ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଜଣେ ବି ଭାରତୀୟ ବ୍ୟାଟ୍ସମ୍ୟାନ୍ ହାସଲ କରିପାରିଲେନି ଅର୍ଦ୍ଧଶତକ । ୭ ଓ୍ବିକେଟ୍ ବିନିୟମରେ ଭାରତ କଲା ୧୯୦ ରନ । ଇଂଲଣ୍ଡ ଆଗରେ ଲକ୍ଷ୍ୟ ୧୯୧ ରନ୍ । ଦଳ ପକ୍ଷରୁ ଇଶାନ କିଷନ ସର୍ବାଧିକ ୪୯ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ବୈଭବଙ୍କ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ସେ ମାତ୍ର ୧୪ ରନ କରିଥିଲେ । ଯେଉଁଥିରେ ୨ଟି ଛକା ରହିଥିଲା ।

ଟସ୍ ଜିତି ଭାରତ ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ବୈଭବ ଏବଂ ଅଭିଶେକ ପ୍ରଥମରୁ ବୁଝିଶୁଝି ପାଳି ଆରମ୍ଭ କରିଥିଲେ । ବୈଭବ ୧୪ ରନ କରି ଆଉଟ୍ ହୋଇଥିବାବେଳେ ୪୩ ରନ କରିଥିଲେ । ପରେ ଶ୍ରେୟସ ଏବଂ ଇଶାନ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଇଶାନ ୪୯ ରନ କରିଥିବାବେଳେ ଶ୍ରେୟସ ୩୭ ରନ୍ କରିଥିଲେ । ତିଲକ ବର୍ମା ୨୪ ରନ କରିଥିବାବେଳେ ବାକି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । 

ସେପଟେ ଇଂଲଣ୍ଡ ପକ୍ଷରୁ ସାମ କରାନ ୩ଟି, ଓ୍ବିଲ୍ ଜ୍ୟାକ୍ସ, ଜୋଫ୍ରା ଆର୍ଚର ଏବଂ ଲିଆମ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ତେବେ ପ୍ରଥମ ଟି-୨୦ କୌଣସି ଫଳାଫଳ ମିଳିନଥିବାବେଳେ ଭାରତୀୟ ଦଳ ଏହି ମ୍ୟାଚକୁ ଜିତିବା ଲକ୍ଷ୍ୟରେ ରହିବ । 

ଏହାସହ ପଢ଼ନ୍ତୁ : Vaibhav Sooryavanshi Breaks Sachin Tendulkar Record: ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କଲେ ବୈଭବ