ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଚୀନ୍‌ର ବଡ଼ ବୟାନ; କହିଲା, ଆମେ ପାକିସ୍ତାନ ସହିତ ଠିଆ ହୋଇଛୁ

Published By : prameya | May 11, 2025 8:55 AM

ନୂଆଦିଲ୍ଲୀ,୧୧/୦୫:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ମଧ୍ୟରେ ପୁଣିଥରେ ପାକିସ୍ତାନରୁ  ଡ୍ରୋନ ଆକ୍ରମଣ ଆରମ୍ଭ ହୋଇଥିଲା। ଯାହାର ମୁହଁତୋଡ଼ ଯବାବ ଦେଇଥିଲା ଭାରତ। ପାକିସ୍ତାନର ସମସ୍ତ ଡ୍ରୋନ୍ ଆକ୍ରମଣକୁ କରିଥିଲା ପଣ୍ଡ ।  ତେବେ ଏହାରି ମଧ୍ୟରେ ପାକିସ୍ତାନକୁ ସମର୍ଥନ କରିବା ନେଇ କହିଛି ଚୀନ।

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର କହିଛନ୍ତି ଯେ, ତାଙ୍କ ଦେଶ ପାକିସ୍ତାନର "ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା" ବଜାୟ ରଖିବାରେ ପାକିସ୍ତାନ ସହିତ ଛିଡା ହେବ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ  ୱାଙ୍ଗ ୟି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ସହ ଫୋନରେ ଆଲୋଚନା ସମୟରେ ଏହି କଥା କହିଛନ୍ତି।ଏଥିସହିତ,ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସେ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନର ଚିରହରିତ ରଣନୈତିକ ସହଯୋଗ ଏବଂ ଦୃଢ଼ ବନ୍ଧୁ ଭାବରେ ଚୀନ୍ ପାକିସ୍ତାନର ସାର୍ବଭୌମତ୍ୱ,କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା ବଜାୟ ରଖିବାରେ ଦୃଢ଼ ଭାବରେ ଛିଡ଼ା ହେବ।ଏହା ବ୍ୟତୀତ, ସେ  ଅରବ ଅମିରତ  ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ୍ ଜାଏଦଙ୍କ ସହ ମଧ୍ୟ କଥା ହୋଇଥିଲେ। ଯିଏ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଥିଲେ। ଡାର ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ତାଙ୍କୁ ଏହି ଅଞ୍ଚଳର ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.