ଭୁବନେଶ୍ୱର, ୧୩।୧୧ : ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଭୁବନେଶ୍ବର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଲଙ୍ଗିଟ୍ୟୁଡିନାଲ କୋହର୍ଟ ଷ୍ଟଡିଜ୍ ଉପରେ ଜାତୀୟ ସମ୍ମିଳନୀ- କୋହୋର୍ଟ କନେକ୍ଟକୁ ଉଦଘାଟନ କରି ସେ ଏହା କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତକୁ ଏବେ ନିଦାନ ଆଧାରିତ ଦୀର୍ଘ କାଳୀନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ଡକ୍ଟର ସିଂ ଆହୁରି କହିଛନ୍ତି, ‘‘ଭାରତୀୟ ରୋଗୀଙ୍କ ପାଇଁ ଭାରତୀୟ ଉପଚାର, ଭାରତୀୟ ବିଷୟ ଲାଗି ଭାରତୀୟ ନିରାକରଣ ରଣନୀତି, ଭାରତୀୟ ସମାଧାନ ଲାଗି ଭାରତୀୟ ତଥ୍ୟ ଆମର ମନ୍ତ୍ର ହେବା ଉଚିତ୍। ସ୍ୱାସ୍ଥ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧାରକ ଯଥା ଜୈବିକ, ପରିବେଶଗତ, ଆନୁବଂଶିକ ଏବିଂ ଜୀବନ ଶୈଳୀ କାରକଗୁଡିକ ଉପରେ ଧ୍ୟାନକେନ୍ଦ୍ରିତ କରିଥାଏ।

ଏହି ସମ୍ମିଳନୀରେ ଡକ୍ଟର ରାମାନୁଜ ନାରାୟଣ (ନିର୍ଦେଶକ, ସିଏସଆଇଆର-ଆଇଏମଏମଟି),ଡକ୍ଟର ସୌଭିକ ମାଇତି(ନିର୍ଦେଶକ, ସିଏସଆଇଆର-ଆଇଜିଆଇବି), ଡକ୍ଟର ବିନୟ ନନ୍ଦଗିୁରୀ(ସ୍ୱାସ୍ଥ୍ୟସେବା ଦଳ ନିର୍ଦେଶକ, ସିଏସଆଇଆର-ସିସିଏମବି) ଏବଂ ଡକ୍ଟର ଦେବାଶିଷ ଦାଶ(ନିର୍ଦେଶକ, ବିଆରଆଇସି-ଆଇଏଲଏସ) ପ୍ରମୁଖଙ୍କ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ପଦାଧିକାରୀଙ୍କ ସମେତ ସିଏସଆଇଆର ମୁଖ୍ୟାଳୟ ଏ ସହଭାଗୀ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଏବିଂ ଅଧିକାରୀମାନେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଡକ୍ଟର ଏନ.କେ. ଗାଙ୍ଗୁଲି, ଡକ୍ଟର କୃଷ୍ଣ ରେଡ୍ଡୀ, ଡକ୍ଟର ଶାନ୍ତନୁ ବସନଗୁପ୍ତା, ଡକ୍ଟର ଏ.ବି. ଦେ, ଡକ୍ଟର ବିବେକାନନ୍ଦ ଝା ଏବଂ ଡକ୍ଟର ନିଖିଲ ଟଣ୍ଡନଙ୍କ ଭଳି ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।