ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକାଶରୁ ଭାରତର ସୁନ୍ଦରତାକୁ ଉପଭୋଗ କରୁଥିଲି : ସୁନୀତା ୱିଲିୟମ୍ସ

Published By : Ankita S | April 1, 2025 11:57 AM

ନୂଆଦିଲ୍ଲୀ,୦୧/୦୪ : ମହାକାଶରୁ ଭାରତର ପ୍ରାକୃତିକ ସୁନ୍ଦରତାକୁ ମନଭରି ଉପଭୋଗ କରୁଥିଲି । ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶ ଯାତ୍ରା କଷ୍ଟକର ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିଜକୁ ଆହୁରି ଉନ୍ନତ କରିବା ଅଧିକ କଠିନ । ମହାକାଶ ଗବେଷଣାରେ ଭାରତର ବର୍ଦ୍ଧିତ ଭୂମିକା ପ୍ରଶଂସନୀୟ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ କ୍ୟାମେରା ଆଗରେ ଅଭିଜ୍ଞତା ବଖାଣିଛନ୍ତି ନାସା ମହାକାଶଚାରୀ ତଥା ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥିବା ସ୍ବୀକାର କରିଛନ୍ତି ସୁନୀତା । 

ମହାକାଶରୁ ଭାରତ କିପରି ଲାଗୁଥିଲା ? କ୍ୟାମେରା ସାମ୍ନାରେ ଭାରତ ବିଷୟରେ କହି ସୁନୀତା କହିଛନ୍ତି, ''ଏହା ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ୨୮୬ ଦିନ ଥିବାବେଳେ ଯେତେବେଳେ ବି ସେ ଭାରତ ଉପର ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଧେଶ, ଜମ୍ମୁକାଶ୍ମୀରଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ଉଠାଇଛି । ଆଗକୁ ସମୟ ଆସିଲେ ଭାରତ ଆସିବି । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବି । ପୁଣି ଥରେ ଉଡ଼ାଣ ଭରିବାକୁ ପ୍ରସ୍ତୁତି ଚାଲିଛି । ''

ଅଧିକ ପଢନ୍ତୁ...ସୁନୀତାଙ୍କୁ ମିଳିବ କି ଓଭରଟାଇମ୍ ଖର୍ଚ୍ଚ ! ଜାଣନ୍ତୁ କଣ କହିଲେ ଟ୍ରମ୍ପ ?

କହି ରଖୁଛି କି, ୯ ମାସରୁ ଅଧିକ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଥିଲେ ନାସା ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତ ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର । ମାର୍ଚ୍ଚ ୧୯ ତାରିଖରେ ଆମେରିକାର ଫ୍ଲୋରିଡା ତଟରେ ଅବତରଣ କରିଥିଲା ଡ୍ରାଗନ ମିଶନ କ୍ରୁ-୯ ଯାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.