ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ବ୍ରିଟେନର ତୁଚ୍ଛ ମାନସିକତା: ଖଲିସ୍ତାନୀଙ୍କ ସପକ୍ଷରେ ଦେଲା ରିପୋର୍ଟ, ଭାରତକୁ ୧୨ ଅତ୍ୟାଚାରୀ ତାଲିକାରେ ସାମିଲ

Published By : Swapna Ray | August 1, 2025 11:40 AM

ନୂଆଦିଲ୍ଲୀ, ୧ ୮: ବ୍ରିଟେନର ଏକ ସଂସଦୀୟ ସମିତି ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, କିଛି ବିଦେଶୀ ସରକାର ବ୍ରିଟେନରେ ଥିବା ଲୋକଙ୍କୁ ଧମକାଇ ତାଙ୍କୁ ଦବାଇବାକୁ ଚେଷ୍ଟା କରୁଛନ୍ତି । ଏହି ରିପୋର୍ଟର ନାଁ ‘ଟ୍ରାନ୍ସନ୍ୟାସନାଲ ଅନ ଦ ୟୁକେ’ ରହିଥିବା ବେଳେ ଏଥିରେ ସିମିତି ପ୍ରମାଣ ମଧ୍ୟ ଦିଆଯାଇଛି । । ବ୍ରିଟେନ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି । ୧୨ ଦେଶରେ ଭାରତ ସମେତ ଚୀନ, ପାକିସ୍ତାନ, ଇରାନ, ଇଜିପ୍ଟ, ରୁଷ, ବାହାରିନ, ୟୁଏଇ, ସାଉଦି ଆରବ, ତୁର୍କୀ, ରାୱାଣ୍ଡା ଓ ଇରିଟ୍ରିଆର ନାଁ ସାମିଲ । ଭାରତ ଏହି ରିପୋର୍ଟ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାରିକ କୌଣସି ପ୍ରତିକ୍ରିୟା ଦେଇନାହିଁ ।  

ରିପୋର୍ଟରେ ଭାରତୀୟ ଶିଖ୍ ଫର୍ ଜଷ୍ଟିସ ବିଷୟରେ ଉଲ୍ଲେଖ ଅଛି । ଏହା ଏକ ଖଲିସ୍ତାନୀ ସମର୍ଥକ ସଙ୍ଗଠନ । ଏହାର ବେଆଇନ କାର୍ଯ୍ୟକଳାପ ଯୋଗୁଁ ଭାରତରେ ଏହାକୁ ଏକ ଅବୈଧ ସଙ୍ଗଠନ ବୋଲି ଘୋଷଣା କରାଯାଇଛି । ଏହି ସଂସଦୀୟ ସମିତିରେ ବ୍ରିଟେନର ଅନେକ ଦଳର ସଂସଦ ସାମିଲ ଅଛନ୍ତି ଓ ଏହି ସମିତି ବ୍ରିଟେନର ମାନବଧିକାର ସହ ଜଡ଼ିତ ମାମଲାର ଯାଞ୍ଚ କରେ । ସମିତି ରିପୋର୍ଟରେ ଦାବି କରିଛି ଯେ, ଏକ ବିଶ୍ୱସନୀୟ ସୂତ୍ରରୁ ତାକୁ ଏହି ପ୍ରମାଣ ମିଳିଛି । ବ୍ରିଟେନର ସୁରକ୍ଷା ଏଜେନ୍ସି ଏମ୍‌ଆଇ୫ର ଯାଞ୍ଚରେ ଏଭଳି ମାମଲାରେ ୨୦୨୨ ପରଠୁ ୪୮ ପ୍ରତିଶତର ବୃଦ୍ଧି ଘଟିଛି । ଏହା ମଧ୍ୟ କୁହାଯାଉଛି ଯେ, କିଛି ଦେଶ ଇଣ୍ଟରପୋଲ ନିୟମଗୁଡ଼ିକର ଅପବ୍ୟବହାର କରୁଛନ୍ତି । ଏଥିମଧ୍ୟରୁ ଚୀନ, ରୁଷ ଓ ତୁର୍କୀର ନାଁ ତାଲିକାର ଶୀର୍ଷରେ ରହିଛି । କିନ୍ତୁ, ଭାରତ ଓ ଅନ୍ୟ କିଛି ଦେଶ ଉପରେ ମଧ୍ୟ ଏଭଳି ଆରୋପ ଲଗାଯାଇଛି । ସମିତି ବ୍ରିଟେନ ସରକାରକୁ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି, ଯାହା ଫଳରେ ମାନବଧିକାରକୁ ସୁରକ୍ଷା ମିଳିପାରିବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.