ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଛକା ଚୌକା ବର୍ଷା କରିଛି ଭାରତୀୟ ଟିମ୍‌ । ସଞ୍ଜୁ ସାମସନ ଓ ତିଳକ ବର୍ମାଙ୍କ ଶୋ’ ସମସ୍ତଙ୍କୁ ଚକିତ କରିଛି । ଦୁଇ ବ୍ୟାଟରଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଏବଂ ଦୁଇଟି ଶତକ । ଶୁକ୍ରବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ମଇଦାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । 

ଶୁକ୍ରବାର ସିରିଜର ଚତୁର୍ଥ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶୁଭାରମ୍ଭ ପରେ ସଞ୍ଜୁ ସାମସନ୍‌ ଓ ତିଳକ ବର୍ମା ଖେଳ ଶେଷ କରିଥିଲେ । ଦୁଇ ବ୍ୟାଟର ଶତକ ହାସଲ କରିବା ସହିତ ଭାରତ ମାତ୍ର ୧ ୱିକେଟ ହରାଇ ୨୮୩ର ବିଶାଳ ସ୍କୋର ଛିଡ଼ା କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ ଆଜି କର ବା ମର ପରିସ୍ଥିତି । ମ୍ୟାଚ୍ ଜିତିବାକୁ ହେଲେ ଦଳକୁ ପାଖାପାଖି ୧୫ ହାରରେ ରନ୍ ସଂଗ୍ରହ କରି ଟାର୍ଗେଟ୍ ୨୮୪ କରିବାକୁ ପଡ଼ିବ ।