ନୂଆଦିଲ୍ଲୀ୧୯।୮: ଆକଶରେ ବଢିବାକୁ ଯାଉଛି ଭାରତର ଶକ୍ତି। ସାରା ବିଶ୍ବ ଦେଖି ହୋଇଯିବ ଚକିତ। ୟୁରୋପର ସବୁଠାରୁ ବଡ଼ ପ୍ରତିରକ୍ଷା ପ୍ରୋଜେକ୍ଟ SCAF/FCAS (ଫ୍ୟୁଚର କମ୍ବାଟ ଏୟାର ସିଷ୍ଟମ) ଏବେ ଭାରତର ନିକଟରେ ପହଁଞ୍ଚାଇ ସାରିଛି। ଫ୍ରାନ୍ସ,ଜର୍ମାନୀ ଓ ସ୍ପେସ୍ର ମିଳିତ ପଦକ୍ଷେପରୁ ବିକଶିତ ଏହି ଷଷ୍ଠ ପୀଢିର ଯୁଦ୍ଧ ବିମାନ ଭାରତର ସାମରିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ପାରେ। ଯଦି ଭାରତ ଏହି ପ୍ରୋଜେକ୍ଟରେ ‘ସହଯୋଗୀ ଦେଶ’ ଭାବରେ ସାମିଲ ହେବ, ତେଣୁ ଏହା ପାକିସ୍ତାନ ସହ ପୁରା ଅଞ୍ଚଳ ପାଇଁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ପାଲଟିପାରେ। ଏହା ସହ ଭାରତୀୟ ବାୟୁସେନାକୁ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ମିଳିପାରିବ।
ଏହି ବିମାନ କେବଳ ଏକ ଫାଇଟର ଜେଟ୍ ନୁହେଁ, ବଂର ଏକ ‘ସିଷ୍ଟମ ଅଫ୍ ସିଷ୍ଟମ’ ହେବ। ଏଥିରେ ନୂଆ ଫାଇଟର ବିମାନ (ନ୍ୟୁ ଜେନେରେସନ୍ ଫାଇଟର-ଏନ୍ଜିଏଫ୍) ସହ ମାନବବିହୀନ ଡ୍ରୋନ୍ (ରିପୋର୍ଟ କ୍ୟାରିୟସ) ମଧ୍ୟ ହେବ। ଏହି ସବୁ କମ୍ବାଟ କ୍ଲାଉଡ ମାଧ୍ୟମରେ ରିୟଲ ଟାଇମରେ ଯୋଡିବ ଓ ସୂଚନା ଆଦାନ ପ୍ରଦାନ କରିବ। ଅର୍ଥାତ ଏହି ଯୁଦ୍ଧ ଆକାଶରେ ଏକାକୀ ନୁହେଁ, ବଂର ପୁରା ସେନା ସହ ଉଡାଣ ଭରିବ।
SCAF/FCAS ଷଷ୍ଠ ପୀଡିର ବିମାନ ବୋଲି କୁହାଯାଉଛି। ଯାହାକି ବର୍ତ୍ତମାନ ପଞ୍ଚମ ପୀଢିର ବିମାନ (ଯେପରିକି ଏଫ୍-୩୫)ରୁ ବହୁତ ଅଧିକ ଉନ୍ନତ ହେବ। ବିଶେଷଜ୍ଞଙ୍କ ମତରେ ଏହି ବିମାନ ହାଇପରସୋନିକ୍ ଗତି Mach 5 କିମ୍ବା ତାଠାରୁ ଅଧିକ ପର୍ଯ୍ୟନ୍ତ ପହଁଞ୍ଚାଇପାରେ। ଏଥିରେ ଷ୍ଟିଲଥ୍ ଟେକ୍ନୋଲୋଜି ରହିବ, ଯାହା ଏହାକୁ ଶତ୍ରୁର ରାଡାରରୁ ଅଦୃଶ୍ୟ କରିଦେବ। ଏଆଇ ଇଲୋକ୍ଟେ୍ରାନିକ୍ସ ଓ୍ବାରଫେୟାର ଏହାକୁ ଭବିଷ୍ୟତର ଯୁଦ୍ଧାସ୍ତ୍ର କରିବ। ଏଥିରେ ଲେଜର ହତିଆର ଓ ହାଇପର ସୋନିକ ମିସାଇଲ ରହିବ, ଯାହାକି ଆଖି ପିଛୁଳାକେ ଶତ୍ରୁକୁ ଧ୍ବସ୍ତ କରିଦେବ। ଭାରତ ଦୀର୍ଘ ସମୟ ଧରି ଫ୍ରାନ୍ସର ବିଶ୍ବାସନୀୟ ପ୍ରତିରକ୍ଷା ପାର୍ଟନର ରହିଛି। ଏବେ ଏଭଳି ସମ୍ଭାବନା ରହିଛି ଯେ, ଭାରତକୁ ଏହି ପ୍ରୋଜେକ୍ଟରେ ପର୍ଯ୍ୟବେକ୍ଷକ ଦେଶର ମାନ୍ୟତା ମିଳିପାରେ। ଯଦି ଏଭଳି ହୁଏ, ତେବେ ଭାରତକୁ ଏହି ବିମାନର ଟେକ୍ନୋଲୋଜି ଓ ବିକାଶ ପକ୍ରିୟାର ଗହନ ସୂଚନା ପାଇପାରିବ। ଏହାଦ୍ବାରା ଭାରତର ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଆହୁରି ସଶକ୍ତ ହେବ। ଏହା ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଭଳି ଅଭିଯାନକୁ ନୂଆ ଉଡାଣ ଦେବ। ଯଦି ଭାରତକୁ SCAF/FCAS ଭଳି ଉନ୍ନତ ଯୁଦ୍ଧ ବିମାନ ରହେ, ତେବେ ଏହା ପାକିସ୍ତାନର ବାୟୁସେନା ପାଇଁ ସବୁଠାରୁ ବଡ଼ ବିପଦ ପାଲଟି ଯିବ ଓ ଚୀନ୍ର ଚିନ୍ତା ବଢାଇବ।