ନୂଆଦିଲ୍ଲୀ,୩୦/୧୨: ବର୍ଡର-ଗାଭାସ୍କର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ଶୋଚନୀୟ ପରାସ୍ତ ହୋଇଛି ଭାରତ । ମେଲବୋର୍ଣ୍ଣରେବାଜି ମାରି ନେଇଛି ଅଷ୍ଟ୍ରେଲିଆ । ୧୮୪ରନରେ ବିଜୟୀ ହୋଇଛି କଙ୍ଗାରୁ ଦଳ । ଆଡିଲେଡ ପରେ ମେଲବର୍ଣ୍ଣରେ ହାରିଛି ଟିମ୍ ଇଣ୍ଡିଆ । ବୋଲର ଆଶା ଦେଇଥିଲେ ହେଲେ ବ୍ଯାଟ୍ସମ୍ୟାନଙ୍କ ବିଫଳତା ପାଇଁ ଇଣ୍ଡିଆ ହାତରୁ ମେଲବର୍ଣ୍ଣ ଟେଷ୍ଟ ଖସି ଯାଇଛି । ୧୮୪ରନ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ୧୫୫ରନରେ ଅଟକି ଯାଇଥିଲା ଭାରତର ପାଳି । ଗୋଟିଏ ଦିନ ବି ତିଷ୍ଠି ପାରିଲା ନାହିଁ ଟିମ୍ ଇଣ୍ଡିଆ । ମେଲବର୍ଣ୍ଣ ଫଳାଫଳ ପରେ ୫ ମ୍ୟାଚ ବିଶିଷ୍ଟ ସିରିଜି ବର୍ତ୍ତମାନ ବର୍ଡର-ଗାଭାସ୍କର ଟେଷ୍ଟ ୨-୧ ସ୍ଥିତିରେ ପହଞ୍ଚିଛି ।
#TeamIndia fought hard
— BCCI (@BCCI) December 30, 2024
Australia win the match
Scorecard ▶️ https://t.co/njfhCncRdL#AUSvIND pic.twitter.com/n0W1symPkM
ମେଲବର୍ଣ୍ଣ ଟେଷ୍ଟର ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ଦଳ ଭାରତ ଆଗରେ ରନ ପାହାଡ ଛିଡା କରିଥିଲା । ୪୭୪ ରନ କରିଥିଲା ଘରୋଇ ଦଳ । ଏହି ଇନିଂସରେ ଦଳ ପକ୍ଷରୁ ଷ୍ଚିଭ ସ୍ମିଥ ୧୪୦ ରନର ଶତକୀୟ ପାଳି ଖେଳିଥିଲେ। ଜବାବରେ ଭାରତ ମାତ୍ର ୩୬୯ କରିଥିଲା । ନୀତିଶ କୁମାର ରେଡ୍ଡୀ କ୍ୟାରିୟର ପ୍ରଥମ ଶତକ ସହ ୧୧୪ରନ ପାଳି ଖେଳିଥିଲେ । ଏହାପରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୩୪ ରନ କରିଥିଲା । ଏହି ପାଳିରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା ଭାରତ । ଏକପ୍ରକାଶ ଆଶା ଦେଇଥିଲେ ବୋଲର । ସିରାଜ ଓ ବୁମରା ଯଥାକ୍ରମେ ୫ଟି ଓ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୧୦୫ରନ ଆଗୁଆ ରହିଥିଲା । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୩୪ରନ କରି ଭାରତକୁ ୩୪୦ରନର ଟାର୍ଗେଟ ଦେଇଥିଲା। ଏହି ମ୍ୟାଚରେ ମାନର୍ସ ଲାବୁସେନା ୭୦ ଓ କମିନ୍ସ ଓ ନାଥନ ଲାଏନ ୪୧-୪୧ ରନ କରିଥିଲେ ।
ଏହାପରେ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ବୋଲର ଆଶା ଦେଇଥିଲେ ହେଲେ ବ୍ୟାଟ୍ସମ୍ୟାନ ବିଫଳ ହେଲେ । ଦ୍ବିତୀୟ ଇନିଂସରେ ରୋହିତ, କୋହଲି ଓ ରାହୁଲ ସବୁ ଫେଲ ମାରିଥିଲେ । ରୋହିତ ୯ କୋହଲି ୫ ରନ କରିଥିଲେ । ରାହୁଲ ଖାତା ଖୋଲି ପାରିନଥିଲେ । ଜୈସ୍ବାଲ ୮୪ରନର ପାଳି ଖେଳିଥିଲେ । ଋଷବ ପନ୍ତ ୩୦ ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ହେଲେ ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ନୀତିଶ ନିରାଶ କରିଥିଲେ । ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ନୀତିଶ ୧ ରନ କରିଥିଲେ । ଫଳରେ ମେଲବର୍ଣ୍ଣ ଟେଷ୍ଟ ଭାରତ ହାତରୁ ଖସି ଯାଇଛି । ୧୮୪ରନରେ ଜିତିଛି ଅଷ୍ଟ୍ରେଲିଆ । ପାଟ କମିନ୍ସ ୩ଟି ୱିକେଟ ନେଇଛନ୍ତି ।
ମେଲବର୍ଣ୍ଣ ଟେଷ୍ଟ ପରାଜୟ ପରେ ଭାରତ ଡବ୍ଲୁଟିସି ଆଶା ଏକପ୍ରକାର ମଉଳି ଯାଇଛି । ବିଟିଜି ଟେଷ୍ଟ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ମେଲବର୍ଣ୍ଣ ଟେଷ୍ଟ ପରେ ବର୍ତ୍ତମାନ ସିରିଜ ୨-୧ ସ୍ଥିତିରେ ରହିଛି । ବର୍ଡର-ଗାଭାସ୍କର ଶେଷ ଟେଷ୍ଟ ସିଡନୀରେ ଖେଳାଯିବ । ଆସନ୍ତା ଜାନୁଆରୀ ୩ ରୁ ୭ ଯାଏ ଖେଳାଯିବ ସିଡନୀ ଟେଷ୍ଟ ।