ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଡିଲେଡରେ ରୋହିତ ସେନାର ସରେଣ୍ଡର; କଡା ଜବାବ ଦେଲା କଙ୍ଗାରୁ ଦଳ, ୧୦ ୱିକେଟରେ ଜିତିଲା

Published By : Ankita S | December 8, 2024 11:21 AM

ନୂଆଦିଲ୍ଲୀ,୦୮/୧୨: ପର୍ଥ ପରାଜୟର ପ୍ରତିଶୋଧ ନେଲା କମିନ୍ସ ବାହିନୀ । ପିଙ୍କ ବଲରେ ଫେଲ ମାରିଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ରୋହିତସେନାର ଭାଙ୍ଗିଲା ଅଣ୍ଟା । ପର୍ଥ ଟେଷ୍ଟରେ ପରାସ୍ତ ହେବା ପରେ ଆଡିଲେଡରେ ଜବରଦସ୍ତ କମବ୍ୟାକ କରିଛି କଙ୍ଗାରୁ ଦଳ । ୧୦ ୱିକେଟରେ ବାଜି ମାରିନେଇଛି ଘରୋଇ ଅଷ୍ଟ୍ରେଲିଆ । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଛି ।

ବର୍ଡର-ଗାଭାସ୍କର ଟ୍ରଫିରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ  ସିରିଜ ଖେଳାଯାଉଛି । ଆଡିଲେଡରେ ଦ୍ବିତୀୟ ଟେଷ୍ଟ ଖେଳାଯାଇଥିଲା । ଏହି ମ୍ୟାଚରେ ୧୦ୱିକେଟରେ ପରାସ୍ତ ହୋଇଛି ଭାରତ । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୧୯ ରନ ଦରକାର ଥିଲା । ଯାହାକୁ ତୃତୀୟ ଦିନ ପ୍ରଥମ ସେସନରେ ସହଜରେ ହାସିଲ କରିଥିଲା କଙ୍ଗାରୁ ଦଳ । ନାଥନ ମ୍ୟାକସ୍ବିନି ୧୦ ଏବଂ ଉସମାନ ଖ୍ବାଜା ୯ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆର ଏହି ବିଜୟ ସହ ବର୍ତ୍ତମାନ ସିରିଜ ୧-୧ରେ ରହିଛି । ଟେଷ୍ଟ ସିରିଜର ତୃତୀୟ ମୁକାବିଲା ଡିସେମ୍ବର ୧୪ ତାରିଖରେ ବ୍ରେସବେନରେ ଖେଳାଯିବ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ମାତ୍ର ୧୮୦ରନରେ ଆଲଆଉଟ ହୋଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୩୩୭ ରନ କରିଥିଲା । ୧୫୭ରନ ଆଗୁଆ ଥିଲା କଙ୍ଗାରୁ ଦଳ । ଏହାପରେ ଭାରତ ବ୍ୟାଟିଂ କରିଥିଲା । ମାତ୍ର ୧୭୫ରନରେ ଅଲଆଉଟ ହୋଇଥିଲା । ଦ୍ବିତୀୟ ପାଳିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହାପରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ମାତ୍ର ୧୯ରନ ଦରକାର ଥିଲା ଯାହାକୁ ସହଜରେ ହାସଲ କରିନେଇଥିଲା ଦଳ । ପାଟ କମିନ୍ସ ୫ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ପାଲିରେ ଟ୍ରେଭିସ ହେଡ ୧୪୦ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ପ୍ରଥମ ପାଳିରେ ୪ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଥମ ଟେଷ୍ଟରେ ୨୯୫ରନ ବିରାଟ ବିଜୟ ହାସଲ ପରେ ଦ୍ବିତୀୟ ଟେଷ୍ଟରେ ପରାସ୍ତ ହୋଇଛି ଭାରତ ।

ପର୍ଥ ଟେଷ୍ଟରେ ରୋହିତ ଖେଳି ନଥିଲେ ମାତ୍ର ଆଡିଲେଡରେ ଖେଳିଥିଲେ । ମାତ୍ର ସେ ସଫଳ ହୋଇନଥିଲେ । ରୋହିତ ଦୁଇଟି ଇନିଂସରେ ମାତ୍ର ୯ ରନ କରିଥିଲେ । ଋଷବ ଓ ନୀତିଶଙ୍କ ଉପରେ ଭରସା କରାଯାଇଥିଲା ମାତ୍ର ସେ ବି ଫେଲ ମାରିଥିଲେ । ଦୁଇଟି ଇନିଂସରେ ୪୨ ରନ କରିଥିଲେ ସେ । ଅଶ୍ବିନୀ ୭ ଓ ହର୍ଷିତ ରାଣା ଶୂନ ଓ ମହମ୍ମଦ ସିରାଜ ୭ ରନ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଏକପ୍ରକାର ହାତ ଟେକି ଦେଇଥିଲେ । ଦ୍ବିତୀୟ ଇନିଂସରେ ଅଧିନାୟକ ପାଟ୍ କମିନ୍ସ ୫ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ ଓ ସ୍କଟ ବୋଲାଣ୍ଡ ୩ଟି ୱିକେଟ ନେଇଥିଲେ ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.