ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ କରିବ ଭାରତ, ଏହି ସହରରେ କରିବାକୁ ଦାବି

Published By : Ankita S | March 21, 2025 1:16 PM

ନୂଆଦିଲ୍ଲୀ,୨୧/୦୩ : ଖୁସି ଖବର । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିପାରେ ଭାରତ । ଗୁଜୁରାଟର ଅହମ୍ମଦାବାଦରେ ଏହି କ୍ରୀଡା ମହାକୁମ୍ଭ ଆୟୋଜନ କରିବାକୁ ଦାବି ଉପସ୍ଥାପନ କରିଛି ଭାରତ । ଆଇଓଏ ଓ ଗୁଜୁରାଟ ସରକାରଙ୍କ ପକ୍ଷରୁ ମିଳିତ ଦାବି ଉପସ୍ଥାପନ କରାଯାଇଛି । ଆୟୋଜନ ପାଇଁ ଏକ୍ସପ୍ରେସନ ଅଫ୍ ଇଣ୍ଟଟ୍ରେଷ୍ଟ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି । ଅନୁମତି ମିଳିଲେ ଭାରତ ଦ୍ବିତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବ । ଏ ନେଇ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅହମ୍ମଦାବାଦରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ କରିବାକୁ ଆବେଦନ କରିଛି । ଏହି ପଦକ୍ଷେପ ଭାରତୀୟ ଅଲିମ୍ପିକ୍ସ ସ୍ବପ୍ନକୁ ସାକାର କରିବା ଦିଗରେ ଆଉ ଗୋଟି ପାଦ ଆଗକୁ ବଢିଥିବା କୁହାଯାଉଛି । ଆୟୋଜନ ପାଇଁ ଏକ୍ସପ୍ରେସନ ଅଫ୍ ଇଣ୍ଟଟ୍ରେଷ୍ଟ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି । ଯଦି ଅନୁମତି ମିଳେ ତେବେ ଦ୍ବିତୀୟ ଥର ପାଇଁ ଭାରତ ଏହି କ୍ରୀଡା ମହାକୁମ୍ଭ ଆୟୋଜନ କରିବ । ଶେଷ ଥର ୨୦୧୦ରେ ଦିଲ୍ଲୀରେ କମନୱେଲ୍ଥ ଗେମ୍ସ ଆୟୋଜିତ ହୋଇଥିଲା । ଯେଉଁଥିରେ ଭାରତ ରେକର୍ଡ ୧୦୧ ମେଡାଲ ହାସଲ କରିଥିଲା ।

ଆବେଦନର ଯାଞ୍ଚ କରିବ ସିଜିଏଫ- କମନୱେଲ୍ଥ ଗେମ୍ସ ଆସୋସିଏସନ ଅଫ୍ ଇଣ୍ଡିଆ ଅଧ୍ୟକ୍ଷା ପିଟି ଉଷା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ନେଇ ଚିଠି ଲେଖିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ଆବେଦନର ଯାଞ୍ଚ କରିବ । ୨୦୨୬ କମୱେଲଥ୍ଥ ଗେମ୍ସର ୨୩ତମ ସଂସ୍କରଣ ଗ୍ଲାସଗୋରେ ଆୟୋଜିତ ହେବ । ବର୍ମିଂହାମରେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୬୧ ପଦକ ଜିତିଥିଲା । ଯେଉଁଥିରେ ୨୨ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ପଦକ ସାମିଲ ଥିଲା ।

ଅଧିକ ପଢନ୍ତୁ...୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ

କହି ରଖୁଛୁ କି ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲମ୍ପିକ୍ସ ଆୟୋଜନ ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛି ଭାରତ । ୨୦୩୬ ଅଲମ୍ପିକ୍ସ ସଂସ୍କରଣ ଭାରତରେ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଆଗ୍ରହ ପ୍ରକାଶ କରିଛି । ଗତବର୍ଷ ଅକ୍ଟୋବର ୧ ତାରିଖରେ ଭାରତୀୟ ଅଲିମ୍ପିକ୍ସ ସଂଘ ଅନ୍ତର୍ଜାତୀୟ ଅଲମ୍ପିକ୍ସ  କମିଟିକୁ ଚିଠି ପଠାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.