ନୂଆଦିଲ୍ଲୀ,୧୬/୦୧:  ଖୋ ଖୋ ବିଶ୍ୱକପ୍‌ରେ ଭାରତ ପୁରୁଷ ବର୍ଗରେ  କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।  ପେରୁକୁ ଦଳ ୭୦-୩୮ରେ ପରାଜିତ କରିଥିଲା ।  ଭାରତର ପ୍ରଦର୍ଶନ ବେଶ ଉନ୍ନତ ରହିଥିଲା । ଉଭୟ  ଟର୍ଣ୍ଣରେ ଦଳ ଚମତ୍କାର ପ୍ରଦର୍ଶନ କରି ପେରୁକୁ ୩୨  ପଏଣ୍ଟରେ ପେରୁକୁ ପରାଜିତ କରିଥିଲା । ଏଥିସହ ଦଳ  ଟାଇଟଲ ଜିତିବା ନେଇ ପ୍ରମୁଖ ଦାବିଦାର ଭାବେ ଉଭା  ହୋଇଛି । ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଇରାନ,  କେନିଆ ଓ ଶ୍ରୀଲଙ୍କା ବିଜୟୀ ହୋଇଛନ୍ତି ।  

ମହିଳାରେ ଭାରତ ୧୦୦- ୧୬ରେ ଇରାନକୁ ପରାଜିତ କରିଥିଲା । ମାତ୍ର ୩୩  ସେକେଣ୍ଡରେ ଇରାନର ପ୍ରଥମ ବ୍ୟାଚ୍‌ ଖେଳାଳି ଅଲଆଉଟ୍‌ ହୋଇଥିଲେ । ପୂରା ମ୍ୟାଚ୍‌ରେ ଏଭଳି  ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତ । ଶେଷରେ  ବିଶାଳ ବ୍ୟବଧାନରେ ବିଜୟ ହାସଲ କରିଥିଲା ।