ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସମାନ୍ତରଳ ଭାବେ ନୌସେନା ସମରାଭ୍ୟାସ କରିବେ ଭାରତ ଓ ପାକିସ୍ତାନ; ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା

Published By : Bijay Swain | May 9, 2025 6:28 AM

Image courtesy: pib

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଦୁଇ ଦେଶର ନୌସେନା ଏବେ ବିପଜ୍ଜନକ ଭାବରେ ନିକଟତର ହୋଇ ସମାନ୍ତରାଳ ସାମରିକ ଅଭ୍ୟାସ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଭାରତୀୟ ନୌସେନା ମେ ୮ ତାରିଖରେ ଆରବ ସାଗରରେ ଏହାର ଅଭ୍ୟାସ ଆରମ୍ଭ କରିଥିଲା, ଏହି ଅଭ୍ୟାସଗୁଡ଼ିକ ମେ ୧୩ ପର୍ଯ୍ୟନ୍ତ ଜାରି ରହିବ। 

ଏପଟେ ପାକିସ୍ତାନ ନୌସେନା ମେ ୯ ରୁ ଗ୍ୱାଦରରୁ କରାଚୀ ପର୍ଯ୍ୟନ୍ତ ଏହାର ସମରାଭ୍ୟାସ ଆରମ୍ଭ କରୁଛି। ଏବଂ ମେ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ୪ ଦିନର ଅବଧି ପାଇଁ, ଉଭୟ ନୌସେନା ପ୍ରାୟତଃ ଏକପ୍ରକାର ମୁହାଁମୁହିଁ ହୋଇ ସମରାଭ୍ୟାସ କରିବେ। ସେମାନଙ୍କର ମଧ୍ୟରେ ଅପରେସନାଲ ଦୂରତ୍ୱ ମାତ୍ର ୬୦ କିଲୋମିଟର ରହିବ। ଏତେ ପାଖରୁ ଦୁଇ ଶତ୍ରୁ ରାଷ୍ଟ୍ର  ନୌସେନା ସମରାଭ୍ୟାସ କଲେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇପାରେ ବୋଲି ପ୍ରତିରକ୍ଷା ବିଶ୍ଳେଷକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଗୁରୁବାର ରାତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଛି। ପାକିସ୍ତାନ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି। ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନରେ ଭାରତୀୟ ସହରଗୁଡ଼ିକୁ ଟାର୍ଗେଟ କରିଛି ପାକିସ୍ତାନ। ହେଲେ ପଡ଼ୋଶୀର ସବୁ ଆକ୍ରମଣକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ପଣ୍ଡ କରିଦେଇଛି। ଭାରତ ମଧ୍ୟ ପାକିସ୍ତାନର କଡ଼ା ଜବାବ ଦେଇଛି। ଭାରତ କରାଚୀ ପୋର୍ଟ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଭାରତ ଏକ ପାକିସ୍ତାନୀ AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍) ବିମାନକୁ ମଧ୍ୟ ଖସାଇ ଦେଇଛି। ଫଳରେ ପାକିସ୍ତାନର ନିରୀକ୍ଷଣ କ୍ଷମତାକୁ ଏକପ୍ରକାର ପଙ୍ଗୁ କରି ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.