ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତରେ ବିମାନବନ୍ଦର ସେବା ଦେଇ ପାରିବେନି ତୁର୍କୀ କମ୍ପାନି,ସୁରକ୍ଷା କାରଣ ଯୋଗୁଁ ଲାଗିଲା ରୋକ

Published By : Anindita Ratha | July 9, 2025 7:53 AM

ନୂଆଦିଲ୍ଲୀ,୦୯/୦୭: ଭାରତରେ ବିମାନ ବନ୍ଦରସେବା ଦେଇପାରିବେନି ତୁର୍କୀ କମ୍ପାନି । ରାଷ୍ଟ୍ରୀୟସୁରକ୍ଷା କାରଣରୁ ସେମାନଙ୍କ ଉପରେ ଲାଗିଥିବାକଟକଣା ଯୁକ୍ତିଯୁକ୍ତ । ଏହା କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।ଏଥିସହିତ ଭାରତ ସରକାରଙ୍କ କଟକଣା ବିରୋଧରେତୁର୍କୀର ଗ୍ରାଉଣ୍ଡ୍‌ ହ୍ୟାଣ୍ଡ୍‌ଲିଂ ଏବଂ କାର୍ଗୋ ସେବାପ୍ରଦାନକାରୀ ସେଲେବି ଆଭିଏସନ୍‌ର ଆବେଦନକୁଖାରଜ କରିଦେଇଛନ୍ତି ହାଇକୋର୍ଟ ।ଆବେଦନରେ କମ୍ପାନି ଏହାର ସୁରକ୍ଷା ମଞ୍ଜୁରି ରଦ୍ଦନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିଥିଲା । ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରସେଲେବିର ମଞ୍ଜୁରିକୁ ରଦ୍ଦ କରିଥିଲେ । 

ସୂଚନାଯୋଗ୍ୟ,ପହଲ୍‌ଗାମ ଆତଙ୍କବାଦୀ ହମ୍‌ଲା ପରେ ଅପରେଶନ୍‌ସିନ୍ଦୁର ଅନ୍ତର୍ଗତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧସମୟରେ ତୁର୍କୀ ପକ୍ଷରୁ ପାକ୍‌କୁ ଖୋଲାଖୋଲି ସମର୍ଥନଦିଆଯାଇଥିଲା । ଏହା ପରେ ପରେ ଭାରତରେ ତୁର୍କୀବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା ।ସେଲେବି ଆଭିଏସନ୍‌ ଏକ ତୁର୍କୀ କମ୍ପାନି, ଯାହାବିମାନବନ୍ଦରଗୁଡ଼ିକରେ ଗ୍ରାଉଣ୍ଡ୍‌ ହ୍ୟାଣ୍ଡ୍‌ଲିଂ ଏବଂ କାର୍ଗୋସେବା ପ୍ରଦାନ କରିଥାଏ । ବିମାନବନ୍ଦରରେ ଲ୍ୟାଣ୍ଡିଂ,ଯାତ୍ରୀ ପରିଚାଳନା, ସାମଗ୍ରୀ ଲୋଡିଂ-ଅନ୍‌ଲୋଡିଂ ଏବଂକାର୍ଗୋ ପରିଚାଳନା ଭଳି କାର୍ଯ୍ୟ ଏହା କରିଥାଏ ।କମ୍ପାନିର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,ଚେନ୍ନାଇ, ଅହମ୍ମଦାବାଦ, ଗୋଆ, କୋଚି ଏବଂ କନ୍ନୁରଭଳି ୯ଟି ବଡ଼ ବିମାନବନ୍ଦରରେ କାରବାର ଥିଲା ।କମ୍ପାନି ପ୍ରତିବର୍ଷ ପ୍ରାୟ ୫୮,୦୦୦ ବିମାନ ଏବଂ ୫.୪ଲକ୍ଷ ଟନ୍‌ କାର୍ଗୋ ପରିଚାଳନା କରୁଥିଲା । ଏହାର ଭାରତରେ ୧୪,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି,ଯେଉଁମାନେ ସମସ୍ତେ ଭାରତୀୟ । 

