ନୂଆଦିଲ୍ଲୀ : ଇଣ୍ଡିଆ –ନ୍ୟୁଜିଲାଣ୍ଡ ମହିଳା ୨ୟ ୱାନଡେ ଇଣ୍ଟରନ୍ୟାସମାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ର ଅଧିନାୟକ ସୋଫି ଡିଭାଇନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲେ। ନ୍ୟୁଜିଲାଣ୍ଡର ଟିମ୍‌ ୯ ୱିକେଟ୍‌ ହରାଇ ୫୦ ଓଭରରୋ ୨୫୯ ରନ୍‌ କରିଛି। 

ଭାରତ ସାମ୍ନାରେ ସିରିଜ ଓ ମ୍ୟାଚକୁ ଜିତିବା ପାଇଁ ୨୬୦ ରନ୍‌ର ଲକ୍ଷ୍ୟ ରହିଛି। ରାଧା ଯାଦବ ଭାରତ ପାଇଁ ୪ ୱିକେଟ୍‌ ନେଇଛନ୍ତି। ସୋଫି ଡିଭାଇନ ୭୯ ରନ୍‌ର ଦମଦାର ଇଂନିସ କିୱି ଟିମ୍‌ ପାଇଁ ଖେଳିଛନ୍ତି।

୨୬୦ ରନ୍‌ର ଲକ୍ଷ୍ୟର ପିଛା କରି  ମୈଦାନକୁ ଓହ୍ଲାଇ ଥିବା ଭାରତୀୟ ଟିମ୍‌ର ଆରମ୍ଭ ଭଲ ହୋଇନାହିଁ । ଟିମ୍‌ ୫ର ସ୍କୋରରେ ପ୍ରଥମ ୱିକେଟ୍‌ ହରାଇଛି। ସ୍ମୃତି ମିନ୍ଧାନା ଖାତା ନଖୋଲି ପାଭେଲିୟନ ଫେରିଛନ୍ତି।