ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଦେଶରେ ଅଛନ୍ତି ପ୍ରାୟ ୧.୫ କୋଟି ବୁଲା କୁକୁର, ଏହି ରାଜ୍ୟରେ ସର୍ବାଧିକ : ତିନି ମନ୍ତ୍ରଣାଳୟ ଜାରି କଲେ ଆଡଭାଇଜରୀ

Published By : Harapriya Biswal | August 13, 2025 6:03 PM

ନୂଆଦିଲ୍ଲୀ,୧୩।୮: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସାରା ଦେଶରେ ଆରମ୍ଭ ହୋଇଛି ବିତର୍କ। କିଛି ଲୋକ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା ବେଳେ ଆଉ କିଛି ଅସନ୍ତୋଷ ଅଛି। ସେମାନେ ଏହାକୁ ଅଣସମ୍ବେଦନଶୀଳ ବୋଲି କହିଛନ୍ତି। ବୁଲା କୁକୁରଙ୍କୁ ସେଲ୍ଟର ହୋମ୍‌ ପଠାଇବାର ନିର୍ଦେଶ ଭିତରେ ତିନି ମନ୍ତ୍ରଣାଳୟ ବୁଲା କୁକୁରଙ୍କ ଉପରେ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ଏହି ମନ୍ତ୍ରଣାଳୟ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଓ ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟ।ତାଙ୍କର ମାଷ୍ଟରପ୍ଲାନ୍‌ରେ କୁହାଯାଇଛି, ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ୧.୫୩ କୋଟି। ଏଥିରୁ ୭୦% ବନ୍ଧ୍ୟାକରଣ ଓ ତାଙ୍କର ଟୀକାକରଣ ୧ ବର୍ଷ ଭିତରେ କରିବାର ଲକ୍ଷ୍ୟ ରଖାଯାଇଛି। 

ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ତିନି ମନ୍ତ୍ରଣାଳୟ ଏକାଠି ମିଶି ମାଷ୍ଟର ପ୍ଲାନ୍ ତିଆରି କରିଛନ୍ତି। ସେମାନେ ଏକ ଆଡଭାଇଜରୀରୁ ଦେଶର ସବୁ ରାଜ୍ୟକୁ ପଠାଇଛନ୍ତି, ଯାହା ଭିତରେ କୁକୁରକୁ ଭ୍ୟାକସିନେସନ୍ ଓ ବନ୍ଧ୍ୟାକରଣକୁ ଟାର୍ଗେଟ କରିବା କଥା କହିଛନ୍ତି। ମନ୍ତ୍ରଣାଳୟର ଏହି ପଦକ୍ଷେପ କୁକୁର କାମୁଡା କିମ୍ବା ବେସାହାରା ପଶୁଙ୍କ କାରଣରୁ ହେଉଥିବା ଦୁର୍ଘଟଣାର ଅଭିଯୋଗ ପରେ ଉଠାଯାଇଛି। ଏହି କଥା ଯଦି ୨୦୧୯ ର ପଶୁଗଣନା କରିବା ତେବେ ଏହା ଅନୁସାରେ, ସାରା ଦେଶରେ ୫୦ ଲକ୍ଷ ବେସାହାରା ପଶୁ ଅଛନ୍ତି।

- ଦେଶରେ ୧.୫୩ କୋଟି ବୁଲା କୁକୁର ଅଛନ୍ତି

- ୨୦୧୯ ର ସରକାରୀ ସଂଖ୍ୟା ଅନୁସାରେ, ଓଡିଶାରେ ସବୁଠାରୁ ଅଧିକ ୧୦୦ ଲୋକଙ୍କ ଭିତରେ ୩୯.୭ କୁକୁର ଅଛନ୍ତି।

-ଲକ୍ଷ୍ବାଦୀପ-ମଣିପୁରରେ କୌଣସି ବୁଲା କୁକୁର ନାହାନ୍ତି।

-ନେଦରଲ୍ୟାଣ୍ଡରେ ମଧ୍ୟ କୌଣସି ବୁଲା କୁକୁର ନାହାନ୍ତି।

-ମହାରାଷ୍ଟ୍ରରେ ସର୍ବାଧିକ କୁକୁର କାମୁଡା ଅଭିଯୋଗ ରହିଛି।

- ବର୍ଷକରେ ସାରା ଦେଶରେ ୨୬ ଲକ୍ଷରୁ ଅଧିକ କୁକୁର କାମୁଡିବା କେସ୍ ସାମନାକୁ ଆସିଛି। ପ୍ରତି ୫ ପୀଡିତଙ୍କ ଭିତରେ ଜଣେ ଶିଶୁ ରହିଛି। ଏହି ସଂଖ୍ୟା କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦେଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.