ରାଷ୍ଟ୍ରୀୟ ସୁରକ୍ଷା ଲାଗି୨୦୨୫ ମେ’ ୧୫ରେ କେନ୍ଦ୍ର ସରକାର ବ୍ୟୁରୋ ଅଫ୍‌ସିଭିଲ୍‌ ଆଭିଏସନ୍‌ ସିକ୍ୟୋରିଟି(ବିସିଏଏସ୍‌) ମାଧ୍ୟମରେସେଲେବିର ସୁରକ୍ଷା ମଞ୍ଜୁରିକୁ ରଦ୍ଦ କରିଦେଇଥିଲେ ।କିଛି ଖବରରେ ଦାବି କରାଯାଇଥିଲା,ସେଲେବିରତୁର୍କୀ ରାଷ୍ଟ୍ରପତିଙ୍କ ଝିଅ ସୁମେୟେ ଏର୍ଦୋଗନ୍‌ଙ୍କ ସହସମ୍ପର୍କ ଥାଇପାରେ । ତେବେ ଏହି ଅଭିଯୋଗକୁ ସେଲେବିପକ୍ଷରୁ ଖଣ୍ଡନ କରାଯାଇଛି । ସଲିସିଟର ଜେନେରାଲତୁଷାର ମେହେଟ୍ଟା କୋର୍ଟରେ କହିଛନ୍ତି ଯେ, ସରକାରଙ୍କୁକିଛି ବିଶେଷ ସୂତ୍ରରୁ ଖବର ମିଳିଥିଲା, ଯେଉଁ ଆଧାରରେଏହି ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତଏହା ଏକ ସ୍ୱତନ୍ତ୍ର ମାମଲା ବୋଲି ମେହେଟ୍ଟା କହିଛନ୍ତି ।

ଅନ୍ୟପକ୍ଷରେ, ସେଲେବି କୋର୍ଟରେ ଆବେଦନଦାଖଲ କରିଥିଲା ଯେ, ସରକାର ବିନା କୌଣସି ନୋଟିସ୍‌ତଥା ଠୋସ୍‌ କାରଣ ବିନା କମ୍ପାନିର ସୁରକ୍ଷା ମଞ୍ଜୁରିକୁରଦ୍ଦ କରିଛନ୍ତି, ଯାହାକି ଅନୁଚିତ । ଏହାର ଭାରତୀୟୟୁନିଟ୍‌ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଏବଂ ଏହାର ସମସ୍ତକର୍ମଚାରୀ ଭାରତୀୟ ବୋଲି ଏହା କହିଥିଲା ।କମ୍ପାନି ଆହୁରି ପ୍ରକାଶ କରିଛି ଯେ, ବିନାକୌଣସି ଦାଗରେ ଏହା ୧୭ ବର୍ଷ ଧରି ଭାରତରେକାର୍ଯ୍ୟ କରିଆସୁଥିଲା ଏବଂ ହଠାତ୍‌ ମଞ୍ଜୁରି ରଦ୍ଦକରାଯିବା ଦ୍ୱାରା ଏହାର ୩,୭୯୧ କର୍ମଚାରୀଙ୍କ ଚାକିରିଓ ନିବେଶକଙ୍କ ଭରସା ବିପଦରେ ପଡ଼ିଯାଇଛି । ଆଜିଦିଲ୍ଲୀ ହାଇକୋର୍ଟ ଜଷ୍ଟିସ୍‌ ସଚିନ ଦତ୍ତ ସେଲେବିରଆବେଦନକୁ ଖାରଜ କରିବା ସହ କହିଲେ ଯେ,ରାଷ୍ଟ୍ରୀୟ ସୁରକ୍ଷା ସବୁ ଉପରେ ଏବଂ ଏଭଳି ନିଷ୍ପତ୍ତିକୁକୋର୍ଟରେ ଚ୍ୟାଲେଞ୍ଜ୍‌ କରିବା ମୁସ୍କିଲ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.