ନୂଆଦିଲ୍ଲୀ,୧୩।୮: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସାରା ଦେଶରେ ଆରମ୍ଭ ହୋଇଛି ବିତର୍କ। କିଛି ଲୋକ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା ବେଳେ ଆଉ କିଛି ଅସନ୍ତୋଷ ଅଛନ୍ତି। ସେମାନେ ଏହାକୁ ଅଣସମ୍ବେଦନଶୀଳ ବୋଲି କହିଛନ୍ତି। ବୁଲା କୁକୁରଙ୍କୁ ସେଲ୍ଟର ହୋମ୍‌ ପଠାଇବାର ନିର୍ଦେଶ ଭିତରେ ତିନି ମନ୍ତ୍ରଣାଳୟ ବୁଲା କୁକୁରଙ୍କ ଉପରେ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଏହି ମନ୍ତ୍ରଣାଳୟ ଗୁଡିକ ହେଲା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଓ ମତ୍ସ୍ୟପାଳନ, କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ତାଙ୍କର ମାଷ୍ଟରପ୍ଲାନ୍‌ରେ କହିଛନ୍ତି, ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ୧.୫୩ କୋଟି। ଏଥିରୁ ୭୦% ବନ୍ଧ୍ୟାକରଣ ଓ ତାଙ୍କର ଟୀକାକରଣ ୧ ବର୍ଷ ଭିତରେ କରିବାର ଲକ୍ଷ୍ୟ ରଖାଯାଇଛି। 

ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ତିନି ମନ୍ତ୍ରଣାଳୟ ଏକାଠି ମିଶି ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ସେମାନେ ଏକ ଆଡଭାଇଜରୀକୁ ଦେଶର ସବୁ ରାଜ୍ୟକୁ ପଠାଇଛନ୍ତି, ଯାହା ଭିତରେ କୁକୁରକୁ ଭ୍ୟାକସିନେସନ୍ ଓ ବନ୍ଧ୍ୟାକରଣ କରିବା କଥା କହିଛନ୍ତି। ମନ୍ତ୍ରଣାଳୟର ଏହି ପଦକ୍ଷେପ କୁକୁର କାମୁଡା କିମ୍ବା ବେସାହାରା ପଶୁଙ୍କ କାରଣରୁ ହେଉଥିବା ଦୁର୍ଘଟଣାର ଅଭିଯୋଗ ପରେ ଉଠାଯାଇଛି। ଏହି କଥା ଯଦି ୨୦୧୯ ର ପଶୁଗଣନା କରିବା ତେବେ ଏହା ଅନୁସାରେ, ସାରା ଦେଶରେ ୫୦ ଲକ୍ଷ ବେସାହାରା ପଶୁ ଅଛନ୍ତି।

- ଦେଶରେ ୧.୫୩ କୋଟି ବୁଲା କୁକୁର ଅଛନ୍ତି

- ୨୦୧୯ ର ସରକାରୀ ସଂଖ୍ୟା ଅନୁସାରେ, ଓଡିଶାରେ ସବୁଠାରୁ ଅଧିକ ୧୦୦ ଲୋକଙ୍କ ଭିତରେ ୩୯.୭ କୁକୁର ଅଛନ୍ତି।

-ଲକ୍ଷ୍ବାଦୀପ-ମଣିପୁରରେ କୌଣସି ବୁଲା କୁକୁର ନାହାନ୍ତି।

-ନେଦରଲ୍ୟାଣ୍ଡରେ ମଧ୍ୟ କୌଣସି ବୁଲା କୁକୁର ନାହାନ୍ତି।

-ମହାରାଷ୍ଟ୍ରରେ ସର୍ବାଧିକ କୁକୁର କାମୁଡା ଅଭିଯୋଗ ରହିଛି।

- ବର୍ଷକରେ ସାରା ଦେଶରେ ୨୬ ଲକ୍ଷରୁ ଅଧିକ କୁକୁର କାମୁଡିବା କେସ୍ ସାମନାକୁ ଆସିଛି। ପ୍ରତି ୫ ପୀଡିତଙ୍କ ଭିତରେ ଜଣେ ଶିଶୁ ରହିଛି। ଏହି ସଂଖ୍ୟା କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦେଇଛି।