ନୂଆଦିଲ୍ଲୀ,୧୨।୫: ନିକଟରେ ପାକିସ୍ତାନ ଅନ୍ତର୍ଜାତୀ୍ୟ ମୁଦ୍ରା କୋଷ ବା IMF ନିକଟରୁ ୧ ବିଲିୟନ ଡଲାର ଋଣ ନେଇଛି। ଆଉ ଏହି ଋଣ ପାଇବା ପରେ ପାକିସ୍ତାନର ମନ ମଧ୍ୟ ଭାରି ଖୁସି। ହେଲେ ଭାରତ କିନ୍ତୁ ନିଜର ଆଉ ଏକ ପଡୋଶୀ ଦେଶ ମାଳଦ୍ବୀପକୁ ୫୦ ମିଲିୟନ ଡଲାର ପ୍ରାୟ ୪୨୦ କୋଟି ଟଙ୍କା ସହାୟତା ଦେଇଛି। ଟ୍ରେଜେରି ବିଲ୍ ରୋଲଓଭର କରିବାକୁ ଏହି ଆର୍ଥିକ ସହାୟତା ଦିଆଯାଇଛି। ଏହି ପଦକ୍ଷେପ ଭାରତର ‘ନେବରହୁଡ୍ ଫାଷ୍ଟ ନୀତି’ ଦର୍ଶାଉଛି।
ମାଳଦ୍ବୀପକୁ ଭାରତର ୪୨୦ କୋଟି ଟଙ୍କାର ଆର୍ଥିକ ସହାୟତା। ଏହି ଅର୍ଥ ମାଳଦ୍ବୀପର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଏହି ସହାୟତା ଦିଆଯାଇଛି। ମାଳଦ୍ବୀପ ସରକାରଙ୍କ ଅନୁରୋଧ ପରେ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମାଳଦ୍ବୀପ ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ୫୦ ମିଲିୟନ ଆମେରିକୀୟ ଡଲାରର ଟ୍ରେଜେରୀ ବିଲ୍କୁ ବର୍ଷକ ପାଇଁ ରୋଲଓଭର କରିଛି। ଏହି ପଦକ୍ଷେପ ଭାରତ ଦ୍ବାରା ମାଳଦ୍ପୀପକୁ ଦିଆଯାଉଥିବା ଜରୁରୀକାଳୀନ ସହାୟତା, ଯାହାକି ଦୁଇ ଦେଶ ଭିତରେ ଗଭୀର ସମ୍ପର୍କକୁ ଦର୍ଶାଉଛି।
ଏହି ସହାୟତା ପାଇଁ ମାଳଦ୍ପୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଖଲିଲ ଭାରତ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରକୁ ଧନ୍ୟବାଦ ଜଣାଇଛନ୍ତି। ଅବଦୁଲା ଖଲିଲ ସୋମବାର ଏକ୍ସରେ ଲେଖିଛନ୍ତି ମୁଁ ଡକ୍ଟର ଏସ୍ ଜୟଶଙ୍କର ଓ ଭାରତ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଧନ୍ୟବାଦ ଜଣାଉଛି। ଏହି ସହାୟତା ମାଳଦ୍ବୀପ ଓ ଭାରତ ମଧ୍ୟରେ ଘନିଷ୍ଠ ମିତ୍ରତାର ପ୍ରମାଣ। ଆମ ସରକାରଙ୍କ ଆର୍ଥିକ ସ୍ଥିରତା ପାଇଁ ଜାରି ସୁଧାରତ୍ମକ ଚେଷ୍ଟାରେ ସହାୟତା କରିବ।’ଏନେଇ ଭାରତ ସରକାର ମଧ୍ୟ ନିଜର ବିବୃତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ମାଳଦ୍ବୀପ ସରକାରଙ୍କ ଅନୁରୋଧ ପରେ ୫୦ ମିଲିୟନ ଆମେରିକୀୟ ଡଲାର ଆର୍ଥିକ ସହାୟତା ଦିଆଯାଇଛି। ସରକାରୀ ଟ୍ରେଜେରୀ ବିଲ୍କୁ ଏକ ବର୍ଷ ପାଇଁ ବିନା ସୁଧରେ ସବସ୍କ୍ରାଇବ୍ କରାଯାଇଛି।’ ଉଲ୍ଲେଖନୀୟ ଯେ, ୨୦୧୯ ରୁ ଏଭଳି ଟ୍ରେଜେରୀ ବିଲ୍କୁ ଭାରତ ସରକାର ସବସ୍କ୍ରାଇବ୍ କରି ଆସୁଛନ୍ତି। ଯାହାକି ପ୍ରତିବର୍ଷ ନବୀକରଣ ମଧ୍ୟ ହୁଏ।