ଭୁବନେଶ୍ବର,୨୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସଫଳ ସମାପ୍ତି ଏକ ଐତିହାସିକ ପଦକ୍ଷେପ। ଏହି ଲୋକକେନ୍ଦ୍ରିକ ଚୁକ୍ତିନାମା ସମସ୍ତ ଭାରତୀୟ ରପ୍ତାନି ଉପରେ ଶୁଳ୍କମୁକ୍ତ ପ୍ରବେଶ ପ୍ରଦାନ କରିବ। ଯାହା ଚାଷୀ, MSME, IT-ITES ବୃତ୍ତିଧାରୀ, ଉଦ୍ୟୋଗୀ, ଛାତ୍ର ଏବଂ ନବସୃଜନକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ବାଣିଜ୍ୟ, ନିବେଶ, ସେବା ଏବଂ ଦକ୍ଷତା ଗତିଶୀଳତାକୁ ପ୍ରୋତ୍ସାହିତ କରିବା ସହ କୃଷି ଉତ୍ପାଦକତାକୁ ବୃଦ୍ଧି କରିବ । ଏହି ଚୁକ୍ତିନାମା ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଏହି ପଦକ୍ଷେପ ଭାରତର ବିଶ୍ୱସ୍ତରୀୟକୁ ବିସ୍ତାର କରିବ, ବ୍ରାଣ୍ଡ ଇଣ୍ଡିଆକୁ ବୃଦ୍ଧି କରିବ। ଯାହା ଦ୍ୱାରା ବିକଶିତ ଭାରତ ୨୦୪୭ ପାଇଁ ପଥ ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଦର୍ଶାଇଛନ୍ତି।<
We leap into a new era of global opportunities for India!
— Mohan Charan Majhi (@MohanMOdisha) December 22, 2025
The successful conclusion of the India-New Zealand Free Trade Agreement, under the visionary leadership of Hon’ble Prime Minister Shri @narendramodi Ji, is a landmark step forward. This people-centric FTA grants duty-free… pic.twitter.com/Sw44AnSvnH
/p>