ନୂଆଦିଲ୍ଲୀ,୨।୩: ମିଡିଲ ଇଷ୍ଟରେ ବଢୁଥିବା ବିବାଦ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ ସହିତ କାମ କରିବୁ। ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡ଼ା ହୁଅନ୍ତି, ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୁଏ।
ନୂଆଦିଲ୍ଲୀରେ କାନାଡା ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ଆମେ ଏହି ଅଞ୍ଚଳରେ ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦେଶ ସହିତ କାମ କରିବୁ।’
ଏହା ପୂର୍ବରୁ ରବିବାର ଜଣାପଡିଥିଲା ଇସ୍ରାଏଲ ଓ ଆମେରିକା କରିଥିବା ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଛି। ଇରାନୀ ଦୂତାବାସ କହିଥିଲା,ଭାରତ ସ୍ଥିତ ଇସଲାମିକ୍ ଗଣରାଜ୍ୟ,ଇରାନର ଦୂତାବାସ ବିଶ୍ବର ସ୍ବାଧୀନ ସରକାରଙ୍କୁ ଏହି ଜଘନ୍ୟ ଅପରାଧର କଡା ନିନ୍ଦା କରିବା ଦରକାର। ଏଭଳି ଆକ୍ରମଣ ଆଗରେ ଚୁପ୍ ରହିବା ଉଚିତ୍ ନୁହେଁ।
ଆହୁରି ପଢନ୍ତୁ :୨.୬ ବିଲିୟନ ଡଲାରର ‘ୟୁରାନିୟମ ଡିଲ୍ ଫାଇନାଲ’,ଆଡଭାନ୍ସ ନ୍ୟୁକ୍ଲିଅର ଟେକ୍ନୋଲୋଜି ନେଇ ଭାରତ-କାନାଡା ଏକାଠି କରିବେ କାମ