ନୂଆଦିଲ୍ଲୀ – ପୂର୍ବ ଲଦ୍ଦାଖର ଦେପସାଙ୍ଗ ଅଞ୍ଚଳରେ ଭାରତ ଓ ଚୀନ ମଧ୍ୟରେ ସେନା କଥାବାର୍ତ୍ତାରେ, ଗତିରୋଧ ହେବାର ଅଟକଳକୁ ଭାରତୀୟ ସେନା ଖାରଜ କରି ଦେଇଛି। ସେନା ଗୁରୁବାର ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛି କି, କୌଣସି ବାଧା କି ବିରୋଧ ସୃଷ୍ଟି ହୋଇ ନାହିଁ। ସେନା କିଛି ମିଡ଼ିଆ ରିପୋର୍ଟକୁ କାଳ୍ପନିକ ଓ ତଥ୍ୟହୀନ କହିଛି। ସେନାର ଅତିରିକ୍ତ ମହାନିର୍ଦ୍ଦେଶକ ଜନସଂପର୍କ କହିଛନ୍ତି କି, ବୁଧବାର ଓ ଗୁରୁବାର ପ୍ରକାଶିତ କିଛି ରିପୋର୍ଟରେ ଦେପସାଙ୍ଗ ଓ ଡେମଚୋକରେ ଗତିରୋଧର କଥା କୁହାଯାଇ ଥିଲା।
ଭାରତୀୟ ସେନା ଅନୁସାରେ, ଏହା ସ୍ପଷ୍ଟ କରାଯାଉଛି କି, ଦେପସାଙ୍ଗ ଓ ଡେମଚୋକରେ ଡିସଏଙ୍ଗେଜମେଣ୍ଟ ପୂରା ହୋଇ ସାରିଛି ଏବଂ ସହମତି ଅନୁସାରେ, ଯୋଜନା ମୁତାବିକ ପାରମ୍ପରିକ କ୍ଷେତ୍ର ଗୁଡ଼ିକରେ ପାଟ୍ରୋଲି ଆରମ୍ଭ ହୋଇ ସାରିଛି। ଏହି ପ୍ରକ୍ରିୟାରେ କୌଣସି ପ୍ରକାରର କିଛି ଅବରୋଧ ନାହିଁ। ସେନା ସମ୍ୱନ୍ଧିତ ମିଡ଼ିଆ ହାଉସ ଗୁଡ଼ିକୁ ସତର୍କ କରାଯାଇଛି କି ସମ୍ୱେଦନଶୀଳ ମାମଲା ଗୁଡ଼ିକ ଉପରେ ତଥ୍ୟ ଯାଞ୍ଚ କରି ରିପୋର୍ଟ ପ୍ରକାଶିତ କରାଯାଉ , ଯାହାକି କୌଣସି ପ୍ରକାରର ଭ୍ରମାତ୍ମକ ସୂଚନା ପ୍ରଚାର କରାନଯାଉ।
ସେନା କହିଛି , ଏହି ସମ୍ୱନ୍ଧରେ ପ୍ରକାଶିତ ଲେଖା କାଳ୍ପନିକ ଓ ତଥ୍ୟହୀନ। ମିଡ଼ିଆ ହାଇସ ଗୁଡ଼ିକ ଦ୍ୱାରା ଅନୁରୋଧ ଯେ, ଏମିତି ସମ୍ୱେଦନଶୀଳ ମାମଲାରେ ତଥ୍ୟର ଯାଞ୍ଚ ଓ ସତ୍ୟାପନ ପରେ ହିଁ ରିପୋର୍ଟ ପ୍ରକାଶିତ କରନ୍ତୁ ଏବଂ ଅନାବଶ୍ୟକ ରୂପେ ଭ୍ରମାତ୍ମକ ସୂଚନା ପ୍ରଚାର ପ୍ରସାର ନକରନ୍ତି।
କହି ରଖୁଛୁ କି , ୨୧ ଅକ୍ଟୋବରରେ ଭାରତ ଦେପସାଙ୍ଗ ଓ ଡେମଚୋକର ବିବାଦୀୟ କ୍ଷେତ୍ରରେ ଏକ ପାଟ୍ରୋଲିଂ ବୁଝାମଣାର ଘୋଷଣା କରିଥିଲା, ଯେଉଁଥିରେ ଉଭୟ ଦେଶର ସେନାକୁ ୨୦୨୦ର ସ୍ଥିତିରେ ଫେରିବାର ନିର୍ଦ୍ଦେଶ ଦିଆ ଯାଇ ଥିଲା। ଏହି ବୁଝାମଣା ଅନୁସାରେ ଷ୍ଟ୍ରକଚରକୁ ହଟେଇ ଏହାର ମୂଳ ସ୍ଥିତିରେ ରଖିବା ସାମିଲ ଥିଲା। ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ , ଆମେ ଏକ ବୁଝାମଣା ଉପରେ ପହଞ୍ଚି ଯାଇଛୁ ଏବଂ ଆମେ ୨୦୨୦ର ସ୍ଥିତିକୁ ଫେରି ସାରିଛୁ।