ନୂଆଦିଲ୍ଲୀ,୧୪/୧୦: ଭାରତ ୩୭୮ ଦିନ ପରେ ଜିତିଲା ଟେଷ୍ଟ ସିରିଜ । ୱେଷ୍ଟଇଣ୍ଡିଜ ହେଲା କ୍ଲିନ୍ ସୁଇପ । ଘରୋଇ ମୈଦାନରେ ଆଧିପତ୍ୟ ଅହମ୍ମଦାବାଦ ପରେ ଦିଲ୍ଲୀ ଦଖଲ କରିଛି ଭାରତ । ଦ୍ବିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି  ୨-୦ରେ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ଏହି ସଫଳତା ସହିତ ଗିଲ୍‌-ଗୌତମଙ୍କ ନାମରେ ବଡ଼ ଉପଲବ୍ଧି ହାସଲ କରିଛି ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍ ଏବଂ ଇନିଂସରେ ୧୪୦ରନ୍‌ରେ ଜିତିଥିଲା ଭାରତ । ଏହି ଦମଦାର ବିଜୟରେ ୫ ହିରୋ ଅଛନ୍ତି । ମହମ୍ମଦ ସିରାଜ ମ୍ୟାଚ୍ ୱିନର ହୋଇଛନ୍ତି ।

କୁଳଦୀପ ଯାଦବ- ଦିଲ୍ଲୀ ଟେଷ୍ଟରେ କୁଲଦୀପ ଯାଦବଙ୍କ ପାଇଁ ଏକ ସ୍ମରଣୀୟ ରହିଛି  । ସେ  ଦ୍ବିତୀୟ ଟେଷ୍ଟରେ ମୋଟ ୮ ଟି ୱିକେଟ୍ ସହ ସିରିଜରେ ୧୨ଟି ୱିକେଟ୍ ନେଇଛନ୍ତି । କୁଲଦୀପ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଭାଗ୍ୟ କିପରି ବଦଳାଇପାରେ ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ରେ ତାହା ପ୍ରଦର୍ଶନ କରିଥିଲେ । କୁଲଦୀପ କ୍ୟାରିୟରରେ ମାତ୍ର ୧୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ମୋଟ ୬୮ଟି ୱିକେଟ୍ ଅକ୍ତିଆର କରିଛନ୍ତି । ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି କୁଳଦୀପ ଯାଦବ 

ସାର୍ ରବିନ୍ଦ୍ର ଜାଡେଜା- ସାର୍ ରବୀନ୍ଦ୍ର ଜାଡେଜା ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱର ସର୍ବୋତ୍ତମ ଅଲରାଉଣ୍ଡର ଭାବରେ ବିବେଚନା କରାଯାଏ । ସେ ଏହି ସିରିଜରେ ୮ଟି ୱିକେଟ୍ ନେଇଛନ୍ତି ।  ୧୨୪ ରନ୍ କରିଛନ୍ତି । ସେ ଦିଲ୍ଲୀ ଟେଷ୍ଟରେ ୪ଟି ୱିକେଟ୍ ନେଇଥିଲେ । ଏହି ସିରିଜରେ ଜାଡେଜା  ଏକ ଶତକ ମଧ୍ୟ ହାସଲ କରିଛନ୍ତି ।  ଜାଡ଼େଜା ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

ମହମ୍ମଦ ସିରାଜ- ଡିଏସ୍‌ପି ସାର୍‌ ମହମ୍ମଦ ସିରାଜ ମଧ୍ୟ ଟେଷ୍ଟ ସିରିଜର ହିରୋ ହୋଇଛନ୍ତି । ଦିଲ୍ଲୀ ଟେଷ୍ଟର ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସରେ, ସିରାଜ ଶାଇ ହୋପଙ୍କୁ ଏପରି ସମୟରେ ଆଉଟ୍ କରିଥିଲେ ଯେବେ ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ନିରାଶ ହୋଇଥିଲେ । ସିରାଜ୍ ହୋପଙ୍କୁ ୧୦୩ ରନରେ ବୋଲ୍ଡ କରି ଭାରତକୁ ଏକ ବଡ଼ ସଫଳତା ଦେଇଥିଲେ । ସିରାଜ ପୁଣି ଥରେ ପ୍ରମାଣ କରିଛନ୍ତି ଯେ କାହିଁକି ସେ ଭାରତ ପାଇଁ ମ୍ୟାଚ୍ ବିଜେତା । ଦିଲ୍ଲୀ ଟେଷ୍ଟରେ ୩ ୱିକେଟ୍ ନେଇଛନ୍ତି । ଉଭୟ ଟେଷ୍ଟରେ ମୋଟ ୧୦ ୱିକେଟ୍ ସିରାଜଙ୍କ ନାମରେ ରହିଛି । ୨୦୨୫ ମସିହାରେ ସିରାଜ ସର୍ବାଧିକ ୱିକେଟ୍ ନେଇଥିବା ବୋଲର  ହୋଇଛନ୍ତି । ଚଳିତବର୍ଷ ସିରାଜ ମୋଟ ୩୭ ୱିକେଟ୍ ନେଇଛନ୍ତି ।

ଯଶସ୍ୱୀ ଜୈସ୍ୱାଲ- ଯଶସ୍ୱୀ ଜୈସ୍ୱାଲ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱ କ୍ରିକେଟର ଜଣେ ଷ୍ଟାର ବୋଲି କୁହାଯାଏ । ଜୌସ୍ୱାଲ ଦିଲ୍ଲୀ ଟେଷ୍ଟର ପ୍ରଥମ ଇନିଂସରେ ୧୭୫ ରନ କରିଥିଲେ, ଯାହା ଭାରତକୁ ମୋଟ ୫୧୮ ରନ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଜୈସ୍ୱାଲ ସିରିଜର ୩ଟି ଇନିଂସରେ ମୋଟ୍ ୨୧୯ ରନ କରିଛନ୍ତି ।

ଶୁବମନ ଗିଲ୍- ଅଧିନାୟକ ଭାବେ ଶୁଭମନ ଗିଲଙ୍କ ପ୍ରଦର୍ଶନ ଅସାଧାରଣ । କ୍ୟାପ୍ଟେନ ଭାବରେ ୫ଟି ଟେଷ୍ଟ ଶତକ ହାସଲ କରିବାରେ ସେ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି । ଅଧିନାୟକ ଭାବରେ ମାତ୍ର ୧୨ ଇନିଂସରେ ୫ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ଅଧିନାୟକ ଭାବରେ ବ୍ୟାଟରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ ଅପରାଜିତ ୧୨୯ ରନ୍ କରିଥିଲେ । ଏହି ସିରିଜରେ ଦୁଇଟି ଟେଷ୍ଟରେ ଦୁଇଟି ଇନିଂସରେ ମୋଟ ୧୭୯ ରନ୍ କରିଛନ୍ତି ।