ନୂଆଦିଲ୍ଲୀ,୩୧/୦୩; ମଧ୍ୟପ୍ରାଚ୍ୟ ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଭାରତକୁ ପାକିସ୍ଥାନ ଅପେକ୍ଷା ଉତ୍ତମ ମଧ୍ୟସ୍ଥି ବୋଲି କହିଛନ୍ତି ଇସ୍ରାଏଲ । ଏହି ବିବୃତ୍ତି ଏମିତି ସମୟରେ ଆସିଛି ଯେବେ ପାକିସ୍ତାନ ନିରନ୍ତର ମଧ୍ୟସ୍ଥତ କରିବାକୁ ଚେଷ୍ଟା କରୁଛି । ଏକ ରିପୋର୍ଟ ଆସିଛି କି ଇରାନ ପକ୍ଷ ଆଲୋଚନା କରିବାକୁ ମନା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ଆଲୋଚନା ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ଏକ ସାକ୍ଷତାକାରରେ ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଫ୍ଲେଉକ ହାସନ-ନାହୁମ କହିଛନ୍ତି ପାକିସ୍ତାନୀମାନେ କଣ କରୁଛନ୍ତି ମୁଁ ଜାଣିନାହିଁ । ମୁଁ ଭାବୁଛି ସେମାନେ ନିଜକୁ ପ୍ରସାଙ୍ଗିକ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ନିଜେ ଜିହାଦୀ ଆତଙ୍କବାଦର ବିଶ୍ୱରେ ଏକ ବଡ଼ ସମସ୍ୟା ।
ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ କହିଛି ଯେ, ବର୍ତ୍ତମାନର ସ୍ଥିତିରେ ପାକିସ୍ତାନ ଅପେକ୍ଷା ଭାରତ ଏକ ଅଧିକ ପ୍ରଭାବଶାଳୀ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିପାରିବ। ପାକିସ୍ତାନ ନିଜକୁ ଏହି ବିବାଦରେ ପ୍ରାସଙ୍ଗିକ କରିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ଇସ୍ରାଏଲୀ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତର ବିଶ୍ୱସନୀୟତାକୁ ପ୍ରଶଂସା କରିଛି। ଅନ୍ୟପଟେ, ଇରାନ ମଧ୍ୟ ପାକିସ୍ତାନର ଏହି ମଧ୍ୟସ୍ଥତା ପ୍ରୟାସକୁ ଶକ୍ତ ଧକ୍କା ଦେଇ ଆମେରିକା ସହ କୌଣସି ପ୍ରକାର ସିଧାସଳଖ ଆଲୋଚନାକୁ ସ୍ପଷ୍ଟ ଭାବେ ମନା କରିଦେଇଛି ।
'ପାକିସ୍ତାନ ନିଜେ ଏକ ସମସ୍ୟା'- ଇସ୍ରାଏଲୀ ବୈଦେଶିକ ମନ୍ତ୍ରାଳୟର ସ୍ୱତନ୍ତ୍ର ଦୂତ ଫ୍ଲେଭର ହାସନ-ନାହୁମ ଏକ ସାକ୍ଷାତକାରରେ ପାକିସ୍ତାନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ନିଜେ ଜିହାଦୀ ଆତଙ୍କବାଦ ସମସ୍ୟାରେ ଜଡ଼ିତ, ତେଣୁ ସେମାନଙ୍କ ମଧ୍ୟସ୍ଥତା ସଫଳ ହେବା ନେଇ ସନ୍ଦେହ ରହିଛି । ଏହାର ବିପରୀତରେ ଭାରତର ପ୍ରଶଂସା କରି ସେ କହିଛନ୍ତି ଯେ, ଭାରତ ସହିତ ଇସ୍ରାଏଲର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏବଂ ସମଗ୍ର ବିଶ୍ୱରେ ଭାରତର ସମସ୍ତ ପକ୍ଷଙ୍କ ସହ ଉତ୍ତମ ସମ୍ପର୍କ ରହିଛି । ଏହି କାରଣରୁ ଭାରତ ଏକ ଭଲ ମଧ୍ୟସ୍ଥି ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ...ଏବେ ତେଲ ଚୋରି କଲେ ଲାଗିବ 'ଆତଙ୍କବାଦ' ଦଫା, ୩ କୋଟି ଜରିମାନା ସହ ୧୪ ବର୍ଷ ଜେଲ୍
'ଆମେରିକା ପକ୍ଷରୁ ଆସିଥିବା ଆଲୋଚନା ପ୍ରସ୍ତାବ ଅଯୌକ୍ତିକ'- ଅନ୍ୟପଟେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ସାଉଦି ଆରବ, ଇଜିପ୍ଟ ଓ ତୁର୍କୀ ସହ ଆଲୋଚନା କରି ଆମେରିକା-ଇରାନ ମଧ୍ୟରେ ସେତୁ ସାଜିବାକୁ ପ୍ରୟାସ କରୁଥିବା ବେଳେ ଇରାନ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପକ୍ଷରୁ ଆସିଥିବା ଆଲୋଚନା ପ୍ରସ୍ତାବ ଅଯୌକ୍ତିକ ଏବଂ ତେହେରାନ ବର୍ତ୍ତମାନ କେବଳ ନିଜର ପ୍ରତିରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ପାକିସ୍ତାନରେ ହୋଇଥିବା ବୈଠକ ସେମାନଙ୍କର ନିଜସ୍ୱ ପଦକ୍ଷେପ ଥିଲା ଏବଂ ଏଥିରେ ଇରାନର କୌଣସି ସମ୍ମତି ନଥିଲା ।