ପ୍ରମୂଖ ଖବର
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

କୁକୁର ଭୟରେ ବନ୍ଦ ହେଲା ପରେଡ଼ ,ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିଲେ ଗ୍ରାମବାସୀ

Published By : Anindita Ratha | August 15, 2025 2:09 PM

ବଲାଙ୍ଗୀର, ୧୫/୦୮: ସ୍ଵାଧୀନତା ଦିବସ ସମାରୋହରେ କୁକୁର ଆତଙ୍କ । ବୁଲା କୁକୁରଙ୍କ ଭୟରେ ବନ୍ଦ ହେଲା ପରେଡ୍ । କେବଳ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ଼ ଗାଁରେ ଦେଖିବାକୁ ମିଳିଛି।  

ସୂଚନା ମୁତାବକ, ଗତ ୧୦ ତାରିଖରେ ଚିଂଚେଡ଼ ଗାଁରେ ପାରାଅଲମ୍ପିଆଡ ଦୁଇ ଜଣଙ୍କ କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଏନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି । ସେବେଠୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ତେବେ ପ୍ରତିବର୍ଷ ଏହି ଗ୍ରାମ ପଞ୍ଚାୟତରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ ବେଶ ଧୁମଧାମରେ ପାଳନ କରିବା ସହ ପରେଡ କରି ଗାଁରେ ଶୋଭାଯାତ୍ରା କରନ୍ତି । ହେଲେ ଏବେ ଗାଁରେ ୪୦ରୁ ଅଧିକ ବୁଲା କୁକୁର ରହିଥିବାରୁ ସମଗ୍ର ଗ୍ରାମବାସୀ ଭୟରେ ରହିଛନ୍ତି । ତେବେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କୌଣସି ସମାଧାନ ବାଟ ପ୍ରଶାସନ ବାହାର କରିନଥିବାରୁ ଏନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.