ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଅବୁ ଆଜମୀଙ୍କ ବୟାନରେ ବର୍ଷିଲେ ନବନୀତ ରାଣା , ଏକ୍ସରେ ଭିଡ଼ିଓ ପୋଷ୍ଟ କରି କହିଲେ -

Published By : Prameya | March 4, 2025 10:32 PM

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବିଧାୟକ ଅବୁ ଆସିମ ଆଜମୀଙ୍କ ମୋଗଲ ବାଦଶାହ ଔରଙ୍ଗଜେବଙ୍କ ପ୍ରଶଂସାର ବିବୃତ୍ତିରେ ହଙ୍ଗାମା ଆରମ୍ଭ ହୋଇଛି। ଏବେ ଏହାକୁ ନେଇ ବିଜେପି ନେତା ନବନୀତ ରାଣା ଜୋରଦାର ଟାର୍ଗେଟ୍‌ କରିଛନ୍ତି। ସେ ଏକ୍ସରେ ଭିଡ଼ିଓ ସେୟାର କରି କହିଛନ୍ତି , କାଲି ଜଣେ ବିଧାୟକ ମହାରାଷ୍ଟ୍ରରେ ବିବୃତ୍ତି ଦେଇଥିଲେ କି ଔରଙ୍ଗଜେବ ରାଜା ରହିଥିବା ବେଳେ ବହୁତ ଭଲ ପ୍ରଶାସନ ଚଲାଇ ଥିଲେ। ସେ ବହୁତ ଭଲ ସେବା କରିଛନ୍ତି। ମୁଁ ତାଙ୍କୁ ମନେପକାଇ ଦେବାକୁ ଚାହେଁ କି ଆପଣ ଯେଉଁ ମହାରାଷ୍ଟ୍ରରେ ବିଧାୟକ ହୋଇଛନ୍ତି , ଏହି ମହାରାଷ୍ଟ୍ରର ରାଜା ଛତ୍ରପତି ଶିବାଜୀ ଓ ସମ୍ଭାଜୀ ମହାରାଜ ଥିଲେ। ତୁମର ତଥାକଥିତ ପାପ ଔରଙ୍ଗଜେବ ଆମର ସମ୍ଭାଜୀ ମହାରାଜଙ୍କ ଉପରେ ବହୁତ ଅତ୍ୟାଚାର କରିଥିଲେ।

ନବନୀତ ରାଣା କହିଛନ୍ତି ଯେ ଆମେ ତ ଇତିହାସ ପଢିଛୁ । ହେଲେ ତୁମ ପରି ଲୋକ ପଢି ନାହାନ୍ତି। ସେ କହିଛନ୍ତି , ଥରେ ତୁମେ ଫିଲ୍ମ ହଲ୍‌ ଯାଇ ଛାବା ଫିଲ୍ମ ଦେଖିବା ଉଚିତ। ସେତେବେଳେ ଜଣାପଡ଼ିବ ତମର ପାପ ଆମର ଭଗବାନ ସମ୍ଭାଜୀ ମହାରାଜଙ୍କ ସହ କଣ କରିଥିଲା। ମୁଁ ମହାରାଷ୍ଟ୍ର ସରକାରଙ୍କୁ ପ୍ରାର୍ଥନା କରିବାକୁ ଚାହୁଁଛି କି ଯେଉଁ ଭଳି ଔରଙ୍ଗାବାଦର  ନାଁ ବଦଳାଇ ଆମର ଭଗବାନ ସମ୍ଭାଜୀ ମହାରାଜ ଉପରେ ରଖିଥ, ଏହିପରି ଔରଙ୍ଗାବାଦରେ ଔରଙ୍ଗଜେବଙ୍କର ଯେଉଁ କବର ଅଛି ,ଏହାକୁ ଓପାଡ଼ି ଫିଙ୍ଗି ଦିଅନ୍ତୁ। ଯାହାକୁ ସେ ଏତେ ପ୍ରିୟ, ସେ ଏହାକୁ ନିଜ ନେଇ ଯାଇ ସଜାନ୍ତୁ।

