ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦେଶରେ ପ୍ରଥମ, ଆଖୁ ବର୍ଜ୍ୟରେ ନିର୍ମାଣ ହେଲା ସ୍କୁଲ ଘର

Published By : Anindita Ratha | June 27, 2025 12:47 PM

ନୂଆଦିଲ୍ଲୀ,୨୭/୦୬: ଭାରତରେ ସ୍ଥାପତ୍ୟ କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ପରିବର୍ତ୍ତନ ହେଉଛି । ନିର୍ମାଣ କ୍ଷେତ୍ରକୁ ପରିବେଶ ଅନୁକୂଳ କରିବା ପାଇଁ ଭିନ୍ନ ଭିନ୍ନ ନିର୍ମାଣ ଉପକରଣ ଉପରେ ପରୀକ୍ଷଣ କରାଯାଉଛି । ନିକଟରେ ନୋଇଡ଼ାରେ ଆଖୁ ବର୍ଜ୍ୟରୁ ନିର୍ମିତ ନିର୍ମାଣ ଉପକରଣରେ ଏକ ସ୍କୁଲ ନିର୍ମିତ ହୋଇଛି । ଉତ୍ତରପ୍ରଦେଶର ନୋଇଡ଼ାରେ ଆଖୁ ବର୍ଜ୍ୟରୁ ନିର୍ମିତ ଏହି ସ୍କୁଲ ଦେଶରେ ସବୁଜ ସ୍ଥାପତ୍ୟ ଅଭିମୁଖେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୋଜେକ୍ଟ ୟୁନିଭର୍ସିଟି ଅଫ୍‌ ଇଷ୍ଟ୍‌ ଲଣ୍ଡନ,ଇଣ୍ଡିଆନ ମାନୁଫାକ୍‌ଚରର୍‌ କେମିକାଲ ସିଷ୍ଟମ୍ସ ଟେକ୍ନୋଲୋଜିସ୍‌ ଓ ପଞ୍ଚଶୀଳ ବାଳକ ଇଣ୍ଟର କଲେଜର ସହଯୋଗରେ ପରିଚାଳିତ ହୋଇଛି । ପଞ୍ଚଶୀଳ ବାଳକ ଇଣ୍ଟର କଲେଜରେ ଏହି ସ୍କୁଲ ନିର୍ମିତ ହୋଇଛି । ଖାସ୍‌ କଥା ହେଉଛି ଆଖୁ ଉତ୍ପାଦନ ମାମଲାରେ ବିଶ୍ୱରେ ଭାରତ ଶୀର୍ଷରେ ଅଛି । ସେହି ଦୃଷ୍ଟିରୁ ଏହା ନିର୍ମାଣ କ୍ଷେତ୍ରରେ ସହାୟକ ହୋଇପାରିବ।

