ନୂଆଦିଲ୍ଲୀ,୩।୧୦: ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରତିବାଦ ଜାରି ରହିଛି। ସ୍ୱାଧୀନତା ଦାବି କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନୀ ସେନା ଆଖିବୁଜା ଗୁଳି ମାଡ଼ କରିଛି, ଯାହା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଆହତ ହୋଇଛନ୍ତି। ପିଓକେର ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ମୁଜାଫରାବାଦ ଅଭିମୁଖେ ଏକ ଲମ୍ବା ମାର୍ଚ୍ଚ ଆରମ୍ଭ କରିଛନ୍ତି। ପାକିସ୍ତାନ ସରକାର ସେମାନଙ୍କୁ ଯେକୌଣସି ମୂଲ୍ୟରେ ମୁଜାଫରାବାଦ ପହଞ୍ଚିବାରୁ ରୋକିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏବେ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସାପ୍ତାହିକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି, ‘ଆମେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରର ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନର ଖବର ଦେଖିଛୁ, ଯେଉଁଥିରେ ପାକିସ୍ତାନୀ ସେନା ଦ୍ୱାରା ନିର୍ଦ୍ଦୋଷ ନାଗରିକଙ୍କ ଉପରେ ବର୍ବରତା ମଧ୍ୟ ରହିଛି। ଆମ ମତରେ ଏହା ପାକିସ୍ତାନର ଦମନମୂଳକ ଆଭିମୁଖ୍ୟ କିସ୍ତାନକୁ ଏହାର ଭୟଙ୍କର ମାନବାଧିକାର ଉଲ୍ଲଂଘନ ପାଇଁ ଦାୟୀ କରାଯିବା ଉଚିତ।’
ଏହି ସମୟରେ ଜୟସୱାଲ, ବାଂଲାଦେଶର ଗୃହ ପରାମର୍ଶଦାତା ଜାହାଙ୍ଗୀର ଆଲମ ଚୌଧୁରୀଙ୍କ ଭାରତ ବିରୋଧରେ ଅଭିଯୋଗକୁ ଉଲ୍ଲେଖ କରି ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶର ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଛି । ନିଜର ବିଫଳତାକୁ ଘୋଡାଇବା ପାଇଁ ଅନ୍ୟମାନଙ୍କୁ ଦୋଷ ଦେଉଛି। ଚିଟାଗଙ୍ଗ ପାର୍ବତ୍ୟ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ବୃତ୍ତିଗତ କାର୍ଯ୍ୟର ଆତ୍ମନିରୀକ୍ଷଣ ଏବଂ ତଦନ୍ତ କଲେ ଭଲ ହେବ।