ନୂଆଦିଲ୍ଲୀ,୧୫/୧୨: ଗାବା ଗ୍ରାଉଣ୍ଡରେ ରନ ବର୍ଷା । ଦୁଇ ପ୍ଲେୟାରଙ୍କ ଶତକ ବଳରେ ରନର ପାହାଡ ଛିଡା କରିଛି ଘରୋଇ ଅଷ୍ଟ୍ରେଲିଆ । ୭ ୱିକେଟ ହରାଇ ୪୦୫ ରନ କରିଛି କାମିନ୍ସ ବାହିନୀ । ଗାବା ଟେଷ୍ଟର ଦ୍ବିତୀୟ ଦିନ ସ୍ମିଥ-ହେଡଙ୍କ ନାମରେ ରହିଥିଲା । ଦୁଇ ପ୍ଲେୟାର ଶତକୀୟ ପାଳି ଖେଳିଥିଲେ । ଏହି ପଦର୍ଶନ ପରେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି । ବ୍ୟାକଫୁଟରେ ରହିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ ହାସଲ କରିଛନ୍ତି ।
ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୭ରନ କରିଛି । ଦଳ ପକ୍ଷରୁ ଟ୍ରେଭିସ୍ ହେଡ ଓ ଷ୍ଟିଭେନ ସ୍ମିଥ ଶତକ ହାସଲ କରିଛନ୍ତି । ହେଡ୍ ୧୬୦ ବଲ ଖେଳି ୧୫୨ ରନ କରିଥିବା ବେଳେ ସ୍ମିଥ ୧୯୦ ବଲ ଖେଳି ୧୦୧ ରନ କରିଛନ୍ତି । ଖ୍ବାଜା ଓ ସ୍ମିଥଙ୍କୁ ଶିକାର କରିଥିଲେ ବୁମରା । ଆଲେକ୍ସ କ୍ୟାରୀ ୪୫ ଓ ମିଚେଲ ଷ୍ଟାର୍କ ୭ ରନ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆର ଅନ୍ୟ ବ୍ୟାଟର ମିଚେଲ ମାର୍ଶ ୫, ପାଟ କାମିନ୍ସ ୨୦ ରନ କରିଛନ୍ତି । ଉସମାନ ଖ୍ବାଜା ୨୧ ଓ ନାଥନ ୯ କରି ବୁମରାଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୭ରନ କରିଛି ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢିଛି । ବ୍ୟାକଫୁଟରେ ପଡିଛି ଭାରତ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୭୨ ରନ ଦେଇ ୫ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହି ୩ ବୋଲରଙ୍କ ଛଡା ଅନ୍ୟ କେହି ବୋଲର ସଫଲ ହୋଇନଥିଲେ । ଜାଡେଜା ଓ ଆକାଶ ଦୀପଙ୍କ ଖାତାକୁ ୱିକେଟ ଆସିନଥିଲା । ଗାବାରେ କମବ୍ୟାକ କରିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସଫଳ ହେବାକୁ ପଡିବ ।