ନୂଆଦିଲ୍ଲୀ,୦୧/୦୪ : ମହାକାଶରୁ ଭାରତର ପ୍ରାକୃତିକ ସୁନ୍ଦରତାକୁ ମନଭରି ଉପଭୋଗ କରୁଥିଲି । ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶ ଯାତ୍ରା କଷ୍ଟକର ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିଜକୁ ଆହୁରି ଉନ୍ନତ କରିବା ଅଧିକ କଠିନ । ମହାକାଶ ଗବେଷଣାରେ ଭାରତର ବର୍ଦ୍ଧିତ ଭୂମିକା ପ୍ରଶଂସନୀୟ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ କ୍ୟାମେରା ଆଗରେ ଅଭିଜ୍ଞତା ବଖାଣିଛନ୍ତି ନାସା ମହାକାଶଚାରୀ ତଥା ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥିବା ସ୍ବୀକାର କରିଛନ୍ତି ସୁନୀତା । 

ମହାକାଶରୁ ଭାରତ କିପରି ଲାଗୁଥିଲା ? କ୍ୟାମେରା ସାମ୍ନାରେ ଭାରତ ବିଷୟରେ କହି ସୁନୀତା କହିଛନ୍ତି, ''ଏହା ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ୨୮୬ ଦିନ ଥିବାବେଳେ ଯେତେବେଳେ ବି ସେ ଭାରତ ଉପର ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଧେଶ, ଜମ୍ମୁକାଶ୍ମୀରଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ଉଠାଇଛି । ଆଗକୁ ସମୟ ଆସିଲେ ଭାରତ ଆସିବି । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବି । ପୁଣି ଥରେ ଉଡ଼ାଣ ଭରିବାକୁ ପ୍ରସ୍ତୁତି ଚାଲିଛି । ''

ଅଧିକ ପଢନ୍ତୁ...ସୁନୀତାଙ୍କୁ ମିଳିବ କି ଓଭରଟାଇମ୍ ଖର୍ଚ୍ଚ ! ଜାଣନ୍ତୁ କଣ କହିଲେ ଟ୍ରମ୍ପ ?

କହି ରଖୁଛି କି, ୯ ମାସରୁ ଅଧିକ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଥିଲେ ନାସା ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତ ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର । ମାର୍ଚ୍ଚ ୧୯ ତାରିଖରେ ଆମେରିକାର ଫ୍ଲୋରିଡା ତଟରେ ଅବତରଣ କରିଥିଲା ଡ୍ରାଗନ ମିଶନ କ୍ରୁ-୯ ଯାନ ।