ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ

Published By : Harapriya Biswal | November 5, 2024 6:43 PM

ନୂଆଦିଲ୍ଲୀ,୦୫/୧୧: ଖୁସି ଖବର । ୧୪୦ କୋଟି ଭାରତୀୟଙ୍କ ଦୀର୍ଘ ଦିନର ସ୍ବପ୍ନ ସତ ହେବାକୁ ଯାଉଛି । ଭାରତରେ ଆୟୋଜିତ ହେବ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ । ଏ ନେଇ ଆଉ ପାଦେ ଆଗେଇଛି ଭାରତୀୟ ଅଲିମ୍ପିକ୍ସ ସଂଘ । ୨୦୩୬ ଅଲମ୍ପିକ୍ସ ସଂସ୍କରଣ ଭାରତରେ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଭାରତୀୟ ଅଲିମ୍ପିକ୍ସ ସଂଘ ଅକ୍ଟୋବର ୧ରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟିକୁ ଚିଠି ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା କରି ପ୍ରଧାନମନ୍ତ୍ରୀ ଅନେକ ସମୟରେ କହି ଆସୁଥିଲେ । ପ୍ୟାରିସ ଅଲମ୍ପିକ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କ ସହ କଥା ହୋଇ ଏ ବିଷୟରେ ଆଲୋଚନା କରିଥିଲେ । ଏବେ ତାହା ସତ ହେବାକୁ ଯାଉଛି । ଗୋଟିଏ ପାହାଚ ଆଗକୁ ଆଗେଇଛି ପ୍ରକ୍ରିୟା । ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ବିକ ଆଗ୍ରହ ଦେଖାଇଛନ୍ତି । ସେଥି ମଧ୍ୟରୁ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ରହିଛନ୍ତି ।

ଚଳିତ ପ୍ୟାରିସ ଅଲମ୍ପିକ୍ସରେ ଭାରତ ୬ ପଦକ ଜିତିଥିଲା । ଯେଉଁଥିରେ ୫ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଥିଲା । ମେଡାଲ ତାଲିକାରେ ଭାରତ ୭୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଆମେରିକା ୧୨୬ ପଦକ ଶହ ଶୀର୍ଷରେ ଥିଲା 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.