ନୂଆଦିଲ୍ଲୀ, ୨୭/୦୧: ଆଉ କିଛି ଘଣ୍ଟାର ଅପେକ୍ଷା । ଆମେରିକାର ଟାରିଫ ଭୟ ଭିତରେ ଭାରତ ସହ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି କରିବ ଭାରତ । ଶେଷରେ, ୧୮ ବର୍ଷର ପ୍ରୟାସ ଫଳ ଦେବାକୁ ଯାଉଛି । ଭାରତ ଏବଂ ୟୁରୋପୀୟ ସଂଘ ଶେଷରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ( FTA ) ଶେଷ ପର୍ଯ୍ୟାୟରେ ପହିଞ୍ଚିଛି । ଏହାକୁ "ମଦର ଅଫ୍ ଅଲ୍ ଡିଲ୍ " ବୋଲି କୁହାଯାଉଛି । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, ଏହି ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଛି ଏବଂ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । 

ଆର୍ଥିକ ବର୍ଷ ୩୧ ସୁଦ୍ଧା ଇୟୁ ସହିତ ଭାରତର ବାଣିଜ୍ୟ ବଳକା ୫୧ ବିଲିୟନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ FTA ଉପରେ ଆଲୋଚନା ପ୍ରାୟ ଏକ ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ଦ୍ଧିତ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି, ଉଭୟ ଦେଶ ଏହାକୁ ତ୍ୱରାନ୍ୱିତ କରିଛନ୍ତି । ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । 

ୟୁରୋପୀୟ ସହ ଭାରତର ବାଣିଜ୍ୟ  ୫୧ ବିଲିୟନ ଡଲାରରେ ପହଞ୍ଚିବା ଆଶା-  ଆର୍ଥିକ ବର୍ଷ ୩୧ ସୁଦ୍ଧା ଇୟୁ ସହିତ ଭାରତର ବାଣିଜ୍ୟ ବଳକା ୫୧ ବିଲିୟନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଏଫଟିଏ ଆଲୋଚନା ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା, କିନ୍ତୁ ବର୍ଦ୍ଧିତ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି, ଉଭୟ ଦେଶ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଭାରତର ମୋଟ ରପ୍ତାନିରେ ଇୟୁର ଅଂଶକୁ ଆର୍ଥିକ ବର୍ଷ ୨୦୨୫ରେ ୧୭.୩ ପ୍ରତିଶତରୁ ପ୍ରାୟ ୨୨-୨୩ ପ୍ରତିଶତକୁ ବୃଦ୍ଧି ହୋଇପାରେ । ଯାହା ଭାରତର ରପ୍ତାନି ଅଭିବୃଦ୍ଧିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ।

ଭାରତର ଶିଳ୍ପଗୁଡ଼ିକୁ ବଡ଼ ବଜାର ମିଳିବ- ଏହି ମୁକ୍ତ ବାଣିଜ୍ୟିକ ଚୁକ୍ତି ଦ୍ୱାରା ଭାରତର ଶ୍ରମ-କେନ୍ଦ୍ରିକ ଶିଳ୍ପ ଯେପରିକି ବୟନ, ଚପଲ, ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି ଏବଂ ରାସାୟନିକ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ମିଳିବ । ଆର୍ଥିକ ବର୍ଷ ୨୫ରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୋଟ ୧୩୬ ବିଲିୟନ ଡଲାରର ବାଣିଜ୍ୟ ହୋଇଥିଲା । ଏହି ସମୟ ମଧ୍ୟରେ, ଭାରତ ଇୟୁରୁ ୬୦.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା ​​ଏବଂ ୟୁରୋପକୁ ୭୫.୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍‌ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ, ଇୟୁକୁ ଭାରତର ରପ୍ତାନି, ଯେଉଁଥିରେ ସ୍ମାର୍ଟଫୋନ୍, କପଡ଼ା, ଚପଲ, ଟାୟାର, ଔଷଧ, ଅଟୋ ପାର୍ଟସ୍, ପ୍ରକ୍ରିୟାକୃତ ଇନ୍ଧନ ଏବଂ ହୀରା ଅନ୍ତର୍ଭୁକ୍ତ ।  

ଏହା ବି ପଢନ୍ତୁ...ଆଜି ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ, ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ହେବ ପ୍ରଭାବିତ

ଶସ୍ତା ହେବ ଦାମୀ କାର-  ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଅନୁଯାୟୀ, ଭାରତ ୟୁରୋପୀୟ ଯାନବାହନ ଉପରେ ଆମଦାନୀ ଶୁଳ୍କକୁ ବର୍ତ୍ତମାନର ୧୧୦ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂତନ ଶୁଳ୍କ ୧୫,୦୦୦ ୟୁରୋ (ଭାରତୀୟ ଟଙ୍କାରେ ପ୍ରାୟ ୧୬.୩ ଲକ୍ଷ ଟଙ୍କା) ରୁ ଅଧିକ ମୂଲ୍ୟର କାରଗୁଡ଼ିକ ପାଇଁ ଲାଗୁ ହେବ । ଆଗାମୀ ବର୍ଷଗୁଡ଼ିକରେ ଏହାକୁ ୧୦ ପ୍ରତିଶତକୁ ହ୍ରାସ କରାଯିବାର ଆଶା କରାଯାଉଛି ।