ନୂଆଦିଲ୍ଲୀ,୨।୩: ଭାରତ ଗସ୍ତରେ ଅଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାର୍ନିଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ଏହି ଅବସରରରେ ଦୁଇ ନେତା ପରସ୍ପରର ସହ ହାତ ମିଳାଇବା ସହ ଫଟୋ ଉଠାଇଛନ୍ତି। ବୈଠକ ପରେ ଦୁଇ ନେତା ମିଳିତ ଭାବରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ପିଏମ୍ ମୋଦି କହିଥିଲେ,ଭାରତକୁ କାନାଡା ୟୁରାନିୟମ୍ ଦେବ। ଏହା ସହ ସେ କହିଛନ୍ତି, ୨୦୩୦ ସୁଧା କାନାଡାରୁ ୫୦ ବିଲିୟନ ଡଲାର ବାଣିଜ୍ୟର ଲକ୍ଷ୍ୟ ରହିଛି।
#WATCH | Delhi: Prime Minister Narendra Modi meets Canadian Prime Minister Mark Carney at Hyderabad House.
— ANI (@ANI) March 2, 2026
(Source: DD News) pic.twitter.com/YcJBMXK8LI
ସୋମବାର ଦିନ ଦୁଇ ଦେଶ ୟୁରାନିୟମ୍ ଯୋଗାଣରେ ସହଯୋଗ କରିବା ପାଇଁ ୨.୬ ବିଲିୟନ ଡଲାରର ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ଏବଂ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା (CEPA)କୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁରାନିୟମ ଡିଲ୍ ଦ୍ବାରା ଭାରତର ସିଭଲ ନ୍ୟୁକ୍ଲିଅର ଏନର୍ଜି ପୋଗ୍ରାମ୍ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଏଲ୍ ସପ୍ଲାଇ ସୁନିଶ୍ଚିତ ହେବ। ଦୁଇ ଦେଶ ଭିତରେ ଲଙ୍ଗଟର୍ମ ୟୁରାନିୟମ୍ ସପ୍ଲାଇର ଐତିହାସିକ ଡିଲ୍ ହୋଇଛି।
ଏହା ସହ ପିଏମ୍ ମୋଦି କହିଛନ୍ତି, ଭାରତରେ ଭାରତ-କାନାଡା ପ୍ଲସ ପ୍ରୋଟିନ୍ ସେଣ୍ଟର ଅଫ ଏକ୍ସିଲେନ୍ସିର ସ୍ଥାପନା କରାଯିବ। ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବଢୁଥିବା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ବାସ ଓ ସମ୍ପର୍କର ପରିପକ୍ବତାର ପ୍ରତୀକ। ଆମେ ପ୍ରତିରକ୍ଷା ଉଦ୍ୟୋଗ ଆମେ ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ସାମରିକ ଆଦାନପ୍ରଦାନ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବୁ। ଏହି ଉଦ୍ଦେଶ୍ୟରେ, ଆମେ ଆଜି ଭାରତ-କାନାଡା ପ୍ରତିରକ୍ଷା ଆଲୋଚନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ।’
ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ, ଆମେ ଆନନ୍ଦିତ ଯେ କାନାଡା ଆନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆମର ମିଳିତ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ, ଆମେ ଚଳିତ ବର୍ଷ 'ଭାରତ-କାନାଡା ନବୀକରଣୀୟ ଶକ୍ତି ଏବଂ ସଂରକ୍ଷଣ ସମ୍ମିଳନୀ' ଆୟୋଜନ କରିବୁ। ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ, ଆମେ ୟୁରାନିୟମର ଦୀର୍ଘକାଳୀନ ଯୋଗାଣ ପାଇଁ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛୁ। ଆମେ ଛୋଟ ମଡ୍ୟୁଲାର ରିଆକ୍ଟର ଏବଂ ଉନ୍ନତ ରିଆକ୍ଟର ଉପରେ ମଧ୍ୟ ଏକାଠି କାମ କରିବୁ।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ଭାରତ-କାନାଡା ନବସୃଜନ ସହଭାଗୀତା ସହିତ, ଆମେ ଚିନ୍ତାଧାରାକୁ ବିଶ୍ୱ ସମାଧାନରେ ପରିଣତ କରିବୁ। ଗତ ମାସରେ ଭାରତରେ ଅନୁଷ୍ଠିତ 'ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ'ର ସଫଳତାରେ କାନାଡାର ମୂଲ୍ୟବାନ ଅବଦାନ ପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଏଆଇ ସହିତ କ୍ୱାଣ୍ଟମ୍, ସୁପରକମ୍ପ୍ୟୁଟିଂ ଏବଂ ସେମି କଣ୍ଡକ୍ଟରରେ ସହଯୋଗକୁ ବିସ୍ତାର କରିବୁ। ଏହା ସହ ମହାକାଶ କ୍ଷେତ୍ରରେ ଦୁଇ ଦେଶ ଷ୍ଟାର୍ଟଅପ୍ ଓ ଉଦ୍ୟୋଗକୁ ଯୋଡିବୁ। ଶକ୍ତି କ୍ଷେତ୍ରରେ ଆମେ ଆଗାମୀ ପୀଢିର ସହଭାଗିତା ନିର୍ମାଣ କରୁଛୁ। ଯାହାକି ହାଇଡ୍ରୋ କାର୍ବନ ସହ ନବୀକରଣ ଶକ୍ତି,ଗ୍ରୀନ୍ ହାଇଡ୍ରୋଜେନ୍ ଓ ଶକ୍ତି ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ବ ଦେବ।
ଆହୁରି ପଢନ୍ତୁ : ମିଡିଲ ଇଷ୍ଟରେ ବଢୁଥିବା ବିବାଦ ଦେଇ ପିଏମ୍ ମୋଦିଙ୍କ ଆସିଲା ପ୍ରତିକ୍ରିୟା, କହିଲେ, ଶାନ୍ତି ବଜାୟ ରଖିବା ପାଇଁ...