ନୂଆଦିଲ୍ଲୀ,୨୦।୯: ଯଦି ଭାରତ ସହ ପାକିସ୍ତାନର ଯୁଦ୍ଧ ହୁଏ,ତେବେ ସାଉଦି ଆରବ ପାକିସ୍ତାନର ରକ୍ଷା କରିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଇସଲାମାବାଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ସପ୍ତାହ ପାକିସ୍ତାନ ଓ ସାଉଦି ଆରବ ଭିତରେ ରଣନୀତିକ ପାରସ୍ପାରିକ ସହାୟତା ଚୁକ୍ତି ହୋଇଛି।
ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ଟିଭି ସହ କଥା ହୋଇ ସେ କହିଛନ୍ତି, ଚୁକ୍ତିର ତୁଳନା ନାଟୋ ଚୁକ୍ତିର ଅନୁଚ୍ଛେଦ ୫ ସହ କରିଛନ୍ତି। ଯେଉଁଥିରେ ‘ସାମୁହିକ ପ୍ରତିରକ୍ଷା’ର ସିନ୍ଧାନ୍ତ ରହିଛି। ଏହାର ଅର୍ଥ ଯଦି କୌଣସି ସଦସ୍ୟ ଉପରେ ଆକ୍ରମଣ ହୁଏ, ତେବେ ତାକୁ ସବୁ ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ଭାବରେ ମନେକରାଯିବ। ତେବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆରବ ସହ ଏହି ଚୁକ୍ତି ଆକ୍ରମକ ନୁହେଁ, ବଂର ପ୍ରତିରକ୍ଷାତ୍ମକ ରହିଛି। ନାଟୋ ଉଦାହରଣ ଦେଇ ସେ ଜିଓ ଟିଭିକୁ କହିଛନ୍ତି, ଯଦି କୌଣସି ଆକ୍ରମଣ ହୁଏ,ତାହା ସାଉଦି ଆରବ ହେଉ କିମ୍ବା ପାକିସ୍ତାନ ଉପରେ ଆମେ କିଛି ତା’ର ମୁକାବିଲା କରିବୁ।
ରଏଟର୍ସର ରିପୋର୍ଟ ଅନୁସାରେ, ଖ୍ବାଜା ଆସିଫ୍ କହିଛନ୍ତି ଆମର ଉଦେଶ୍ୟ ଏହା ନୁହେଁ ଯେ, ଏହି ଚୁକ୍ତିର ବ୍ୟବହାର କରି ଆକ୍ରମଣ କରିବୁ। କିନ୍ତୁ ଯଦି ଦୁଇ ପକ୍ଷ ସାଉଦି କିମ୍ବା ପାକିସ୍ତାନ ପ୍ରତି ବିପଦ ରହିଛି ତେବେ ପରସ୍ପରର ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆସିଫ ମଧ୍ୟ ଦାବି କରିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ର ସାଉଦି ଆରବ ଦ୍ୱାରା ବ୍ୟବହାର ପାଇଁ ଉପଲବ୍ଧ। ଏହି ଚୁକ୍ତି ଅନୁଯାୟୀ ଆମର କ୍ଷମତା ନିଶ୍ଚିତ ଭାବରେ ଉପଲବ୍ଧ ହେବ। ପାକିସ୍ତାନ ସର୍ବଦା ଏହାର ପରମାଣୁ ପ୍ରତିଷ୍ଠାନର ଯାଞ୍ଚକୁ ଅନୁମତି ଦେଇଆସିଛି ଏବଂ କେବେବି କୌଣସି ନିୟମ ଉଲ୍ଲଂଘନ କରିନାହିଁ। ରଏଟର୍ସ ଅନୁଯାୟୀ, ଯେତେବେଳେ ଜଣେ ବରିଷ୍ଠ ସାଉଦି ଅଧିକାରୀଙ୍କୁ ପଚରାଗଲା। ଏହି ଚୁକ୍ତିନାମାଗୁଡ଼ିକର ଅର୍ଥ ଏହା କି ଯେ, ପାକିସ୍ତାନ ଏବେ ପରମାଣୁ ସୁରକ୍ଷା ଯୋଗାଇବାକୁ ବାଧ୍ୟ କି ? ସେ କହିଥିଲେ, ଏହା ଏକ ବ୍ୟାପକ ପ୍ରତିରକ୍ଷା ଚୁକ୍ତି, ଯେଉଁଥିରେ ସମସ୍ତ ସାମରିକ ସାଧନ ଅନ୍ତର୍ଭୁକ୍ତ।