ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା; ଫୋନ୍‌, ବାଇକ୍‌, ଟିଭି, ଫ୍ରିଜ୍‌ ଆଦିର ତଥ୍ୟ ନିଆଯିବ

Published By : Prameya | June 30, 2025 12:11 PM

ନୂଆଦିଲ୍ଲୀ, ୩୦/୦୬:  ବହୁପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା  ଆରମ୍ଭ ହେବାର ତାରିଖ ଘୋଷଣା  କରାଯାଇଛି । ଏଥର ଜନଗଣନା  ଦୁଇଟି ପର୍ଯ୍ୟାୟରେ ହେବ । ରେଜିଷ୍ଟ୍ରାର  ଜେନେରାଲ ଅଫ୍‌ ଇଣ୍ଡିଆ ମୁତାବକ,  ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ୧ରୁ  ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି  ପର୍ଯ୍ୟାୟରେ ଲୋକଙ୍କଠାରୁ ସେମାନଙ୍କ  ଘରେ ଥିବା ଗାଡ଼ି, ଇଲେକ୍ଟ୍ରୋନିକ  ସାମଗ୍ରୀ ଓ ଅନ୍ୟ ସୁଖସୁବିଧା  ପ୍ରଦାନକାରୀ ଜିନିଷର ତାଲିକା ପ୍ରସ୍ତୁତ  କରାଯିବ । ଏଥିଲାଗି ସେନ୍‌ସସ୍‌  କମିଶନର ଓ ରେଜିଷ୍ଟ୍ରାର ଜେନେରାଲ  ଅଫ୍‌ ଇଣ୍ଡିଆ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ  ଚିଠି ଲେଖିଛନ୍ତି ।

 ଏଥର ମୋବାଇଲ  ଆପ୍ଲିକେସନ ବ୍ୟବହାର କରି ଡିଜିଟାଲ  ଉପାୟରେ ଜନଗଣନା କରାଯିବ ।  ପ୍ରଥମ ପର୍ଯ୍ୟାୟରେ ଲୋକଙ୍କ ଆବାସିକ  ସ୍ଥିତି, ସମ୍ପତ୍ତି ଓ ବିଭିନ୍ନ ସାମଗ୍ରୀର ତଥ୍ୟ  ହାସଲ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ  ଘରେ ରହୁଥିବା ପ୍ରତ୍ୟେକ ଲୋକଙ୍କ  ଜନସାଂଖ୍ୟିକ, ସାମାଜିକ-ଆର୍ଥିକ ଓ  ଅନ୍ୟ ସୂଚନା ସଂଗ୍ରହ ହେବ । ଏହାକୁ  ‘ପପୁଲେସନ ଏନ୍ୟୁମରେସନ (ପିଇ)’  କୁହାଯିବ । ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଧାର୍ଯ୍ୟ ତାରିଖ  ପୂର୍ବରୁ ସୁପରଭାଇଜର ଓ ଅନ୍ୟ  ଜନଗଣନା ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ  କାମଗୁଡ଼ିକୁ ବଣ୍ଟାଯିବା ଆବଶ୍ୟକ । ଏହି  କାମ ଜିଲ୍ଲା ସ୍ତରରେ କରାଯିବ । ଏଥର  ଜନଗଣନାରେ ଜାତି ଭିତ୍ତିକ ସୂଚନା  ସାମିଲ କରାଯିବ । ଜନଗଣନା କାର୍ଯ୍ୟ ପାଇଁ ୩୪ ଲକ୍ଷ ସର୍ବେକ୍ଷଣକାରୀ ଓ  ସୁପରଭାଇଜର ନିୟୋଜିତ ହେବେ ।  ଏମାନେ ସମସ୍ତେ ବାହାରେ କାମ  କରିବେ । ଏହାଛଡ଼ା ୩୦ ହଜାର  ଜନଗଣନା ପଦାଧିକାରୀଙ୍କୁ ମୁତୟନ  କରାଯିବ । ଏମାନେ ଜନଗଣନା ବେଳେ  ମିଳିବାକୁ ଥିବା ତଥ୍ୟର ଡାଟା ପ୍ରସ୍ତୁତ  କରିବେ । ଏହାପରେ ଏହିସବୁ ତଥ୍ୟକୁ  ଡିଜିଟାଇଜ୍‌ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.