ପାଳଙ୍ଗ ଓ ବଥୁଆ ଉଭୟ ଶାଗ ପୋଷକ ତତ୍ତ୍ୱରେ ଭରା । ତେଣୁ ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ରୋଗରୁ ରକ୍ଷା ପାଇଥାଏ । ତେବେ ଶୀତଦିନେ ପାଳଙ୍ଗ ଓ ବଥୁଆ ଶାଗ ଡାଏଟରେ ସାମିଲ୍ କରିବା କାହିଁକି ଜରୁରି? ଶୀତଦିନେ ପ୍ରାୟ ଲୋକ ପାଳଙ୍ଗ, ବଥୁଆ, ସୁନସୁନିଆ ଓ ସୋରିଷ ପରି ସବୁଜ ପତ୍ରଯୁକ୍ତ ଶାଗ ଖାଇବାକୁ ପସନ୍ଦ କରିଥାନ୍ତି । ଏସବୁ ଶାଗରେ ବହୁ ମାତ୍ରାର ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଭିଟାମିନ୍-ଏ, ସି ଓ କେ ପରି ପୋଷକ ତତ୍ତ୍ୱ ସହ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ତେଣୁ ଏହାକୁ ଡାଏଟ୍ରେ ସାମିଲ୍ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ଏହା ମଧ୍ୟରୁ ଅନ୍ୟତମ ହେଉଛି ପାଳଙ୍ଗ ଓ ବଥୁଆ ଶାଗ । ଉଭୟ ପୋଷକ ତତ୍ତ୍ୱରେ ଭରା । ଚାଲନ୍ତୁ ଜାଣିବା ଏହା ବିଷୟରେ ଡାଏଟିସିଆନ୍ ଅର୍ଚ୍ଚନା ଜୈନ୍ଙ୍କଠାରୁ...

ଶୀତରେ ପାଳଙ୍ଗ ଓ ବଥୁଆ କାହିଁକି ଜରୁରି?

ଅର୍ଚ୍ଚନାଙ୍କ ଅନୁସାରେ ପାଳଙ୍ଗ ଓ ବଥୁଆ ଉଭୟରେ ବହୁ ମାତ୍ରାରେ ମିନେରାଲ୍ସ ଓ ଫାଇବର ରହିଥାଏ, ଯାହା ଶୀତଦିନିଆ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପାଳଙ୍ଗରେ ଭରପୂର ଭିଟାମିନ୍-ଏ, ସି, କେ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ରହିଥାଏ । ଏହାବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ । ସେହିପରି ବଥୁଆ ଶାଗରେ ବହୁ ମାତ୍ରାରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପୋଟାସିୟମ୍, ଜିଙ୍କ୍, ଆଇରନ୍, ଭିଟାମିନ୍-ଏ, ସି,କେ ଓ ବି ପରି ପୋଷକ ତତ୍ତ୍ୱ ରହିଥାଏ । ତେବେ ଉଭୟ ଶାଗରେ ବହୁ ମାତ୍ରାର ଫାଇବର, ଆଇରନ୍ ଓ ମିନେରାଲ୍ସ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ବଢାଏ ରୋଗ ପ୍ରତିରୋଧକ ଶକ୍ତି: ପାଳଙ୍ଗ ଓ ବଥୁଆରେ ଭିଟାମିନ୍-ଏ, ସି, କେ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡାକାଶ ପରି ରୋଗଠାରୁ ଦୂରେଇ ରଖେ ।

ବଢାଏ ପାଚନ କ୍ଷମତା: ଉଭୟଶାଗରେ ଭରପୂର ମାତ୍ରାର ଫାଇବର ରହିଥାଏ । ଯାହା ଶୀତଦିନେ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ କବ୍ଚ, ବ୍ଲୋଟିଂ ଓ ଗ୍ୟାସ ପରି ସମସ୍ୟାଠାରୁ ଦୂରେଇ ରଖେ ।

ରକ୍ତର ଅଭାବ ଦୂର କରେ: ବଥୁଆ ଓ ପାଳଙ୍ଗ ଆଇରନ୍ର ପ୍ରମୁଖ ଉତ୍ସ । ଶରୀରରେ ଆଇରନ୍ ସ୍ତର ବଢି ରହିବା ସହ ରକ୍ତର ଅଭାବ ଦେଖା ଦେଇ ନଥାଏ । ଫଳରେ ଶରୀରରେ ଅଧିକ ଶକ୍ତି ରହିଥାଏ ।

ଶରୀରକୁ ଗରମ ରଖେ: ଉଭୟ ଶାଗ ଶରୀରକୁ ପ୍ରାକୃତିକ ଭାବେ ଗରମ ରଖିଥାଏ । ତେଣୁ ଥଣ୍ଡାରୁ ହେଉଥିବା ସମସ୍ୟା କମ୍ ରହିଥାଏ ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ: ଉଭୟ ପୋଷକ ତ୍ତ୍ୱରେ ଭରା ଶାଗ ଶରୀରକୁ ପ୍ରାକୃତିକ ଭାବେ ବିଷାକ୍ତ ପଦାର୍ଥରୁ ମୁକ୍ତ କରିଥାଏ । ଏହାସହ ରକ୍ତ ସଞ୍ଚାଳନକୁ ତୀବ୍ର କରିଥାଏ ।

ହାଡ଼କୁ ମଜଭୁତ କରେ: ଏଥିରେ ଥିବା ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍ ହାଡ଼କୁ ମଜଭୁତ କରି ହାଡ଼ଜନିତ ବିଭିନ୍ନ ସମସ୍ୟାକୁ କମ୍ କରିବା ସହ ଦୂର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।