ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏବେ ଗୋଟିଏ ପ୍ଲାଟଫର୍ମରେ ମିଳିବ ସବୁ ସୁବିଧା, ଗୁଗୁଲ ଏବଂ ଆପଲ୍‌କୁ ପତ୍ର ଲେଖିଲେ ସରକାର

Published By : Rasmita Pradhan | January 24, 2025 12:04 PM

ନୂଆଦିଲ୍ଲୀ, ୨୪/୦୧ : ଏବେ ଗୋଟିଏ ପ୍ଲାଟଫର୍ମରେ ମିଳିବ ସବୁ ସରକାରୀ ଆପ୍। ଏଥିପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଏନେଇ ଆପଲ୍ ଏବଂ ଗୁଗୁଲକୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପତ୍ର ଲେଖିଛି। ଏହା ସହ ସ୍ମାର୍ଟ ଫୋନ୍ ତିଆରି କରୁଥିବା ଅନ୍ୟ କମ୍ପାନୀ ଗୁଡ଼ିକୁ ମଧ୍ୟ ଏନେଇ ସହଯୋଗ କରିବାକୁ ବିଭାଗ ଅପିଲ୍ କରିଛି। 

ସୂଚନାନୁଯାୟୀ, ସମସ୍ତ ସରକାରୀ ଆପ୍ସ ଗୁଡ଼ିକ ଆପ୍ ସୁଇଟ୍‌ରେ ଉପଲବ୍ଧ ହେବ। ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରେ ସୁଇଟ୍ ଆପ୍ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରାଳୟ ପତ୍ର ଲେଖିଛି। ଏପରିକି ସୁଇଟ୍ ଆପ୍‌କୁ ପ୍ରି ଇନଷ୍ଟଲ କରିବା ପାଇଁ ମଧ୍ୟ କହିଛି। ଏହାଦ୍ଵାରା ସମସ୍ତ ସରକାରୀ ଯୋଜନା ଏବଂ ସେବା ସହଜରେ ଲୋକଙ୍କ ନିକଟରେ ପହଞ୍ଚି ପାରିବ। ଏବେ ସରକାରୀ ଆପ୍ ଗୁଡ଼ିକୁ ଅଲଗା ଅଲଗା ଡାଉନଲୋଡ୍ କରିବାକୁ ପଡୁଛି। ହେଲେ ସୁଇଟ୍ ଆପ୍ ଆସିଲେ ଏଥିରେ ସବୁ ଆପ୍ ରହିପାରିବ। 

ଏହି ଖବରଟିକୁ ପଢନ୍ତୁ-ବଜେଟ୍ ୨୦୨୫: ଶ୍ରମ କୋଡ୍‌ କାର୍ଯ୍ୟାନ୍ୱୟନ ଦିଗରେ ଆସିପାରେ ପ୍ରସ୍ତାବ

ମିଡିଆ ରିପୋର୍ଟସ୍ ଅନୁଯାୟୀ, ଗୁଗୁଲ ଏବଂ ଆପଲ ସରକାରଙ୍କ ଏହି ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଛନ୍ତି। ଗୁଗୁଲ ଏହାକୁ ବିରୋଧ କରିଥିବା ବେଳେ ଆପଲ ଏନେଇ ଆଗ୍ରହ ପ୍ରକାଶ କରୁନାହିଁ। ଉଭୟ କମ୍ପାନୀ ସେମାନଙ୍କ ପ୍ଲାଟଫର୍ମରେ ଥିବା ଆପ୍ସ ଗୁଡ଼ିକୁ ନିଜ କଣ୍ଟ୍ରୋଲରେ ରଖନ୍ତି। ଏହା ସହ ଏଥିରୁ ଆସୁଥିବା ରାଜସ୍ଵରେ ଭାଗ ନିଅନ୍ତି। ହେଲେ ସରକାରୀ ଆପ୍ସ ଆସିବା ଦ୍ଵାରା କମ୍ପାନୀକୁ ନିୟନ୍ତ୍ରଣ ସହ ରାଜସ୍ଵ ହରାଇବାକୁ ପଡ଼ିବ। ତେବେ ଦୁଇ କମ୍ପାନୀଙ୍କ ଏହି ନିଷ୍ପତ୍ତି ପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ୨୦୨୦ରେ ସରକାର ଟିକଟକ୍ ଏବଂ ମେଟା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଚୀନ ସହ ବିବାଦ ପରେ ଟିକଟକ୍ ସମେତ ବହୁ ଚୀନ ଆପ୍‌କୁ ବ୍ୟାନ୍ କରିଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.