ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡିଜିଟାଲ ଷ୍ଟ୍ରାଇକ୍‌ ; ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ 'X' ଆକାଉଣ୍ଟ ବ୍ୟାନ୍

Published By : Ankita S | May 4, 2025 1:25 PM

ନୂଆଦିଲ୍ଲୀ,୦୪/୦୩: ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ଲିଙ୍କ ମହଙ୍ଗା ପଡିଛି । ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି ଭାରତ । ଡିଜିଟାଲ ଷ୍ଟ୍ରାଇକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପୂର୍ବତନ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ 'ଏକ୍ସ' ଆକାଉଣ୍ଟ ବ୍ୟାନ୍ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ ହୋଇଥିଲା ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ଭାରତ । ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା, ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ପରେ ଡିଜିଟାଲ ଓ ଆର୍ଥିକ ଷ୍ଟ୍ରାଇକ୍ କରିଥିଲା । ସେହି କ୍ରମରେ ଆଜି ଆଉ ଏକ କାର୍ଯ୍ୟାନୁଷ୍ଠାନ ନେଇ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ ହୋଇଛି । ଇମ୍ରାନ ଖାନ ବର୍ତ୍ତମାନ ଜେଲରେ ଅଛନ୍ତି । ଭାରତ ବିରୋଧୀ ଗତିବିଧି ଏବଂ ବୟାନ ଦେଉଥିବା ନେଇ ଏପରି ଆକ୍ସନ ନେଇଛନ୍ତି ଭାରତ ସରକାର ।

ଅଧିକ ପଢନ୍ତୁ...ଚେତାବନୀ ସତ୍ତ୍ୱେ ଚେତୁନୀ ପାକିସ୍ତାନ; ଲଗାତାର ୧୦ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଲା ଭାରତ

ଲଗାତାର ଆକ୍ସନ ନେଉଛି ପାକିସ୍ତାନ- ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଆକ୍ସନ ପରେ ଆକ୍ସନ ନେଉଛି ଭାରତ । ୱାଟର, ଡିଜିଟାଲ ଓ ଆର୍ଥିକ ଷ୍ଟ୍ରାଇକରେ ପାକିସ୍ତାନକୁ ପାନେ ଦେଇଛନ୍ତି ଭାରତ ସରକାର । ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ ପରେ ଏବେ ନେତା ଓ ଅଭିନେତାଙ୍କ ଏକ୍ସ ଆକାଉଣ୍ଟ ଓ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ବିରୋଧୀ ବୟାନ ଦେଉଥିବାରୁ କ୍ରିକେଟର ସାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ଲକ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.