ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ୱାଶିଂଟନକୁ ଓଲଟା ପଡ଼ିବ ପାୱାର ଗେମ୍: ଆମେରିକାର ଏଫ୍-୩୫ କିଣିବାକୁ ସରକାରଙ୍କ ପଛଘୁଞ୍ଚା, ଋଷରୁ ଆସିପାରେ Su-57

Published By : Rasmita Pradhan | August 1, 2025 12:24 PM

ନୂଆଦିଲ୍ଲୀ, ୦୧/୦୮ : ବୁଝାମଣା ପାଇଁ ଟାରିଫ୍‌କୁ ଅସ୍ତ୍ର କରୁଛି ଆମେରିକା। ବାଣିଜ୍ୟ ଚୁକ୍ତି ପାଇଁ ଚାପ ପକାଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଉପରେ କଷିଛନ୍ତି ୨୫ ପ୍ରତିଶତ ଟାରିଫ୍। ହେଲେ କାମ କରିବନି ଟ୍ରମ୍ପଙ୍କ ଚାପ ରାଜନୀତି । ଓ୍ବାଶିଂଟନକୁ ଓଲଟା ପଡ଼ିବ ପାୱାର ଗେମ୍। ଉପଯୁକ୍ତ ଜବାବ ଦେବ ନୂଆଦିଲ୍ଲୀ । ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ଏବେ ଆକ୍ସନ୍ ମୋଡ୍‌ରେ ସରକାର। ଆମେରିକାର ଷ୍ଟିଲ୍‌ଥ ଫାଇଟର୍ ଜେଟ୍ ଏଫ୍-୩୫ କିଣିବାକୁ ସରକାର ପଛଘୁଞ୍ଚା ଦେଇଥିବା କୁହାଯାଉଛି । ଭାରତ ପ୍ରତିରକ୍ଷା ଶକ୍ତି ବଢ଼ାଇବାକୁ ଋଷରୁ ଆଣିବ Su-57 ଷ୍ଟିଲ୍‌ଥ ଜେଟ୍। ଏନେଇ ବ୍ଲୁମବର୍ଗ ସୂତ୍ରରୁ ଖୁଲାସା ହୋଇଛି। 

ଏଫ୍-୩୫ ଫାଇଟର୍ ଜେଟ୍ ନେଇ ଆମେରିକା ଏବଂ ଭାରତ ଭିତରେ ଲମ୍ଵା ସମୟ ଧରି ଆଲୋଚନା ଚାଲିଥିଲା। ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ବେଳେ ପ୍ରତିରକ୍ଷା ଡିଲ୍ ଫାଇନାଲ୍ ହୋଇଥିଲା । ଟ୍ରମ୍ପ ମଧ୍ୟ ଭାରତକୁ ଏଫ୍-୩୫ ବିକିବା ନେଇ ବିଧିବଦ୍ଧ ଘୋଷଣା କରିଥିଲେ। ହେଲେ ଟ୍ରମ୍ପ୍ ଋଷ ଠାରୁ ତେଲ କିଣିବା ନେଇ ଭାରତ ଉପରେ ଜରିମାନା ସଦୃଶ ୨୫ ପ୍ରତିଶତ ଟାରିଫ୍ ଲଗାଇବା ପରେ ଏବେ ଏହାର ଜବାବ ଦେବା ପ୍ରସ୍ତୁତିରେ ଭାରତ। 

ବ୍ଲୁମବର୍ଗ ତଥ୍ୟ କହୁଛି, ହାଇ ଭ୍ୟାଲ୍ୟୁ ଡିଫେନ୍ସ ୱେପନ୍ସ ବିକିବା ନେଇ ବାରମ୍ବାର ଭାରତ ଉପରେ ଚାପ ପକାଉଛି ୱାଶିଂଟନ। ହେଲେ ନିକଟ ଭବିଷ୍ୟତରେ ଆମେରିକା ସହ କୌଣସି ପ୍ରକାରର ଡିଫେନ୍ସ ଏଗ୍ରିମେଣ୍ଟ କରିବେନି ବୋଲି ମନା କରିଛନ୍ତି ମୋଦି ସରକାର । ତେବେ ଏହା ପଛରେ ୨ଟି ବଡ଼ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯେପରିକି ଏଫ-୩୫ ଏକ ଧଳା ହାତୀ ଆକାରର। ଏହାକୁ ଲମ୍ଵା ସମୟ ଯାଏଁ ଉଡ଼ାଇବାକୁ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଆମେରିକା ଖୋଦ୍ ଏହାର ମେଣ୍ଟେନାନ୍ସକୁ କଣ୍ଟ୍ରୋଲ କରିପାରୁ ନାହିଁ। ଏହାର ଗୋଟିଏ ଅପରେସନାଲ ଘଣ୍ଟାର ଖର୍ଚ୍ଚ ପ୍ରାୟ ୩୫ ହଜାର ଡଲାର। ସେହିପରି ଆଉ ଏକ ବଡ଼ କାରଣ ହେଉଛି ସୋର୍ସ କୋଡ୍‌ ଦୂରର କଥା ଏଫ-୩୫ର କୌଣସି ଟେକ୍ନୋଲୋଜି ଟ୍ରାନ୍ସଫର ହୋଇପାରିବ ନାହିଁ।  

ଆମେରିକାର ଏଫ-୩୫ ତୁଳନାରେ ଋଷର ଏସୟୁ-୫୭ ଜେଟରେ ସେଭଳି କୌଣସି ସମସ୍ୟା ନାହିଁ। ଋଷ୍ ମଧ୍ୟ ଭାରତକୁ ଏସୟୁ-୫୭ କିଣିବାକୁ ଜବରଦସ୍ତ ଅଫର୍ ଦେଇଛି। ତେବେ ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ବୈଦେଶିକ ନୀତିରେ ଭାରତ ସବୁବେଳେ ଶାନ୍ତି ରଣନୀତି ଏବଂ ଧର୍ଯ୍ୟ ଧାରଣ କରେ। ଏପରି ସ୍ଥିତିରେ ଏବେ ଦେଖିବାକୁ ବାକି ରହିଲା ଟ୍ରମ୍ପଙ୍କ ପାୱାର ଗେମ୍‌ର କଣ ଜବାବ ଦେବ ଭାରତ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.