ନୂଆଦିଲ୍ଲୀ : ଭାରତ ଓ ଚୀନ୍ ଲଗାତାର କଥାବାର୍ତ୍ତା ପରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ଉପରେ ସହମତି ହୋଇଛନ୍ତି। ଭାରତୀୟ ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ସୋମବାର ଏହି ଘୋଷଣା କରିଛନ୍ତି ଯେ ,ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସଦ୍ୟ କଥାବାର୍ତ୍ତା ପରେ ଭାରତ ଓ ଚୀନ୍ ଏଲଏସିରେ ପାଟ୍ରୋଲିଂ ପାଇଁ ଏକ ଚୁକ୍ତି ଉପରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ , ଏହି ଚୁକ୍ତି ପରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସୀମାରେ ଚାଲୁଥିବା ଷ୍ଟାଣ୍ଡଅଫ୍ରେ ହ୍ରାସ ପାଇବା ଆଶା ରହିଛି।
ମିସ୍ତ୍ରୀ କହିଛନ୍ତି ଯେ, ଆମେ ଚୀନ୍ ସହ ପାଟ୍ରୋଲିଂ ମାମଲା ଉପରେ ଆଲୋଚନା ପରେ ଏକ ପ୍ରମୁଖ ବୁଝାମଣା ଉପରେ ପହଞ୍ଚିଛୁ। ଏହି ଚୁକ୍ତି ସୀମାରେ ଉଭୟ ଦେଶ ମଧ୍ୟରେ ଜାରି ଷ୍ଟାଣ୍ଡ ଅଫ୍ରେ ହ୍ରାସ ପାଇବାର ଆଶା ରହିଛି। ସେ କହିଛନ୍ତି ଯେ, ଗତ ଅନେକ ସପ୍ତାହରୁ ଚାଲିଥିବା ଆଲୋଚନା ମଧ୍ୟରେ ଅନ୍ତତଃ ଆମେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ଉପରେ ପହଞ୍ଚିଛୁ। ଏହି ବୁଝାମଣା ମାଧ୍ୟମରେ ଆମେ ୨୦୨୦ ସୀମାରେ ଜାରି ଉତ୍ତେଜନାକୁ ହ୍ରାସ କରିବାରେ ସାହାଯ୍ୟ ମିଳିବ।
ବିକ୍ରି ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପିଏମ ମୋଦି ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଉଭୟ ହିଁ ରୁଷ୍ ଯାତ୍ରାରେ ଯାଉଛନ୍ତି । ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ ବୈଠକକୁ ନେଇ ଏବେସୁଦ୍ଧା ଅଫିସିଆଲି ଭାବେ କୌଣସି ସ୍ପଷ୍ଟ ହୋଇ ନାହିଁ ,କିନ୍ତୁ ଆକଳନ କି ଉଭୟ ନେତା ଶିଖର ସମ୍ମିଳନୀ ବ୍ୟତୀତ ଦ୍ୱିପାକ୍ଷୀୟ ବୈଠକ କରି ପାରନ୍ତି।