ଥିରୁବନ୍ତପୁରମ, ୩୧/୧ : ଶେଷ ଟି-୨୦ରେ ଜିତିଲା ଭାରତ । ନ୍ୟୁଜିଲାଣ୍ଡକୁ ୪୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୭୨ ରନର ଲକ୍ଷ୍ୟ ଦେଇଥିଲା । ତେବେ ନ୍ୟୁଜିଲାଣ୍ଡ ୨୨୫ ରନରେ ଅଲଆଉଟ୍ ହୋଇଛି । ପ୍ରଥମରୁ ଭାରତୀୟ ବୋଲରଙ୍କୁ ଧୁଲେଇ କରିଥିଲେ ଫିଲ୍ ଆଲେନ୍ । ମାତ୍ର ସେ ଆଉଟ୍ ହେବା ପରେ ଦଳ ଏହି ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ୧୯.୪ ବଲରେ ଅଲଆଉଟ୍ ହୋଇଛି । ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତି ନେଇଛି । 

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।  ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୨୭୧ ରନ୍ କରିଥି ଭାରତ ପକ୍ଷରୁ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ଅଭିଶେକ ଶର୍ମା । ସେ ୧୬ ବଲରୁ ୩୦ ରନ କରିଥିବାବେଳେ ଇଶାନ କିଶାନ ଶତକୀୟ ପାଳି ଖେଳିଛନ୍ତି । ସେ ୪୩ ବଲରୁ ୧୦୩ ରନ କରିଛନ୍ତି । ଯେଉଁଥିରେ ୬ ଚୌକା ସହ ୧୦ ଛକା ରହିଛି । ସେପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୦ ବଲରୁ ୬୩ ରନ କରିଛନ୍ତି । ଶେଷ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପାଳି ଖେଳିଛନ୍ତି । ସେ ୧୭ ବଲରେ ୪୨ ରନ କରିଛନ୍ତି । ସେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଅନ୍ତିମ ଟି-୨୦ରେ ମଧ୍ୟ ଫ୍ଲପ ହୋଇଛନ୍ତି ସଞ୍ଜୁ ସାମସନ । ସେ ମାତ୍ର ୬ ରନ୍ କରିଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଏଭଳି ପ୍ରଦର୍ଶନ ତାଙ୍କ ଉପରେ ପ୍ରଭାବ ପକାଇଛି ନିଶ୍ଚୟ ।

ଏହାସହ ପଢ଼ନ୍ତୁ : ଇଶାନଙ୍କ ଶତକୀୟ ପାଳି, ନ୍ୟୁଜିଲାଣ୍ଡ ଆଗରେ ୨୭୨ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