ନୂଆଦିଲ୍ଲୀ: ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବୋମା । ବନ୍ଧୁ ବୋଲାଇ ବାଇରି ସାଜିଲା ଆମେରିକା । ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁଛନ୍ତି । ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଋଷକୁ ନେଇ ସୋସିଆଲ୍ ମିଡିଆରେ ବଡ଼ ଚିପ୍ପଣୀ ଦେଇଛନ୍ତି । ଟ୍ରମ୍ପ ଟ୍ରୁଥ୍ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଭାରତ-ଋଷ୍ ବନ୍ଧୁତ୍ବ ସମ୍ପର୍କ 'ମତେ ଫରକ୍ ପଡ଼ିବ ନାହିଁ' । ମତେ ଦେଖିବାର ଅଛି, ଦୁଇ ଦେଶର ମୃତ ଅର୍ଥ ବ୍ୟବସ୍ଥା କିପରି ନିମ୍ନଗାମୀ ହେଉଛି’ । ଆମେରିକା ରାଷ୍ଟ୍ରପତିଙ୍କ ଏହି ଟିପ୍ପଣୀ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ କଷିବା ପରେ ଆସିଛି । ଋଷରୁ ଭାରତ ତୈଳ କିଣିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରମ୍ପ । ବୁଧବାର ବ୍ରିକ୍ସ ସମୂହ ଦେଶ ସାମ୍ନାରେ ଅସନ୍ତୋଷ ଝାଡ଼ି ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଭିଡ଼ିବାର କାରଣ କହିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ନିଜ ପୋଷ୍ଟରେ ଭାରତ-ଋଷ୍ ସମ୍ପର୍କକୁ ନେଇ ବିଳିବିଳି ହେଉଥିବା ସଫା ସଫା ଦେଖିବାକୁ ମିଳିଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମେରିକା ଏବଂ ଭାରତ ମଧ୍ୟରେ ପୂର୍ବରୁ ବହୁ ବ୍ୟବସାୟିକ ଚୁକ୍ତି ହୋଇଛି । ହେଲେ ଆମେରିକା ସାମଗ୍ରୀ ଉପରେ ଭରତର ହାଇ ଟାରିଫ୍ ରହିଛି । ଯାହା ପୂରା ବିଶ୍ବରେ ସର୍ବାଧିକ । ସେହିପରି ଆମେରିକା ଏବଂ ଋଷ୍ ମଧ୍ୟରେ କୌଣସି ପ୍ରକାର ବ୍ୟବସାୟ ନାହିଁ ବୋଲି ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି ।
ଋଷ୍ର ପୂର୍ବତନ ରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍:
ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଋଷର ପୂର୍ବତନ ରାଷ୍ଟ୍ରପତି ତଥା ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ଦିମିତ୍ର ମେଦଭେଦବଙ୍କୁ ଟାର୍ଗେଟ୍ କରିବା ସହ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଋଷ ବିଫଳ ପୂର୍ବତନ ରାଷ୍ଟ୍ରପତି ଦିମିତ୍ର ମେଦଭେଦବ, ଯିଏ ନିଜକୁ ଏବେ ବି ରାଷ୍ଟ୍ରପତି ଭାବୁଛନ୍ତି, ସେ ନିଜର ଶବ୍ଦ ଉପରେ ଧ୍ୟାନ ଦେବା ଉଚିତ୍ । ସେପଟେ ଦିମିତ୍ର ମେଦଭେଦବ ଗୋଟିଏ ଦିନ ପୂର୍ବରୁ ଡୋନାଲ୍ଜ ଟ୍ରମ୍ପଙ୍କୁ ଯୁଦ୍ଧ ଧମକ ଦେଇଥିଲେ । ଟ୍ରମ୍ପଙ୍କ ୧୦ ଦିନିଆ ଅଲ୍ଟିମେଟମ ଉପରେ ଏକ୍ସରେ ଲେଖିଛନ୍ତି, ଏହା ଡୋନାଲ୍ଡ ଟ୍ରମ୍ପଙ୍କ ଅଲ୍ଟିମେଟମ ଗେମ୍ ପ୍ଲାନ୍ । ସେ ମନେ ରଖିବା ଦରକାର ଋଷ୍, ଇସ୍ରାଏଲ କିମ୍ବା ଇରାନ ନୁହେଁ ଯେ ଆମେରିକା କଥା ବସଉଠ ହେବ ।