ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଶାନ୍ତ ପଡିଲା ଏଲଏସି, ବିବାଦୀୟ ଅଞ୍ଚଳରେ ସପ୍ତାହକୁ ଥରେ ପେଟ୍ରୋଲିଂ କରିବେ ଭାରତ-ଚୀନ ସେନା

Published By : Prameya | November 12, 2024 11:35 PM

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସ୍ଥିରତା ପରେ ଶାନ୍ତ ପଡିଛି ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) । ଉଭୟ ଭାରତ ଓ ଚୀନର ସୈନ୍ୟ ବାହିନୀ ପୂର୍ବ ଲଦାଖର ଏଲଏସି ସହିତ ଡେମଚୋକ ଓ ଡେପସାଙ୍ଗ ଅଞ୍ଚଳରେ ସପ୍ତାହରେ ଥରେ ମିଳିତ ଭାବେ ପେଟ୍ରୋଲିଂ କରିବାକୁ ରାଜି ହୋଇଛନ୍ତି । ଏହି କ୍ରମରେ ନଭେମ୍ବର ମାସ ପ୍ରଥମ ସପ୍ତାହରେ ଉଭୟ ପକ୍ଷ ମିଳିତ ଭାବେ ନିଜନିଜ ଅଞ୍ଚଳରେ ପେଟ୍ରୋଲିଂ ଶେଷ କରିଛନ୍ତି । ଉଭୟ ପକ୍ଷଙ୍କର  ପେଟ୍ରୋଲିଂ ସମୟରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ସବୁ କିଛି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । 

ଉଭୟ ପକ୍ଷର ମିଳିତ ଚୁକ୍ତିନାମା ଅନୁଯାୟୀ, ପ୍ରତ୍ୟେକ ପକ୍ଷ ସପ୍ତାହକୁ ଥରେ ନିଜନିଜ ଅଞ୍ଚଳରେ ପେଟ୍ରୋଲିଂ କରିବେ । ଉଭୟ ଭାରତୀୟ ଓ ଚୀନା ସୈନିକ ମାନେ ପ୍ରତ୍ୟେକ କ୍ଷେତ୍ରରେ ସାପ୍ତାହିକ ଭାବେ ପେଟ୍ରୋଲିଂ କରିବେ ଯାହା ଦ୍ବାରା ଉଭୟ ପକ୍ଷଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଯାଇପାରିବ । 

ଦୀର୍ଘ ବର୍ଷ ଧରି ଏଲଏସିରେ ଅସ୍ଥିରତା ଲାଗିରହିବା ସହିତ ଉଭୟ ପକ୍ଷର ଯବାନ ମାନେ ମୁହାଁମୁହିଁ  ସ୍ଥିତିରେ ରହିଥିଲେ । ଏକାଧିକବାର ରାଜନୈତିକ, କୂଟନୈତିକ ଓ ସାମରିକ ସ୍ତରରେ ବୁଝାମଣା ହେବା ପରେ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ କମିବା ସହ ପରିସ୍ଥିତିରେ ଅନେକ ସୁଧାର ଆସିଛି । ମିଳିତ ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ ମିଳିତ ଭାବେ ପେଟ୍ରୋଲିଂ କରିବା ଦ୍ବାରା ଉଭୟ ପକ୍ଷଙ୍କ ମଧ୍ୟରେ ଆଉ କୌଣସି ପ୍ରକାର ଉତ୍ତେଜନା ପ୍ରକାଶ ନପାଇ ଏହା ଏକ ସକରାତ୍ମକ ଛାପ ଛାଡିବ ବୋଲି ଅନୁମାନ କରାଯାଉଛି । 

ପ୍ରକାଶ ଥାଉ କି, ଚାରି ବର୍ଷ ପୂର୍ବେ ୨୦୨୦ ମସିହା ଜୁନ ମାସରେ ପୂର୍ବ ଲଦାଖର ଗଲୱାନ ଘାଟିରେ  ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।  ଏଥିରେ ଭାରତର ୨୦ ଜଣ ସୈନ୍ୟ ସହିଦ ହୋଇଥିଲା ବେଳେ ଚୀନର ଶତାଧିକ ସୈନ୍ୟ ନିହତ ହୋଇଥିଲେ । ଏହାପରଠୁ ଏହି ଅଞ୍ଚଳରେ ସାମରିକ ତିକ୍ତତା  ଲାଗିରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.