ରାଜକୋଟ,୧୫/୧: ସାନଦାର, ଜବରଦସ୍ତ, ବିସ୍ଫୋରକ, ଦ୍ରୁତତମ । ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳ ରନର ପାହାଡ ଛିଡା କରିଛି । ଅଧିନାୟିକା ସ୍ମୃତି ମାନ୍ଧନା ଓ ପ୍ରତୀକା ରାୱଲ ଦମଦାର ଶତକ ହାସଲ କରିଛି ଟିମ୍ ଇଣ୍ଡିଆ । ତୃତୀୟଦିନିକିଆରେ ଅତିଥି ଆୟର୍ଲାଣ୍ଡ ଆଗରେ ୪୩୬ରନ ଟାର୍ଗେଟ ଦେଇଛି ଭାରତ । ବର୍ତ୍ତମାନ ସିରିଜ ୨-୦ରେ ସ୍ଥିତିରେ ରହିଛି ।  ବ୍ୟାଟିଂ ପରେ ବୋଲିଂରେ କମାଲ କରି ସିରିଜ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଆୟର୍ଲାଣ୍ଡ ପକ୍ଷରୁ ଓର୍ଲା ପ୍ରେଣ୍ଡଗାଷ୍ଟ ସର୍ବାଧିକ ୨ଟି ୱିକେଟ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲ ଓପନିଂ କରିଥିଲେ । ଦମଦାର ଆରମ୍ଭ କରିଥିଲା ଦଳ। ମାତ୍ର ୬ ଓଭର ଖେଳରେ ଦଳୀୟ ସ୍କୋର ୫୦ ଟପିଥିଲା । ଏହି ଯୋଡି ଆୟର୍ଲାଣ୍ଡ ବୋଲରଙ୍କୁ ଘାଇଲା କରିଥିଲେ । ଯୋଡିକୁ ଭାଙ୍ଗିବା ଆୟର୍ଲାଣ୍ଡ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ନାକେଦମ ହୋଇଥିଲା ଅତିଥି ଆୟର୍ଲାଣ୍ଡ । ବିନା ୱିକେଟ ହରାଇ ଭାରତର ଦଳୀୟ ସ୍କୋର ୧୫୦ରେ ପହଞ୍ଚିଥିଲା । ଅଧିନାୟିକା ସ୍ମୃତି ମାନ୍ଧାନା ଦ୍ରୁତତମ ଶତକ ହାସଲ କରିଥିଲେ ।  ୮୦ ବଲରେ  ୧୩୫ରନର ଦମଦାର ଶତକ ହାସଲ କରିଥିଲେ । ଯେଉଁଥିରେ ୧୨ଟି ଚୌକା ଓ ୭ଟି ଛକା ରହିଛି ।  ଭାରତ ଦଳୀୟ ସ୍କୋର ୨୦୦ ଟପିଥିଲା ହେଲେ ଆୟର୍ଲାଣ୍ଡକୁ ଗୋଟିଏ ବି ସଫଳତା ମିଳିନଥିଲା ।

ଦଳୀୟ ସ୍କୋର ୨୩୩ରେ ଭାରତର ପ୍ରଥମ ୱିକେଟ ପତନନ ହୋଇଥିଲା । ସ୍ମୃତି ମାନ୍ଧାନା ୧୩୫ରନ କରି  ଓର୍ଲା ପ୍ରେଣ୍ଡଗାଷ୍ଟଙ୍କ ବଲରେ ଆଉଟ ହୋଇଥିଲେ । ସ୍ମତିଙ୍କ ପରେ ଦମଦାର ବ୍ୟାଟିଂ ଜାରି ରଖିଥିଲେ ପ୍ରତୀକା ରାୱଲ । ଦଳୀୟ ସ୍କୋର ୩୩୭ରେ ରିଚା ଘୋଷ ୫୯ ରନ କରି ଆର୍ଲିନ କେଲିଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ୧୨୯ ବଲରେ୧୫୪ ରନ କରି ପ୍ରତୀକା ରାୱଲ ଆଉଟ ହୋଇଥିଲେ । ହର୍ଲିନ ଦେଓଲ ୧୫ ଓ ତେଜାଲ ହାସବିନ ୨୮ ରନ କରି ଆଉଟ ହୋଇଥିଲେ ।  ନିର୍ଦ୍ଜରିତ ୫୦ ଓଭରରେ ଭାରତ ୫ ୱିକେଟ ହରାଇ ୪୩୫ ରନ କରିଛି । ରେକର୍ଡ ବ୍ରେକିଙ୍ଗ ଇନିଂସ ଖେଳିଛି ଭାରତୀୟ ମହିଳା ଦଳ । ଆୟର୍ଲାଣ୍ଡକୁ ମ୍ୟାଚ ହାତେଇବାକୁ ହେଲେ ୪୩୬ରନ ବିଶାଳ ରଟ ରାର୍ଗେଟ ହାସଲ କରିବାକୁ ହେବ ।