ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଜୁନ ପ୍ରଥମ ସପ୍ତାହରୁ ହୋଇପାରେ ଆଇଟିଆର୍‌ ଫାଇଲିଂ, ଅନ୍‌ଲାଇନ ଟୁଲ ଅଭାବରୁ ବିଳମ୍ବ ହେଉଛି

Published By : Prameya | May 27, 2025 10:44 AM

Image source: TV9

ନୂଆଦିଲ୍ଲୀ,୨୭/୦୫: ଆୟକର ରିଟର୍ଣ୍ଣ ବା ଆଇଟିଆର୍‌ ଫାଇଲିଂ ପ୍ରକ୍ରିୟା ଜୁନ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ।  ସାଧାରଣତଃ ଏହା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବିଳମ୍ବ ହେଉଛି । ଆଇଟିଆର୍‌ ଫର୍ମ ଲାଗି ଜରୁରୀ ହେଉଥିବା ଅନ୍‌ଲାଇନ ଟୁଲ୍‌  ଅଭାବ ଯୋଗୁ ଏଭଳି ବିଳମ୍ବ ହେଉଛି ।  କେନ୍ଦ୍ରିୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)  ଆଇଟିଆର୍‌ ୧ ଏବଂ ୭ ଯାଏ ସବୁ ଫର୍ମକୁ ଅଧିସୂଚୀତ କରି ଦେଇଛି । ମାତ୍ର ଏଥିଲାଗି  ଜରୁରୀ ଅନ୍‌ଲାଇନ ଟୁଲ୍‌ ଜେଏସ୍‌ସନ,  ଏକ୍ସେଲ ଏବଂ ଅନଲାଇନ ଇଫାଇଲ ୟୁଟିଲିଟି  ଏବେ ସୁଦ୍ଧା ପୋର୍ଟାଲରେ ଉପଲବ୍ଧ ନାହିଁ । 

ଫର୍ମରେ ହୋଇଥିବା ପରିବର୍ତ୍ତନ,  ବ୍ୟାକ୍‌ଏଣ୍ଡ ଟେକ୍ନୋଲୋଜି ଅପ୍‌ଗ୍ରେଡ ଏବଂ  ଡାଟା ଇଣ୍ଟିଗ୍ରେସନ ସମସ୍ୟା ଭଳି କାରଣ  ଯୋଗୁ ଏବେ ଫାଇଲିଂ ଆରମ୍ଭ ହୋଇପାରିନି  ବୋଲି କହିଛନ୍ତି ବିଶେଷଜ୍ଞ । ଆଇଟିଆର୍‌  ଫାଇଲ ଆରମ୍ଭ ନେଇ ଏବେ ଆୟକର  ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା  ଦିଆଯାଇନାହିଁ । ମାତ୍ର ଜୁନ ୨୦୨୫ ପ୍ରଥମ  ସପ୍ତାହରୁ ଏହା ଆରମ୍ଭ ହୋଇପାରେ ବୋଲି  ଏକ ରିପୋର୍ଟ ଆସିଛି । 

ଆୟକର ବିଭାଗର ଇଫାଇଲିଂ ୟୁଟିଲିଟି  ଟୁଲ୍‌ ମଧ୍ୟରେ ଅନଲାଇନ ୟୁଟିଲିଟି ବର୍ଗକୁ  ବେତନଭୋଗୀ ଶ୍ରେଣୀ ବ୍ୟବହାର କରିଥାନ୍ତି । ଏଥିରେ ବେତନ, ସୁଧ ଆୟ ଏବଂ ଟିଡିଏସ୍‌  ପୂର୍ବରୁ ଫିଲ୍‌ ହୋଇ ରହିଥାଏ । ଜେସନ ଏବଂ ଏକ୍ସେଲ ୟୁଟିଲଟି ଟିକସ ପ୍ରଫେସନାଲ ବ୍ୟବହାର କରିଥାନ୍ତି । ଏଥିରେ ଡାଟାକୁ  ଅଫଲାଇନ ବ୍ୟବହାର କରି ଅପଲୋଡ  କରାଯାଇଥାଏ । ଏହି ଟୁଲ ଗୁଡ଼ିକ ବିନା ରିଟର୍ଣ୍ଣ  ଫାଇଲ କରିବା ପ୍ରାୟତଃ ଅସମ୍ଭବ । କାରଣ  ଡାଟା ଭାଲିଡେସନ, ଫର୍ମ ସବମିଟ କରିବା  ଏବଂ ସିଷ୍ଟମ ଇଣ୍ଟିଗ୍ରେସନ ଏଥିଲାଗି ଜରୁରୀ  ହୋଇଥାଏ। ବର୍ତ୍ତମାନ ସମସ୍ୟା ଯୋଗୁ  ଯେଉଁମାନେ ରିଫଣ୍ଡ ଲାଗି ଆଶା କରିଛନ୍ତି  ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି ।  ଯେଉଁମାନେ ଟିଡିଏସ୍‌ କିମ୍ବା ଆଡଭାନ୍ସ ଟିକସ  ଭରିଛନ୍ତି ସେମାନେ ରିଫଣ୍ଡ ଲାଗି ଫାଇଲିଂ  ଆରମ୍ଭ ହେବା ଅପେକ୍ଷା କରିଛନ୍ତି । 

ରିଟର୍ଣ୍ଣର ଅନ୍ତିମ ତାରିଖ ବୃଦ୍ଧି ନେଇ  ବିଭାଗ ପକ୍ଷରୁ କୌଣସି ଘୋଷଣା  କରାଯାଇନାହିଁ । ଜୁନ ଶେଷ ଯାଏ ୟୁଟିଲିଟି  ଉପଲବ୍ଧ ନ ହେଲେ ତାରିଖ ବଢ଼ିପାରେ । ଯଦି  ଜୁଲାଇ ୩୧ ସୁଦ୍ଧା ରିଟର୍ଣ୍ଣ ଫାଇଲ ନ କରନ୍ତି  ତେବେ ୫ ଲକ୍ଷ ଟଙ୍କାରୁ କମ୍‌ ଆୟ କରୁଥିବା  ବ୍ୟକ୍ତି ବିଶେଷ ୧ ହଜାର ଟଙ୍କା ଏବଂ ୫  ଲକ୍ଷରୁ ଉଦ୍ଧ୍ୱର୍ ଆୟ କ୍ଷେତ୍ରରେ ୫ ହଜାର ଟଙ୍କା  ଜରିମାନା ଭରିବାକୁ ହେବ । ବକେୟା ଟିକସ  ଉପରେ ମାସିକ ୧% ସୁଧ ଦେବାକୁ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.