ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ମିଆଁମାର ସୀମାରେ ତାରବାଡ଼ ବସାଇପାରୁନି ଭାରତ, ଅଧିକ ଟଙ୍କା ଯାଚିଲେ ବି ଆସୁ ନାହାନ୍ତି ଶ୍ରମିକ

Image Courtesy: morungexpress

ନୂଆଦିଲ୍ଲୀ: ଭାରତ ଓ ମିଆଁମାର ସୀମାକୁ ନେଇ ଚିନ୍ତାରେ ସରକାର। ସୀମାରେ ସରୁନି ତାରବାଡ଼ କାମ। ଅଧିକ ମଜୁରି ଦେଇ ମଜୁରିଆ ଡାକିଲେ ବି କେହି କାମ କରିବାକୁ ଆସୁ ନାହାନ୍ତି। ଦୁର୍ଗମ ଅଞ୍ଚଳ କାମ କରିବା ଦୂରୁହ ବ୍ୟାପାର ଥିବାରୁ ସୀମାରେ ତାରବାଡ଼ କାମ କରିବାକୁ କୌଣସି ଶ୍ରମିକ ରାଜି ହେଉ ନାହାନ୍ତି। ତେଣୁ ସୀମାରେ କେମିତି ତାରବାଡ଼ ବସିବ ସେ ନେଇ ଚିନ୍ତାରେ ଭାରତ ସରକାର। 

ଭାରତ ଓ ମିଆଁମାର ମଧ୍ୟରେ ୧୬୪୩ କିଲୋମିଟର ବର୍ଡର ଏରିଆ ରହିଛି। ସେଥିମଧ୍ୟରୁ ଭାରତର ବିଭିନ୍ନ ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶକୁ ଲାଗି ୫୨୦ କିଲୋମିଟର, ମିଜୋରାମରେ ୫୧୦, ମଣିପୁରରେ ୩୯୮, ନାଗାଲାଣ୍ଡରେ ୨୧୫ କିଲୋମିଟର ଅଞ୍ଚଳରେ ବର୍ଡର ଏରିଆ ରହିଛି। ଏହି ଅଞ୍ଚଳଗୁଡ଼ିକ ନଦୀ, ଜଙ୍ଗଲ ଓ ବଣପାହାଡ ଘେରାରେ ରହିଥିବାରୁ ତାରବାଡ଼ ବସାଇବାରେ ସମସ୍ୟା ହେଉଛି। କେତେବେଳେ ଠିକାଦାର ମିଳୁ ନାହାନ୍ତି ତ ଆଉ କେତେବେଳେ ଶ୍ରମିକ ମିଳୁ ନାହାନ୍ତି। ଶ୍ରମିକ ନମିଳିବାର ପ୍ରମୁଖ କାରଣ ହେଉଛି ସ୍ଥାନୀୟ ଲୋକଙ୍କ ବିରୋଧ।  ଶ୍ରମିକମାନଙ୍କୁ ଧାର୍ଯ୍ୟ ଦରଠାରୁ ଦୁଇଗୁଣ ଅଧିକ ମଜୁରୀ ଦେଲେ ମଧ୍ୟ ଶ୍ରମିକ ମିଳୁ ନାହାନ୍ତି । ଏହା ବ୍ୟତୀତ ମଣିପୁରରେ ଚାଲିଥିବା ହିଂସା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଯୋଗୁ ଲୋକେ କାମ କରିବାକୁ ଅମଙ୍ଗ ହେଉଛନ୍ତି।  

ଭାରତୀୟ ସୁରକ୍ଷା ଏଜେନ୍ସିର ସୁଚନା ମୁତାବକ ତାରବାଡ଼ କାମ ଚାଲୁ ରହିଛି। କିନ୍ତୁ ମଣିପୁରରେ ରହିଥିବା ୧୦ କିଲୋମିଟର ଲମ୍ବା ବର୍ଡର ପାଇଁ କାମ ହେଉଥିବା ବେଳେ ଏହା କେତେ ବାଟ ଯାଏ ଯାଇଛି ସେ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସୁରକ୍ଷା ଏଜେନ୍ସି କହିଛନ୍ତି । ତେବେ ଚଳିତ ବର୍ଷ ଫ୍ରେବୃଆରୀ ମାସରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଭାରତ-ମିଆଁମାର ସୀମାରେ ହାଇବ୍ରିଡ ସର୍ଭିଲାନ୍ସ ସିଷ୍ଚମ ଲଗାଇବା ପାଇଁ ଘୋଷଣା କରିବା ସହ ସୀମାରେ ପେଟ୍ରୋଲିଂ ଟ୍ରାକ୍ ବନାଇବା ନେଇ ଘୋଷଣା କରିଥିଲେ । 

ସୀମାରେ ତାରବାଡ଼ ଓ ପେଟ୍ରୋଲିଂ ଟ୍ରାକ ବନେଇବାର କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାର ମୁଖ୍ୟ କାରଣ ହେଉଛି ମଣିପୁରରେ ଚାଲିଥିବା ହିଂସା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ମଣିପୁରରେ ହେଉଥିବା ବିଶୃଙ୍ଖଳା ପଛରେ ବିଦେଶି ଶକ୍ତିର ହାତ ରହିଥିବା ବେଳେ ମୁକୁଳା ପଡିଥିବା ମିଆଁମାର ସୀମା ଦେଇ ବିଭିନ୍ନ ଉଗ୍ରବାଦୀ ଓ ସଶସ୍ତ୍ର ବାହିନୀ ଦେଶ ଭିତରକୁ ପଶିଆସୁଛନ୍ତି ବୋଲି ଅନୁମାନ କରାଯାଉଛି।

ଭାରତ-ମିଆଁମାର ସୀମାରେ ତାରବାଡ଼ ହୋଇଗଲେ ଉଭୟ ଦେଶ ମଧ୍ୟରେ ୨୦୧୮ରେ ହୋଇଥିବା ଫ୍ରି ମୁଭମେଣ୍ଟ  ରେଜିମ(ଏଫଏମଆର) ଚୁକ୍ତି କିଭଳି କାର୍ଯ୍ୟକରିବ ସେନେଇ ଚିନ୍ତାରେ ଅଛନ୍ତି ସୀମାରେ ବସବାସ କରୁଥିବା ଲୋକମାନେ। ଏହି ଚୁକ୍ତି ଫଳରେ ଉଭୟ ଦେଶର ନାଗରିକ ଉଭୟ ଦେଶରେ ବିନା ବାଧାରେ ପ୍ରବେଶ କରିପାରୁଥିଲେ। କିନ୍ତୁ ବାଡ଼  ବସି ଯିବାପରେ ଅପର ଦେଶର ୧୬ କିମି ପରିଧିରେ ଭିତରେ ପ୍ରବେଶ କରିପାରିବେ ନାହିଁ। ପ୍ରବେଶ କରିବାକୁ ହେଲେ ପାସପୋର୍ଟ କିମ୍ବା ଭିସାର ଆବଶ୍ୟକ ପଡିବ। ଏଣୁ ସୀମାନ୍ତରେ ରହୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ  ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.