ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଙ୍ଗଳବାର ମ୍ୟାଚ୍‌ରେ ବାଧା ଦେବ କି ବର୍ଷା! ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ପୂର୍ବରୁ କିପରି ରହିବ ଦୁବାଇର ପାଣିପାଗ?

Published By : Soubhagya Ranjan | March 3, 2025 8:22 PM

ନୂଆଦିଲ୍ଲୀ,୦୩/୦୩: ୪ ମାର୍ଚ୍ଚ, ୨୦୨୫ ଅର୍ଥାତ୍‌ ଆସନ୍ତାକାଲି ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ ଟ୍ରଫି ୨୦୨୫ର ସବୁଠାରୁ ହାଇ ଭୋଲ୍‌ଟେଜ ସେମି ଫାଇନାଲ ଦେଖିବାକୁ ମିଳିବ। କିନ୍ତୁ ଏହା ପୂର୍ବରୁ କ୍ରିକେଟ ପ୍ରଶଂସକମାନଙ୍କ ମନକୁ ଆଘାତ ଦେବା ଭଳି ଏକ ଖବର ଆସୁଛି। ମଙ୍ଗଳବାର ଦୁବାଇର ପାଗ ଖରାପ ହେବାକୁ ଯାଉଛି। ମଙ୍ଗଳବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଆମେ ଭାରତୀୟମାନେ ବିଶେଷତଃ ଦୁବାଇର ପାଣିପାଗକୁ ନେଇ ଚିନ୍ତିତ। ଯଦି ରୋହିତ ଶର୍ମାଙ୍କ ଦଳ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ ଜିତିଯାଆନ୍ତି, ତେବେ ଭାରତ ପାଇଁ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ଦୁବାଇରେ ନିଶ୍ଚିତ ହୋଇଯିବ।

ଟିମ୍ ଇଣ୍ଡିଆ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଛି। ରୋହିତ ଶର୍ମା ପ୍ରତ୍ୟେକ ମ୍ୟାଚ୍‌ରେ ଟସ୍‌ ହାରିଛନ୍ତି କିନ୍ତୁ ଦଳକୁ ମ୍ୟାଚ୍‌ ଜିତିବାରେ କୌଣସି ଅସୁବିଧା ହୋଇନାହିଁ। ତଥାପି, ଅଷ୍ଟ୍ରେଲିଆ ଏକ ଶକ୍ତିଶାଳୀ ଦଳ ଏବଂ ଭାରତକୁ କଡ଼ା ମୁକାବିଲା ଦେବ ବୋଲି ଚର୍ଚ୍ଚା ଜୋର ଧରିଛି। ଯଦିଓ ଦୁବାଇରେ ପାଗ ଗରମ ରହିଛି, ମଙ୍ଗଳବାର ଦିନ ପାଗର ମିଜାଜ ବଦଳିଯିବ। ବର୍ଷା ଏହି ମ୍ୟାଚ୍‌ରେ ବାଧା ସୃଷ୍ଟି କରିପାରେ। ପାଣିପାଗ ରିପୋର୍ଟ ଅନୁଯାୟୀ, ଭାରତ -ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍‌ରେ ବର୍ଷା ବାଧା ଦେଇପାରେ। ମଙ୍ଗଳବାର ଦିନ ବର୍ଷା ହେବାର ସମ୍ଭାବନା ୧୦ ପ୍ରତିଶତ ରହିଛି। ଘଣ୍ଟା ପ୍ରତି ୨୭ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 

ଦୁବାଇ ଷ୍ଟାଡିୟମର ପିଚ୍‌ ରିପୋର୍ଟ: 

ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ଧୀମା ରହିବ। ଏଠାରେ ବ୍ୟାଟିଂ କରିବା ବହୁତ ଚ୍ୟାଲେଞ୍ଜିଂ ହେବ, ଯେପରି ପୂର୍ବ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଦେଖାଯାଇଥିଲା। ଯେଉଁ ଦଳ ମିଡିଲ ଅର୍ଡରରେ ଭଲ ବ୍ୟାଟିଂ କରିବ, ସେହି ଦଳର ଜିତିବାର ସମ୍ଭାବନା ଅଧିକ ରହିବ। ଦୁବାଇରେ ଦ୍ରୁତ ବୋଲରଙ୍କ ତୁଳନାରେ ସ୍ପିନରମାନଙ୍କ ପାଇଁ ପିଚ୍‌ ଅନୁକୁଳ ରହିବ। ଦୁବାଇରେ ବର୍ଷା ସମ୍ଭାବନା ମଧ୍ୟରେ ଟସ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଯାତ୍ରା ବିଷୟରେ କହିବାକୁ ଗଲେ, ଦଳ ଗ୍ରୁପ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଜିତିଥିଲା। ଅଷ୍ଟ୍ରେଲିଆ ବର୍ଷା ଯୋଗୁଁ ୩ଟି ମ୍ୟାଚ୍‌ରୁ ୨ଟିରେ ପରାସ୍ତ ହୋଇଥିବା ବେଳେ, ଗୋଟିଏ ମ୍ୟାଚ୍ ରେ ସେମାନେ ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.