ନୂଆଦିଲ୍ଲୀ,୦୨/୦୧: ଭାରତ ଏବଂ ପାକିସ୍ତାନ ନୂଆବର୍ଷର ପ୍ରଥମ ଦିନରେ ପରସ୍ପରର ପରମାଣୁ ପ୍ରତିଷ୍ଠାନ ବାବଦରେ   ସୂଚନା ଆଦାନ ପ୍ରଦାନ କରିଛନ୍ତି । ପରମାଣୁ ପ୍ରତିଷ୍ଠାନ ଗୁଡ଼ିକରେ ପରମାଣୁ ଅସ୍ତ୍ର ରଖାଯାଇଥାଏ । ୧୯୯୧ରୁ ଏକ  ଚୁକ୍ତିନାମା ଅନୁସାରେ ଦୁଇ ଦେଶ ମଧ୍ୟରେ ଏହି ପରମ୍ପରା  ବଜାୟ ରହିଛି । ଭାରତ ଏବଂ ପାକିସ୍ତାନ ନୂଆଦିଲ୍ଲୀ ଓ  ଇସ୍‌ଲାମାବାଦରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ସୂଚନା ଦେଣନେଣ କରିଛନ୍ତି । ଏଥିସହ ଭାରତ ଏବଂ ପାକିସ୍ତାନ  କଏଦୀ ଓ ମତ୍ସ୍ୟଜୀବୀଙ୍କ ବାବଦରେ ମଧ୍ୟ ସୂଚନା ପରସ୍ପରକୁ  ପ୍ରଦାନ କରିଛନ୍ତି । ୧୯୮୮ ଡିସେମ୍ବର ୩୧ରେ ଦୁଇ ଦେଶ  ମଧ୍ୟରେ ଏହି ଚୁକ୍ତି ହୋଇଥିଲା । 

୧୯୯୧ ଜାନୁଆରୀ ୨୭ରେ  ଏହା ଲାଗୁ ହୋଇଥିଲା । ଚୁକ୍ତି ଅନୁସାରେ, ପ୍ରତିବର୍ଷ ଜାନୁଆରୀ  ୧ରେ ଦୁଇ ଦେଶ ନିଜ ନିଜର ପରମାଣୁ ପ୍ରତିଷ୍ଠାନ ବାବଦରେ  ପରସ୍ପରକୁ ସୂଚନା ଦେବେ । ଚୁକ୍ତିର ଉଦ୍ଦେଶ୍ୟ ଥିଲା ଦୁଇ  ଦେଶ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ରର ସମ୍ଭାବ୍ୟ ବ୍ୟବହାରକୁ  ଏଡ଼ାଇବା ଏବଂ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା । ଉଭୟ  ଦେଶ ମଧ୍ୟରେ ଏହା ୩୪ ତମ ତଥ୍ୟ ଆଦାନପ୍ରଦାନ ବୋଲି  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