୨୦୨୩ରେ ୟୁଇଏଲ୍‌ର ଅଧ୍ୟୟନକର୍ତ୍ତା ଏଲନ ଚାଣ୍ଡଲର ଓ ଆର୍ମର ଗୁଟିର୍ରେଜ ରିବାସ ଶୁଗାରକ୍ରିଟ୍‌ ବିକଶିତ କଲେ । ଆଖୁରୁ ରସ ବାହାର କରିବା ପରେ ଯେଉଁ ବର୍ଜ୍ୟ ବାହାରେ, ତାକୁ ବେଗାସ କୁହାଯାଏ। ଅଧ୍ୟୟନକର୍ତ୍ତା ଏହି ବର୍ଜ୍ୟରେ ମିନେରାଲ ବାଇଣ୍ଡର୍‌ ମିଶାଇ ପରିବେଶ-ଅନୁକୂଳ ନିର୍ମାଣ ଇଟା ପ୍ରସ୍ତୁତ କଲେ, ଯାହାକୁ ସୁଗାରକ୍ରିଟ୍‌ ନାମ ଦେଲେ । ଏହା ପାରମ୍ପରିକ ଉପାୟରେ ନିର୍ମିତ ଇଟା ତୁଳନାରେ ୬ ଗୁଣ କମ୍‌ ଅଙ୍ଗାରକାମ୍ଳ ଛାଡ଼େ । ପ୍ରଥମ ଥର ପୂରା ବଖରା ନିର୍ମାଣରେ ସୁଗାରକ୍ରିଟ୍‌ର ଉପଯୋଗ ହୋଇଛି । କଂକ୍ରିଟ୍ ଆଧାରରେ ନିର୍ମିତ ଏହି ଶ୍ରେଣୀଗୃହର କାନ୍ଥ ନିର୍ମାଣରେ ସୁଗାରକ୍ରିଟ୍‌ ଇଟାକୁ ଯୋଡ଼ି ଏବଂ ସିମେଣ୍ଟ୍‌ ବଦଳରେ ଚୂନ ବ୍ୟବହାର କରାଯାଇଛି । ଛାତ ନିର୍ମାଣ ପାଇଁ ଷ୍ଟିଲ୍‌ ଫ୍ରେମ୍‌ର ଉପଯୋଗ ହୋଇଛି । ଛାତରେ ଏକ କ୍ଲେରେଷ୍ଟୋରୀ ଓ ଝରକା ଅଛି, ଯାହା ମାଧ୍ୟମରେ ପ୍ରାକୃତିକ ବାୟୁ ଚଳାଚଳ ହେଉଛି । ବର୍ଷାଦିନେ ବିଦ୍ୟାର୍ଥୀଙ୍କୁ ସୁରକ୍ଷିତ ରଖିବାକୁ ଏକ ବାରଣ୍ଡା ମଧ୍ୟ ଅଛି । ସୁଗାରକ୍ରିଟ୍‌ର ପ୍ରୟୋଗ କେବଳ ଗୋଟିଏ ସ୍କୁଲରେ ସୀମିତ ହୋଇନାହିଁ । ଏହି ଟିମ୍‌ ଏବେ ଏନ୍‌ଜିଓ ପ୍ରଯତ୍ନ ଫାଉଣ୍ଡେସନ୍‌ ସହଯୋଗରେ ହରିୟାଣାର ହିସାରରେ ଏକ ସୁଗାରକ୍ରିଟ୍‌ ଆଧାରିତ ସୁବିଧା କେନ୍ଦ୍ର ନିର୍ମାଣ କରୁଛି । ପ୍ରାୟ ୧୫୦ ଗରିବ ପିଲାଙ୍କୁ ଏହା ସୁବିଧା ପ୍ରଦାନ କରିବ । ୟୁଇଏଲ୍‌ର ବିଦ୍ୟାର୍ଥୀ ଓ କର୍ମଚାରୀମାନେ ସ୍ଥାନୀୟ ପଲିଟେକ୍ନିକ୍‌ ଛାତ୍ର ଓ ଅଧ୍ୟୟନକର୍ତ୍ତାଙ୍କ ସହ ହିସାରରେ କର୍ମଶାଳାର ଆୟୋଜନ ମଧ୍ୟ କରିଥିଲେ । ଘର ଭିତର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଦେଶୀ ତନ୍ତୁ ଓ ପ୍ରାକୃତିକ ରଙ୍ଗର ଉପଯୋଗ କିଭଳି କରାଯିବ, କର୍ମଶାଳାରେ ତାହା ବର୍ଣ୍ଣନା କରାଯାଇଥିଲା । ଭାରତରେ ସୁଗାରକ୍ରିଟ୍‌ ଉପଯୋଗକୁ ବ୍ୟାପକ କରିବା ପାଇଁ ସିସିଏସ୍‌ ହରିୟାଣା କୃଷି ବିଶ୍ୱବିଦ୍ୟାଳୟ ସଂସ୍ଥାପକ ସୁନୀଲ ଶିଂଗଲ ଓ ୟୁଇଏଲ୍‌ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.