କରୁଛନ୍ତି। ଏନେଇ ଏବେଠୁ ବ୍ରିଟେନକୁ ସଜାଗ ରହିବାକୁ ପଡିବ ବୋସି ମତ୍ତବ୍ୟକ୍ତ କରିଛି। 



ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ଦୁର୍ଘଟମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିଯୁକ୍ତ ଯୁବକ ଜଣଙ୍କ ଜୟଶଙ୍କରଙ୍କ କାରକେଡ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଏଥିରେ ବାଧାଦେବାରୁ ସେ ହାତରେ ଧରିଥିବା ତ୍ରିରଙ୍ଗା ପତାକାକୁ ଚିରି ଫିଙ୍ଗି ଦେଇଥିଲେ। ତାଙ୍କ ସହ ଥିବା ଅନ୍ୟ ଉଗ୍ରପନ୍ଥିମାନେ ଏନେଇ ଜୋରରେ ଭାରତ ବିରୋଧି ନାରା କହିବା ଆରମ୍ଭ କରିଦେଇଥିଲେ। ଏହାର କିଛି ସମୟ ପରେ ପୋଲିସ ସମସ୍ତ ଉଗ୍ରପନ୍ଥିଙ୍କୁ ସେଠାରୁ ଘଉଡାଇବାରେ ସକ୍ଷମ ହୋଇଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.