ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାକିସ୍ତାନକୁ କେଉଁ ଔଷଧ ପଠାଉଛି ଭାରତ ? ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

Published By : Harapriya Biswal | April 29, 2025 2:25 PM

ନୂଆଦିଲ୍ଲୀ,୨୯।୪: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ଆହୁରି ବିବାଦୀୟ ହୋଇପଡିଛି। ୨୬ ଜଣଙ୍କ ମୃତ୍ୟୁର ଗୋଟି ଗୋଟି କରି ପ୍ରତିଶୋଧ ନେବ ଭାରତ। ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଅଟାରୀ ଚେକ୍ ପୋଷ୍ଟ ବନ୍ଦ, ପାକିସ୍ତାନୀ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଓ ପାକ୍ ନାଗରିକଙ୍କୁ ତୁରନ୍ତ ଦେଶ ଖାଲିକରିବାକୁ ନିର୍ଦେଶ ଦେଇଥିଲା ଭାରତ। ଏବେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର।  ବିବାଦୀୟ ସମ୍ପର୍କ ପରେ ବି ପାକିସ୍ତାନକୁ ଭାରତ ଜୀବନରକ୍ଷାକାରୀ ଔଷଧ ଯୋଗାଉଥିଲା। କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣରେ ପରେ ଆକ୍ସନରେ ଆସିଛି ଭାରତ। ଏବେ ଫାର୍ମାସ୍ୟୁଟିକାଲ୍ସ ଉତ୍ପାଦ ଉପରେ କଟକଣା ଲଗାଇବାର ଆରମ୍ଭ କରିଛି ପ୍ରସ୍ତୁତି । 

ଫାର୍ମାସ୍ୟୁଟିକାଲ୍ସ ଏକ୍ସପର୍ଟ  ପ୍ରମୋଶନ୍ କାଉନସିଲକୁ ପାକିସ୍ତାନକୁ ରପ୍ତାନୀ ହେଉଥିବା ସବୁ ଔଷଧ ଓ ଫାର୍ମା ଉତ୍ପାଦର ବିସ୍ତୃତ ସୂଚୀ ତିଆରି କରିବାକୁ ନିର୍ଦେଶ ଦେଇଛନ୍ତି ଭାରତ ସରକାର । ଏହା ସହ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଗତ ଦୁଇ ବର୍ଷର ରପ୍ତାନୀ ବିଷୟରେ ଏକ ବିସ୍ତୃତ ରିପୋର୍ଟ ମାଗିଛି। କାରଣ ଭାରତ ଦ୍ବିପାକ୍ଷିକ ବ୍ୟାପାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର ସମ୍ଭାବନା ଉପରେ ବିଚାର କରୁଛି। ଏହି ପଦକ୍ଷେପ ପାକିସ୍ତାନର ଭାରତ ସହ ବାଣିଜ୍ୟ ବନ୍ଦ କରିବାର ଘୋଷଣା ପରେ ଗ୍ରହଣ କରାଯାଇଛି।  ଏହି ପଦକ୍ଷେପ ପରେ ପାକିସ୍ତାନର ଚିନ୍ତା ବଢିଯାଇଛି।  କାରଣ ନିଜର ଔଷଧ ଆବଶ୍ୟକତାର ପ୍ରାୟ ୪୦% ଅଂଶ ଭାରତରୁ ପୁରା କରୁଥିଲା ପାକିସ୍ତାନ।

ପାକିସ୍ତାନ ନିଜର ଔଷଧ ଯୋଗାଇବା ପାଇଁ ଭାରତ ଉପରେ ନିର୍ଭର କରେ। ଡ୍ରଗ୍ସ ରେଗୁଲେଟରୀ ଅଥରିଟି ଅଫ୍ ପାକିସ୍ତାନ ଅନୁସାରେ, ଭାରତ ନିଜର ଆଗାମୀ ଔଷଧ ଓ କଞ୍ଚାମାଲ୍‌(ଏପିଆଇ) ପାକିସ୍ତାନର ୫୦-୬୦% ଔଷଧ ଆବଶ୍ୟକତାକୁ ପୂରଣ କରିଥାଏ। ତା ଭିତରେ ରହିଛି କ୍ୟାନସର ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ। ଆଣ୍ଟି ରାବିଜ୍ ଟୀକା ଓ ଆଣ୍ଟି ସ୍ନେକ୍ ଭେନମ୍। ସେଭଳି ମେନୋକ୍ଳୋନୋଲ ଆଣ୍ଟିବଡି ଓ ଅନ୍ୟ ଜୈବିକ ଉତ୍ପାଦ। ଏହା ସହ ଔଷଧ ତିଆରି କରିବାକୁ ବ୍ୟବହାର ହେଉଥିବା କଞ୍ଚାମାଲ ରହିଛି। ଏବେ ତା’ର ରପ୍ତାନୀ  ଉପରେ ଭାରତ ଲଗାଇବାକୁ ଯାଉଛି ଅଙ୍କୁଶ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.