ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଶତ୍ରୁତା ପରେ ବି ବିଶାଳ ହୃଦୟ ଦେଖାଇଲା ଭାରତ, ବନ୍ୟା ପୂର୍ବରୁ ପାକିସ୍ତାନକୁ ସତର୍କ କରାଇ ବଞ୍ଚାଇଲା ଦେଢଲକ୍ଷ ଜୀବନ

Published By : Harapriya Biswal | August 26, 2025 8:12 PM

ନୂଆଦିଲ୍ଲୀ,୨୬।୮:ଭାରତ ଦେଖାଇଲ ନିଜର ବିଶାଳ ହୃଦୟ। ପାକିସ୍ତାନକୁ ଠିକ୍ ସମୟରେ ବନ୍ୟା ବିପଦ ବିଷୟରେ ସୂଚନା ଦେଇ  ଦେଢ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଲା। ଜମ୍ମୁ-କଶ୍ମୀର ତାୱି ନଦୀରେ ସମ୍ଭାବିତ ବନ୍ୟା ଚେତାବନୀ ପରେ ପାକିସ୍ତାନ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇପାରିଥିଲା। ଭାରତ ଏହି ପଦକ୍ଷେପ ଦୁଇ ଦେଶ ଭିତରେ ବିବାଦୀୟ ସମ୍ପର୍କ ପରେ ବି ମାନବିକତାର ବଡ଼ ଉଦାହରଣ ମନେକରାଯାଉଛି। 

ଭାରତର ବୈଦେଶିକ ମନ୍ତ୍ରଣାଳୟ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ମାଧ୍ୟମରେ ପାକିସ୍ତାନକୁ ସୂଚନା ଦେଇଥିଲେ। ଏଥିରେ କୁହାଯାଇଥିଲା ତାୱି ନଦୀର ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି, ଯେଉଁ କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଭାରତର ଚେତାବନୀ ପରେ ପାକିସ୍ତାନର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଅପରେସନ୍ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ଭିତରେ ପ୍ରଥମ ଔପଚାରିକ ଆଲୋଚନା ଥିଲା। ପହଲଗାମ୍ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଅସ୍ଥାୟୀ ଭାବରେ ରଦ୍ଦ କରିଥିଲା। ଏହାପରେ ବି ଭାରତ ମାନବିକତା ଆଧାରରେ ଏହି ପଦକ୍ଷେପ ଗ୍ରହଣ କରିଛି।  

ମୂଷଳାଧାର ବର୍ଷା ଓ ନଦୀରେ ବଢୁଥିବା ଜଳସ୍ତରରୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅଧିକ ପ୍ରଭାବିତ ହୋଇଥିଲା। ଭାରତର ଚେତାବନୀ ପରେ ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ତଳୁଆ ଅଞ୍ଚଳରେ ରିଲିଫ ଶିବିର ସ୍ଥାପିତ କରାଯାଇଥିଲା। ଏହା ସହ ଉଦ୍ଧାର ଅଭିଯାନ ପାଇଁ ମେସିନାରୀ ସହ ଟିମ୍ ମୁତୟନ କରାଯାଇଛି।  ଆଗାମୀ ୪୮ ଘଣ୍ଟା ଆହୁରି ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଯାହାଫଳରେ ଇସଲାମାବାଦ, ରାଓ୍ବଲପିଣ୍ଡି, ଲାହୋର ଭଳି ବଡ଼ ସହରରେ ବନ୍ୟା ବିପଦ ଦେଖାଦେଇଛି। ଏହାର ସିନ୍ଧୁ ଜଳ ଚୁକ୍ତି ସହ କୌଣସି ସମ୍ପର୍କ ନାହିଁ। ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଜୁନ୍ ଆରମ୍ଭରୁ ପାକିସ୍ତାନରେ ମୌସୁମୀ ବର୍ଷା ପ୍ରବଳ କ୍ଷୟକ୍ଷତି କରିଥିଲା।  ବର୍ଷା ଓ ବନ୍ୟା କାରଣରୁ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.