ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯୁବ ଭାରତ ଆଗରେ ଫିକା ପଡ଼ିଯିବ ବୁଢ଼ା ଚୀନ୍‌, ସର୍ବବୃହତ୍‌ ଶ୍ରମଶକ୍ତିର ଦେଶ ପାଲଟିବ ଭାରତ

Published By : Anindita Ratha | November 20, 2024 10:50 AM

ନୂଆଦିଲ୍ଲୀ,୨୦/୧୧: ବୁଢ଼ା ହୋଇଚାଲିଛି ଚୀନ୍‌ । ଯୁବ ଭାରତ ଆଗରେ ଏହା ଫିକା ପଡ଼ିବାକୁ ଯାଉଛି । ଏକ ରିପୋର୍ଟ ଅନୁସାରେ, ଭାରତ ଖୁବ୍‌ଶୀଘ ସର୍ବବୃହତ୍‌ ଶ୍ରମଶକ୍ତିର ଦେଶ ପାଲଟିବ । ଏଞ୍ଜେଲ୍‌ ୱାନ୍‌ ୱେଲ୍‌ଥ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ, ୨୦୨୩ରୁ ୨୦୫୦ ମଧ୍ୟରେ ବିଶ୍ୱରେ ଯେତିକି ସଂଖ୍ୟାରେ ନୂଆ ଲୋକ କାର୍ଯ୍ୟ ବୟସରେ ପାଦ ରଖିବେ ସେଥିରେ ୨୦% ଭାଗ ଭାରତର ରହିବ । ଅନ୍ୟପକ୍ଷରେ, ଚୀନ୍‌ରେ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟାରେ ବୃହତ ହ୍ରାସ ଘଟିବ । ଭାରତରେ ବର୍ଦ୍ଧିତ ଆୟ ଏବଂ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ନେଇ ମଧ୍ୟ ରିପୋର୍ଟରେ ଆଲୋକପାତ କରାଯାଇଛି ।  ରିପୋର୍ଟରେ କୁହାଯାଇଛି ଯେ, ୨୦୩୦ ସୁଦ୍ଧା ଭାରତରେ ଧନୀ ପରିବାରଙ୍କ ସଂଖ୍ୟା ୩ ଗୁଣା ହୋଇଯିବ । ଅନ୍ୟପକ୍ଷରେ, ମଧ୍ୟମ ବର୍ଗ ପରିବାର ସଂଖ୍ୟା ଦୁଇଗୁଣା ହେବା ଅନୁମାନ ରହିଛି । ଏହାଦ୍ୱାରା ଗରିବ ପରିବାରଙ୍କ ସଂଖ୍ୟାରେ ବି ବଡ଼ ମାତ୍ରାରେ ହ୍ରାସ ଘଟିବ । ୨୦୧୮ରେ ୪୩% ପରିବାର ଦାରିଦ୍ର‌୍ୟ ରେଖା ତଳେ ଜୀବନ ଯାପନ କରୁଥିବାବେଳେ ଏହା ୨୦୩୦ ସୁଦ୍ଧା ଖସି ୧୫% ହୋଇଯିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମଜଭୂତ ଘରୋଇ ବାଲାନ୍ସ ସିଟ୍‌ ମଧ୍ୟରେ ଭାରତ ମୁଣ୍ଡ ପିଛା ଆୟ କ୍ଷେତ୍ରରେ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ରୂପାନ୍ତର ହେବାକୁ ଯାଉଛି । ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଜିଡିପିର ପ୍ରତିଶତ ଭାବେ ଭାରତର ଘରୋଇ ଋଣ ଏହାର ଏସୀୟ ସମକକ୍ଷଙ୍କ ତୁଳନାରେ ବହୁତ କମ୍‌, ଯାହା ମଜଭୂତ ଆୟ ଅଭିବୃଦ୍ଧି ଏବଂ ଆର୍ଥିକ ସ୍ୱାସ୍ଥ୍ୟକୁ ଦର୍ଶାଉଛି । ଭାରତର ବଳ ହେଉଛି ଏହାର ଯୁବପିଢ଼ି । ୨୯ ବର୍ଷର ହାରାହାରି ବୟସ ସହ ଭାରତ ବିଶ୍ୱର ସବୁଠୁ କମ୍‌ ‘ଡିପେଣ୍ଡାନ୍ସି ରେସିଓ’ ଯୁକ୍ତ ଦେଶ ମଧ୍ୟରୁ ଅନ୍ୟତମ । 

‘ଡିପେଣ୍ଡାନ୍ସି ରେସିଓ’ ଅର୍ଥାତ ପ୍ରତି କର୍ମଜୀବି ବ୍ୟକ୍ତିଙ୍କ ଉପରେ କେତେଜଣ ନିର୍ଭରଶୀଳ ଅଛନ୍ତି । ତେବେ ଚୀନ୍‌ ଏବଂ ୟୁରୋପ ଭଳି ସ୍ଥାନରେ ଏ ଅନୁପାତ ଏବେ ବଢୁଛି, ଯାହା ଏ ଦେଶଗୁଡ଼ିକ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ । ରିପୋର୍ଟରେ ବର୍ଦ୍ଧିତ ଆୟର ଉପଯୋଗ ଉପାୟ ଉପରେ ପଡ଼ିବାକୁ ଥିବା ପ୍ରଭାବ ଉପରେ ଦୃଷ୍ଟି ଦିଆଯାଇଛି । ଭାରତରେ ପରିବାର ସଂଖ୍ୟା ଜନସଂଖ୍ୟା ତୁଳନାରେ ଦ୍ରୁତ ବେଗରେ ବଢୁଛି । ଏହାଦ୍ୱାରା ଆବଶ୍ୟକୀୟ ସାମଗ୍ରୀରେ ହେଉଥିବା ଖର୍ଚ୍ଚ ତୁଳନାରେ ଅନାବଶ୍ୟକ ସାମଗ୍ରୀରେ ଖର୍ଚ୍ଚ ଦ୍ରୁତ ବେଗରେ ବଢୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ଦର୍ଶାଉଛି ଯେ, ଭାରତୀୟ ପରିବାର ଏବେ ମହଙ୍ଗା ସାମଗ୍ରୀ କିଣିବା ପାଇଁ ସକ୍ଷମ । ଏହାସହିତ ସେମାନଙ୍କ ଜୀବନଶୈଳୀରେ ସୁଧାର ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.