ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଜୁଲାଇରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଉଭୟ ଦେଶ ପାଇଁ ହେବ ଲାଭଦାୟକ

Published By : Rasmita Pradhan | June 4, 2025 8:17 AM

image source : jagran

ନୂଆଦିଲ୍ଲୀ, ୪/୬ : ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ସୁଦ୍ଧା ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ରହିଛି । ଆମେରିକା ବାଣିଜ୍ୟ ମନ୍ତ୍ରୀ ହୋୱାର୍ଡ ଲୁଟ୍‌ନିକ୍‌ ସୋମବାର କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ବାଣିଜ୍ୟ ଚୁକ୍ତି ହେବ । କାରଣ ଦୁଇ ଦେଶ ଏଭଳି ରାସ୍ତା ଖୋଜି ସାରିଲେଣି, ଯାହା ଉଭୟଙ୍କ ପାଇଁ ଲାଭଦାୟକ ହେବ । ଯେତେବେଳେ ଉଭୟ ତରଫରୁ ଠିକ୍‌ ଲୋକ ଟେବୁଲ୍‌ରେ ବସିବେ, ସେତେବେଳେ ଆମେ ଠିକ୍‌ ଦିଗରେ ଆଗକୁ ବଢ଼ିପାରିବୁ । ଏବେ ଚୁକ୍ତି ପାଇଁ ଅଧିକ ସମୟ ଲାଗିବ ନାହିଁ । ୱାଶିଂଟନରେ ଆମେରିକା-ଭାରତ ରଣନୀତିକ ସହଯୋଗିତା ଫୋରମ୍‌(ୟୁଏସ୍‌ଆଇଏସ୍‌ପିଏଫ୍‌)ର ଲିଡର୍‌ସିପ୍‌ ସମିଟ୍‌ରେ ଲୁଟନିକ୍‌ ଏହା କହିଛନ୍ତି ।ସେହିପରି ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଉଭୟ ଦେଶ ପରସ୍ପରର କାରବାରକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି ଏବଂ ଦୁଇ ପକ୍ଷ ମଧ୍ୟରେ ଲଗାତର ଆଲୋଚନା ଚାଲିଛି । ତେବେ ସୂତ୍ର ଅନୁସାରେ, ଜୁଲାଇ ୮ ପୂର୍ବରୁ ଉଭୟ ଦେଶ ଏକ ଚୂଡ଼ାନ୍ତ ବୁଝାମଣାରେ ପହଞ୍ଚିପାରନ୍ତି। 

ପ୍ରକାଶଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬% ଟାରିଫ୍‌ ଲଗାଇବାକୁ ଘୋଷଣା କରିବା ପରେ ଉଭୟ ଦେଶ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରୁଛନ୍ତି । ଏହି ଟାରିଫ୍‌ ଭାରତ ଉପରେ ଜୁଲାଇ ୮ରୁ ଲାଗୁ ହେବ । ପୂର୍ବରୁ ଆମେରିକା ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଥିଲେ ଯେ, ଆମେରିକା ଓ ଭାରତ ବାଣିଜ୍ୟ ଚୁକ୍ତି ପାଇଁ ସର୍ତ୍ତଗୁଡ଼ିକୁ ଚୂଡ଼ାନ୍ତ କରିସାରିଲେଣି । ଏହାକୁ ଟର୍ମ ଅଫ୍‌ ରେଫରେନ୍ସ(ଟିଓଆର୍‌ଏସ୍‌) କୁହାଯାଉଛି । ବାଣିଜ୍ୟ ଚୁକ୍ତି ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହା ଚୂଡ଼ାନ୍ତ ଚୁକ୍ତିର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ । ଆମେରିକା ଉପ-ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ । ସେ ଏପ୍ରିଲ ୨୨ରେ ଜୟପୁରର ରାଜସ୍ଥାନ ଇଣ୍ଟର୍‌ନ୍ୟାସ୍‌ନାଲ ସେଣ୍ଟର୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଥିଲେ । 

୨୦୨୫ ଏପ୍ରିଲ ୨ରେ ଟ୍ରମ୍ପ ‘ଲିବରେଶନ୍‌ ଡେ’ ନାମରେ ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ଯେସାକୁ ତେସା ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଟାରିଫ୍‌ ଆମେରିକା ଅର୍ଥବ୍ୟବସ୍ଥାକୁ ମଜଭୁତ କରିବ ଏବଂ ଉକ୍ତ ଦେଶଗୁଡ଼ିକୁ ଶାସ୍ତି ଦେବ, ଯେଉଁମାନେ ଆମେରିକାରୁ କମ୍‌ ସାମଗ୍ରୀ କିଣୁଛନ୍ତି କିନ୍ତୁ ଅଧିକ ସାମଗ୍ରୀ ବିକୁଛନ୍ତି । ତେବେ ପରେ ଚୀନ୍‌କୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ୍‌କୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ୍‌ର ଜବାବୀ ଟାରିଫ୍‌ ଘୋଷଣା କରିଥିଲା ଚୀନ୍‌ । ଏହି କାରଣରୁ ଚୀନ୍‌କୁ ଟାରିଫ୍‌ରୁ ଆଶ୍ୱସ୍ତି ମିଳି ନ ଥିଲା । ଚୀନ୍‌ ଉପରେ ଶୁଳ୍କ ବଢ଼ାଇ ୧୪୫% କରିଥିଲା ଆମେରିକା । ଆଲୋଚନା ପରେ ଚୀନ୍‌ ଉପରେ ଟାରିଫ୍‌କୁ କମ୍‌ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.