ଅବୁ ଆଜମୀ କହିଥିଲେ କି ଔରଙ୍ଗଜେବଙ୍କ ଶାସନକାଳ ବେଳେ ଭାରତର ସୀମା ସରହଦ ଆଫଗାନିସ୍ତାନ ଓ ବର୍ମା (ମିଆଁମାର) ଯାଏ ପହଞ୍ଚି ଯାଇଥିଲା। ମୁମ୍ୱାଇର ମାନଖୁର୍ଦ ଶିବାଜୀ ନଗର ନିର୍ବାଚନ କ୍ଷେତ୍ରରୁ ବିଧାୟକ ଜଦାବି କରିଛନ୍ତି, ଆମର ସକଳ ଘରୋଇ ଉତ୍ପାଦ (ଜିଡିପି) ୨୪ ପ୍ରତିଶତ (ବିଶ୍ୱ ଜିଡିପିର) ଥିଲା ଏବଂ ଭାରତକୁ ସୁନାର ପକ୍ଷୀ କୁହାଯାଉ ଥିଲା। ଔରଙ୍ଗଜେବ ଓ ମରାଠା ଶାସକ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ମଧ୍ୟରେ ଲଢେଇ ବିଷୟରେ ପଚରା ଯିବାରୁ ଆଜମୀ ଏହାକୁ ରାଜନୀତିକ ଲଢେଇ ଦର୍ଶାଇ ଥିଲେ। ହେଲେ ପରେ ସେ କହିଥଲେ କି ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି ନଥିଲା, ବରଂ   ସେ ଆସାମର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍ ତୁଳନା ଔରଙ୍ଗଜେବଙ୍କୁ କରାଯିବାକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ ନିଜର ବିବୃତ୍ତିକୁ  ଫେରେଇ ନେବାର କଥା ବି କହିଥିଲେ। 

ଠାଣେରେ ପୁଲିସ ସୋମବାର ଲୋକସଭା ସଦସ୍ୟ ନରେଶ ମହାସ୍କେଙ୍କ ଅଭିଯୋଗରେ, ଧାର୍ମିକ ଭାବନାକୁ ଆଘାତ ଦେବାର ପ୍ରୟାସରେ  ଆଜମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ଠାଣେ ପୁଲିସ ପରେ ଏଫଆଇଆରକୁ ମୁମ୍ୱାଇ ସ୍ଥାନାନ୍ତରିତ କରି ଥିଲା,  ଯେଉଁଠି ମଙ୍ଗଳବାର ମେରାଇନ ଡ୍ରାଇଭ୍‌ ଥାନାରେ ଆଜମୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ସମ୍ୱନ୍ଧିତ ଧାରା ଅନୁସାରେ ,ଏକ ନୂଆ ମାମଲା ରୁଜୁ କରାଯାଇଛି। ମୁମ୍ୱାଇ ପୁଲିସ ଆଜମଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୯ (ଧର୍ମ ବା ଧାର୍ମିକ ଆସ୍ଥାର ଅପମାନ କରି ଧାର୍ମିକ ଭାବନାକୁ ଆହତ କରିବାର ଉଦ୍ଦେଶ୍ୟରେ ଜାଣିଶୁଣି ଓ ଦୁର୍ଭାବନାପୂର୍ଣ୍ଣ ଉପାୟରେ କରାଯାଇ ଥିବା କାର୍ଯ୍ୟ), ଧାରା ୩୦୨ (ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାର ଉଦ୍ଦେଶ୍ୟରେ ଜାଣିଶୁଣି ବୟାନ ଦେବା) ଓ ଧାରା ୩୫୬ (୧) ଏବଂ ୩୫୬ (୨) (ମାନହାନି) ଅନୁସାରେ ମାମଲା ରୁଜୁ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.