ନୂଆଦିଲ୍ଲୀ,୦୪/୧୧: ୨୦୨୫ରେ ଭାରତର ଜନସଂଖ୍ୟା ବୃଦ୍ଧି ହାର ୦.୯%  ରହିବ । ଫଳରେ ମୋଟ ଜନସଂଖ୍ୟା ୧୪୬ କୋଟି ଛୁଇଁବା ସମ୍ଭାବନା ରହିଛି ।  ଜାତିସଂଘ ଅର୍ଥନୈତିକ ସାମାଜିକ ବ୍ୟାପାର ବିଭାଗ (ୟୁଏନ୍‌ଡିଇଏସ୍‌ଏ) ପକ୍ଷରୁ  ଏହି ଆକଳନ କରାଯାଇଛି । 

ୟୁଏନ୍‌ଡିଇଏସ୍‌ଏ ମୁତାବକ, ଭାରତରେ ୨୦୩୫ ସୁଦ୍ଧା  ଉତ୍ପାଦକତାରେ ବୃଦ୍ଧି ଦେଖାଦେବ । କାରଣ କାମ କରୁଥିବା ଜନସଂଖ୍ୟା (୧୫ରୁ ୬୪  ବର୍ଷ) ଉପରେ କାର୍ଯ୍ୟ କରୁ ନ ଥିବା ବର୍ଗର ଜନସଂଖ୍ୟା (୧୫ ବର୍ଷରୁ କମ୍‌ ଓ ୬୪  ବର୍ଷରୁ ଅଧିକ)ର ନିର୍ଭରଶୀଳତା ଆଗାମୀ ୧୧ ବର୍ଷ ପର୍ଯ୍ୟନ୍ତ ଲଗାତର ଭାବେ ହ୍ରାସ  ପାଇବ । ଜାତୀୟ ଜନଗଣନା ୨୦୨୫ରୁ ଆରମ୍ଭ ହେବ । ଏହା ୨୦୨୬ ପ୍ରାରମ୍ଭରେ  ଶେଷ ହେବା ନେଇ ଆଶା କରାଯାଉଛି । ପ୍ରତି ୧୦ ବର୍ଷରେ ହେବାକୁ ଥିବା ଜନଗଣନା  ୨୦୨୧ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ତାହା ଟଳିଥିଲା ।